ପିଠି ଦରଜ ହେଉଥିଲେ, ଏହି ସମସ୍ଯାକୁ ହାଲୁକାରେ ନିଅନ୍ତୁନି, ଡାକ୍ତର କ’ଣ କହୁଛନ୍ତି ଜାଣନ୍ତୁ – (Health tips)

ବନ୍ଧୁଗଣ ଆଜିକାଲି ବୟସ୍କ ଲୋକଙ୍କ ଠାରୁ ଆରମ୍ଭ କରି ଯୁବପିଢୀ ପର୍ଯ୍ୟନ୍ତ ଅନେକ ଲୋକ ପିଠି ଦରଜ ପ୍ରୋବ୍ଲେମରେ ପୀଡିତ ଅଛନ୍ତି । ପିଠି ଦରଜ ସମସ୍ଯା ପାଇଁ ପ୍ରାୟ ଲୋକ ପେନକିଲର ଖାଇ ତାହାକୁ ଠିକ କରିଦେବେ ବୋଲି ଭାବନ୍ତି । ହେଲେ ଯଦି ପିଠି ଦରଜ ଭଳି ସମସ୍ଯା ଆପଣଙ୍କର ବି ରହିଛି । ତେବେ ଆପଣଙ୍କୁ କହିବୁ କି ଏହାକୁ ଆପଣ ଅଣଦେଖା କରନ୍ତୁ ନାହିଁ । କାରଣ ଅନେକ ବିଶେଷଜ୍ଞ ଓ ଡାକ୍ତରଙ୍କ କହିବାନୁସାରେ ପିଠି ଦରଜ ପରି ଅନେକ ବଡ ରୋଗ ବାହାରିବାର ସମ୍ଭାବନା ରହିଛି ।

ପିଠି ଦରଜ ହେଲେ ସାଧାରଣତଃ ଲୋକେ ଭାବନ୍ତି କି ଅଧିକ ସମୟ ଗାଡି ଚଳାଇବା ଦ୍ଵାରା କିମ୍ବା ଅଫିସରେ ଅଧିକ ସମୟ ଚେୟାରରେ ବସିବା ଦ୍ଵାରା ଏଭଳି ହେଉଛି । ହେଲେ ଆପଣଙ୍କ ପିଠି ଦରଜ ହେଉଥିଲେ ଆପଣ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । କାରଣ ପିଠି ଦରଜ କ୍ୟାନ୍ସରର ମଧ୍ୟ କାରଣ ହୋଇପାରେ । ଯଦି ବୋନ ଟିବିରେ ପୀଡିତ ହୋଇଛନ୍ତି ତେବେ ସେଥିପାଇଁ ମଧ୍ୟ ପିଠି ଦରଜ ହୋଇପାରେ ।

ସେହିପରି ସ୍ପଣ୍ଡିଲାଇଟିସ ଭଳି ସମସ୍ଯା ହେଲେ ମଧ୍ୟ ଆପଣଙ୍କ ପିଠି ଖୁବ ଜୋରରେ ଦରଜ ହୋଇପାରେ । ଆଜିକାଲି ଦେଖିବାକୁ ମିଳୁଛି ପିଠି ଦରଜ ହେଉଥିବା 20% ଲୋକଙ୍କ ବୟସ 20 ରୁ 28 ବର୍ଷ ମଧ୍ୟରେ ରହୁଛି । ଏଭଳି ହେଉଥିଲେ ମନଇଛା କୌଣସି ଔଷଧ ନ ଖାଇ ମେଡ଼ିସିନ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ । ପିଠି ଦରଜ ହେଉଥିଲେ ଆପଣ ଗୋଟିଏ ରୁ ଦୁଇଦିନ କୌଣସି ଔଷଧ ବ୍ୟବହାର କରି ଏହା ଭଲ ହେଉଛି କି ନାହିଁ ଦେଖନ୍ତୁ ।

ଯଦି ଏହା ଭଲ ହେଉନାହିଁ ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ପିଠି ଦରଜକୁ ଏକ ସାଧାରଣ ସମସ୍ଯା ନଭାବି ପ୍ରତିଦିନ ଏଥିପାଇଁ ବ୍ୟାୟାମ କରନ୍ତୁ ଓ ସୁଷମ ଖାଦ୍ଯ ଖାଆନ୍ତୁ । ସବୁଠୁ ଖାସ କଥା ହେଲା ବସୁଥିବା ସ୍ଥାନରେ 108 ଡିଗ୍ରୀ କିମ୍ବା 360 ଡିଗ୍ରୀ କରି ବସନ୍ତୁ । ଆଗକୁ ଝୁଙ୍କିକି ବସିବା ଏବଂ ଭଲ ଚେୟାରରେ ନ ବସିବା ପିଠି ଦରଜର ସାଧାରଣ କାରଣ ହୋଇପାରେ । କିନ୍ତୁ ଡାକ୍ତରଙ୍କୁ ଦେଖାଇବା ପାଇଁ ଏହାକୁ ହାଲୁକାରେ ନେବା ଉଚିତ ନୁହେଁ ।

କାରଣ ଏହି ବୟସରୁ ହିଁ ଆଥ୍ରାଇଟିସ ରୋଗ ଆରମ୍ଭ ହୁଏ । ଯଦି ଆପଣଙ୍କ ପିଠି ଭୟଙ୍କର ଭାବେ ଦରଜ ହେଉଛି ଓ ଏହା ଗୋଡରେ ପ୍ରଭାବ ପକାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଏହାସହ ପିଠି ଦରଜ ସହ ଯଦି ଜ୍ଵର ହେଉଛି, ଓଜନ ହ୍ରାସ ପାଉଛି କିମ୍ବା ସକାଳେ ଶୋଇକି ଉଠିବା ପରେ ବେଶୀ ଦରଜ ହେଉଛି ତେବେ ଶୀଘ୍ର ଡାକ୍ତରଙ୍କୁ ଦେଖାଇବା ଉଚିତ ।

ଏହି ଭଳି ପିଠି ଦରଜର ଡାକ୍ତରୀ ପରୀକ୍ଷା କରି ସାରି ଉପଯୁକ୍ତ ଚିକିତ୍ସା କରିବା ନିହାତି ଜରୁରୀ ବୋଲି ଡାକ୍ତର କୁହନ୍ତି । ପୋଷ୍ଟଟି ଭଲ ଲାଗିଥିଲେ । ଲାଇକ୍ ଓ ଶେୟାର କରିବା ସହ ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *