ମେଷ ରାଶିର ଲୋକ କି ଉପାୟ କରିଲେ ତାଙ୍କର ମଙ୍ଗଳ ହୋଇଥାଏ ? ମେଷ ରାଶିର ଲୋକ ନିହାତି ଜାଣନ୍ତୁ…Pragyan Tripathi

ବନ୍ଧୁଗଣ ମେଷ ରାଶିର ପ୍ରତୀକ ହେଉଛି ମେଣ୍ଢା ଚିହ୍ନ । ଏହା ଏକ ପୁରୁଷ ରାଶି । ମେଷ ରାଶି । ଏହି ଭାବର ଅଧିପତି ଗ୍ରହ ହେଉଛି ମଙ୍ଗଳ । ମେଷ ରାଶି ହେଉଛି ସେନାପତିଙ୍କ ଘର । ଯାହାକୁ ମଙ୍ଗଳ ଗ୍ରହ ଅଟେ । ଏହି ଗ୍ରହର ତତ୍ତ୍ଵ ହେଉଛି ଅଗ୍ନି ତତ୍ତ୍ଵ । ଏହି ଅଗ୍ନି ହେଉଛି ସକାଳର ସୂର୍ଯ୍ୟଙ୍କର ଯେଉଁ କିରଣ ହେଉଛି ସେହି ହେଉଛି ଅଗ୍ନି । ସୂର୍ଯ୍ୟଙ୍କର ଯେଉଁ କୋମଳ ରଶ୍ମୀ ଆସୁଛି ଏହା ହେଉଛି ତାହା ମେଷ ରାଶିର ତତ୍ଵ ।

ଯେଉଁ ମାନଙ୍କର ମେଷ ରାଶି ସେମାନେ ଗରମ ସହ୍ୟ କରି ପାରନ୍ତି । ଯେତେବେଳେ ତାଙ୍କ ଦେହରେ ଅଗ୍ନି ତତ୍ତ୍ଵର ପ୍ରଭାବ କମି ଯାଇଥାଏ ସେତେବେଳେ ସ୍ୱାସ୍ଥ୍ୟ ସମସ୍ଯା ଆସି ଯାଇଥାଏ । ଏମାନେ ବହୁତ ଜିଦି ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ଯାହା ପାଇବାକୁ ଯାହା ଇଚ୍ଛା କରିଥାନ୍ତି ତାକୁ ହାସଲ କରିଥାନ୍ତି । କିନ୍ତୁ ଯେତେବେଳେ ତାଙ୍କର ଏହି ଇଚ୍ଛା ପୂରଣ ହେବ ସେ ଏହା ପ୍ରତି ଏତେ ଧ୍ୟାନ ଦିଅନ୍ତି ନାହିଁ ।

ରାଗ, ଜିଦି ବହୁତ ଅଧିକ କିନ୍ତୁ ଭିତରୁ ପିଲାଳିଆମୀ ଥାଏ । ଏମାନଙ୍କର ଛୋଟ ପିଲା ମାନଙ୍କ ଭଳି ବ୍ୟବହାର ହୋଇଥାଏ । ଏମାନଙ୍କର ବୟସ ଯେତେ ଅଧିକ ହେଲେ ମଧ୍ୟ ଛୋଟ ପିଲା ମାନଙ୍କ ଭଳି ଜିଦି କରିଥାନ୍ତି । ଏମାନେ କିଛି କହିବା ପୂର୍ବରୁ କିଛି ଭାବନ୍ତି ନାହି କି ଅନ୍ୟ ମାନଙ୍କୁ କେମିତି ଲାଗିବ । ରାତି ଯେତେ ବିଳମ୍ବ ହେଲେ ମଧ୍ୟ ସବୁ କାମ ପାଇଁ ପ୍ରସ୍ତୁତ ହୋଇଥାନ୍ତି । ଏମାନେ ଯେଉଁ ଜାଗାକୁ ଯିବେ ସେଠାରେ ତାଙ୍କର ସମ୍ମାନ ମିଳିଥାଏ ।

ବିଶେଷ ଭାବରେ ଏମାନଙ୍କର ପିଲାଙ୍କ ଭଳି ସ୍ଵଭାବ ରହିଥାଏ ଯେମିତି ଗୋଟେ ଜିନିଷ ପାଇଁ ପାଇବା ପାଇଁ ପଛରେ ପଡି ଯାଇଥାନ୍ତି । କୌଣସି ଜିନିଷକୁ ଯେମିତି ଇଚ୍ଛା ଥାଏ ସେମିତି କରିଥାନ୍ତି । ଅନେକ ସମୟରେ ଭୁଲ ମଧ୍ୟ କରିଥାନ୍ତି । ଏହି ମେଷ ରାଶିର ଲୋକଙ୍କୁ ସକାଳର ସୂର୍ଯ୍ୟଙ୍କ କିରଣ ଶରୀରରେ ନେବା ଉଚିତ ।

ମେଷ ଘର ହେଉଛି ମଙ୍ଗଳଙ୍କର । ତେଣୁ ମଙ୍ଗଳଙ୍କର ପ୍ରତିକାର ନିମନ୍ତେ ନାଲି ଜିନିଷ ଯେମିତିକି ବିଲାତି, ବିଟ ଆଦି ଖାଇବା ଉଚିତ । ମସୁର ଡାଲି ପକ୍ଷୀ ମାନଙ୍କୁ ଖାଇବାକୁ ଦେବା ଉଚିତ । ଆପଣଙ୍କ ପାଖରେ ନାଲି ରୁମାଲ ରଖିବା ଦ୍ଵାରା ମନ ଭଲ ରହିଥାଏ ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *