ବାସ୍ 15 ଦିନ ଏହି ଜୁଷ ପିଇକି ଦେଖନ୍ତୁ, ଲିଭର ସଫା ହେବା ସହ ଭଲ ହୋଇଯିବ ଏହି ସବୁ ବଡ ବଡ ରୋଗ – (Health tips)

ବନ୍ଧୁଗଣ ଲିଭର ଆମ ଶରୀରର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଯାହା ଶରୀରର ପ୍ରତ୍ଯେକ କାର୍ଯ୍ୟରେ କୌଣସି ନା କୌଣସି ପ୍ରକାରେ ସାହାଯ୍ୟ କରିଥାଏ । କୋଲେଷ୍ଟ୍ରୋଲ ଓ ବ୍ଲଡ଼ ସୁଗାର ନିୟନ୍ତ୍ରଣ, ଖାଦ୍ଯହଜମ, ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା, ଅନେକ ପ୍ରକାର ହରମୋନ ଏବଂ ଏନଜାଇମ ପ୍ରସ୍ତୁତି କରିବା ସହ ଆହୁରି ଅନେକ ଶାରୀରିକ କାର୍ଯ୍ୟରେ ଲିଭର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସେଥିପାଇଁ ଲିଭରର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ ।

ଆଜିକାଲି ଅନିୟମିତ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁଁ ଲିଭର ନିଜେ ନିଜକୁ ପରିଷ୍କାର କରିବେ ସକ୍ଷମ ହୋଇ ପାରୁନାହିଁ । ଅତ୍ୟଧିକ ମଦ୍ୟପାନ କିମ୍ବା ତେଲ ମସଲାଯୁକ୍ତ ଖାଦ୍ୟା ଖାଇବା ଯୋଗୁଁ ମଧ୍ୟ ଲିଭରରେ ସମସ୍ଯା ରହିଥାଏ । ତେଣୁ ଲିଭରକୁ ଡିଟକ୍ସିଫାଏ କରିବା ଅତ୍ୟନ୍ତ ଜରୁରୀ ଅଟେ ।

ଏହି ଡ୍ରିଙ୍କ ବନେଇବା ପାଇଁ ପ୍ରଥମ ସାମଗ୍ରୀ ଆବଶ୍ୟକ ହେବ ଅରେଞ୍ଜ ବା କମଳାଲେମ୍ବୁ, ଯାହାକି ଅନେକ ପ୍ରକାର ନ୍ୟୁଟ୍ରିସନ ର ପାୱାରହାଉସ ଅଟେ । ଏହି ଡ୍ରିଙ୍କ ପାଇଁ ଆବଶ୍ୟକ ଦ୍ଵିତୀୟ ଜିନିଷଟି ହେଉଛି ଗାଜର । ଏଥିରୁ ମିଳୁଥିବା କ୍ୟାରୋଟୋନାଇସ ଅତି ଉଚ୍ଚ ସ୍ତରର ଆଣ୍ଟି-ଅକ୍ସିଡାଣ୍ଟ ଅଟେ । ଏହା ଆମ ଲିଭର ସେଲରେ ହେଉଥିବା ଡ୍ୟାମେଜକୁ ଠିକ କରିବା କାମ କରିଥାଏ । ଡ୍ରିଙ୍କ ପାଇଁ ଆବଶ୍ୟକ ତୃତୀୟ ଜିନିଷ ହେଉଛି ସେଓ ବା ଆପେଲ । ସେଓ ମଧ୍ୟ ଆମ ଲିଭର ସେଲକୁ ସୁରକ୍ଷା ଦେବା ସହ ଫୁଲାକୁ କମ୍ କରିଥାଏ ।

ଚତୁର୍ଥ ଜିନିଷ ଏଥିରେ ପ୍ରୟୋଗ କରିବେ ତାହା ହେଉଛି ପୋଦିନା ପତ୍ର । ପୋଦିନା ପତ୍ର ଲିଭରରେ ଉତ୍ପନ୍ନ ହେଉଥିବା ସମସ୍ତ ବିଷାକ୍ତ ପଦାର୍ଥକୁ ବାହାରକୁ କାଢିବା କାମ କରିଥାଏ । ପ୍ରଥମେ ଚାରୋଟି ବଡ ଗାଜର ନେଇ ଏହାକୁ ଭଲଭାବେ ଧୋଇ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ଏହାପରେ ଏକ ବଡ ସେଓକୁ ଧୋଇ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ଏହାପରେ ଗୋଟିଏ କମଳାର ଚୋପାକୁ କାଢି ବାହାର କରି ଦିଅନ୍ତୁ ଏବଂ ଏକ ମୁଠାରୁ କମ୍ କିଛି ପୋଦିନା ପତ୍ର ଧୋଇକରି ନିଅନ୍ତୁ ।

ଏସବୁକୁ ଗ୍ରାଇଣ୍ଡିଂ କରି ଜୁସ୍ ପ୍ରସ୍ତୁତ କରନ୍ତୁ ଏବଂ ଏହି ଜୁସ୍ ରେ ଅନ୍ୟ କୌଣସି ଜିନିଷ ମିଶାନ୍ତୁ ନାହିଁ । ଜୁସ୍ କୁ ଏକ ଗ୍ଳାସରେ ଛାଣି ନିଅନ୍ତୁ । ଖଦଡା ଅଂଶ ଅଲଗା କରି ଏହାର ରସକୁ ସେମିତି ସେବନ କରନ୍ତୁ । ସକାଳ ଜଳଖିଆର କିଛି ସମୟ ପୂର୍ବରୁ ଏହି ଜୁସ୍ ଏକ ଗ୍ଳାସ ସେବନ କରିବା ଅତ୍ୟନ୍ତ ଫାଇଦାକାରୀ ହୋଇଥାଏ । ଭୋକ ନ ଲାଗିବା, ଜଣ୍ଡିସ ଏବଂ ଲିଭର ଫୁଲିଥିଲେ ସେଥିରୁ ମଧ୍ୟ ଆରାମ ମିଳିବ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *