ଶାଳଗ୍ରାମ କ’ଣ ? ଏହା ସାଧାରଣ ପଥର ନା ସେଥିରେ ରହିଛି କିଛି ଚମତ୍କାର ଗୁଣ ? ଜାଣନ୍ତୁ ଏହାକୁ ନେଇ ଥିବା ରହସ୍ୟ !

ବନ୍ଧୁଗଣ ଶାଳଗ୍ରାମକୁ ବିଷ୍ଣୁ ଶିଳା ବୋଲି କୁହାଯାଇଥାଏ । ଯାହାକି ଭଗବାନ ବିଷ୍ଣୁଙ୍କର ପ୍ରତୀକ । ଏହାକୁ ସବୁ ମଠ,ମନ୍ଦିର ଏବଂ ଅନୁଷ୍ଠାନ ମାନଙ୍କରେ ରଖାଯାଇ ପୂଜା କରାଯାଇଥାଏ । ଶାଳଗ୍ରାମକୁ ତୁଳସୀ ଚଢେଇ ପୂଜା କରିଲେ ସାକ୍ଷାତ ବିଷ୍ଣୁ ପ୍ରସନ୍ନ ହୁଅନ୍ତି । ବହୁ ପୁରାତନ କାଳରୁ ବିଶ୍ୱାସ ରହିଛି ଯେ ଯେଉଁ ରତ୍ନ ସିଂହାସନରେ ମହାପ୍ରଭୁ ଜଗନ୍ନାଥ ବିରାଜ ମାନ କରିଛନ୍ତି । ସେ ସିଂହାସନ ଗର୍ଭରେ ଲକ୍ଷେ ଶାଳ ଗ୍ରାମ ରହିଛି ।

ଶାଳଗ୍ରାମ ବିନା କୌଣସି ବିଷ୍ଣୁ ମନ୍ଦିର ପ୍ରତିଷ୍ଠା ସମ୍ଭବ ନୁହେଁ । ଅଧିକାଂଶ ଶାଳ ଗ୍ରାମ କଳା ରଙ୍ଗର ଏବଂ ଏହା ଛଡା ବିରଳ ଲାଲ ରଙ୍ଗ ର ଶାଳ ଗ୍ରାମ ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ଏହାକୁ ଘରେ ରଖି ପୂଜା କରାଯାଏ ନାହିଁ । ଶାଳ ଗ୍ରାମ ତିନି ପ୍ରକାରର ହୋଇଥାନ୍ତି । ସାଧାରଣ, କ୍ଷୁଦ୍ର, ଓ ଅତି କ୍ଷୁଦ୍ର । ଅତି କ୍ଷୁଦ୍ର ଶାଳ ଗ୍ରାମରେ କୌଣସି ଛିଦ୍ର ଏବଂ ଚକ୍ର ଦେଖିବାକୁ ମିଳେ ନାହିଁ କିନ୍ତୁ ଏହାକୁ ଆଲୋକ ଆଗରେ ରଖିଲେ ଏହାର ଭିତରଟା ଲାଲ ଦେଖାଯିବ । ଏହି ଶାଳଗ୍ରାମକୁ ରତ୍ନଗର୍ଭା କୁହାଯାଏ । ଏହି ପ୍ରକାର ଶାଳ ଗ୍ରାମ ଅତି ବିରଳ ।

ଯେଉଁ ଶାଳ ଗ୍ରାମରେ ସାତଟି ଛିଦ୍ର ଏବଂ ଚଉଦଟି ଚକ୍ର ଥାଏ । ତାଙ୍କୁ ଅନନ୍ତ ପଦ୍ମନାଭ ମୂର୍ତ୍ତି କୁହାଯାଏ । ଯେଉଁଠି ଦୁଇଟି ଛିଦ୍ର ଏବଂ ଚାରିଟି ଚକ୍ର ଥାଏ ତାକୁ ନାରାୟଣ ମୂର୍ତ୍ତି କୁହାଯାଏ । ଉଭୟ ଶାଳ ଗ୍ରାମ ସମାନ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ । କିମ୍ବଦନ୍ତୀ ଅନୁସାରେ ମାତା ତୁଳସୀ ଲକ୍ଷ୍ମୀଙ୍କ ଅଂଶ ନେଇ ଜନ୍ମ ଗ୍ରହଣ କରିଥିଲେ ।

ସେ ରାକ୍ଷସ ଜଳନ୍ଧରକୁ ବିବାହ କରିଥିଲେ । ତୁଳସୀଙ୍କ ସତିତ୍ୱ ବଳରେ ଜଳନ୍ଧରକୁ କେହି ମାରି ପାରୁ ନଥିଲେ । ସେଥିପାଇଁ ସେ ଦେବ ଏବଂ ମାନବ ଉପରେ ଅତ୍ୟାଚାର କରୁଥିଲା । ସମଗ୍ର ପୃଥିବୀ ତ୍ରାହି ତ୍ରାହି ଡାକିବାରୁ ବିଷ୍ଣୁ ଭଗବାନ ସଂସାରର ମଙ୍ଗଳ ପାଇଁ ତୁଳସୀଙ୍କ ସତିତ୍ୱ ହରଣ କଲେ ଏବଂ ତାପରେ ଜଳନ୍ଧରର ଜୀବନ ଗଲା ।

ହେଲେ ତୁଳସୀ ଏହା ଜାଣି ନପାରି ତାଙ୍କୁ ପାଷାଣ ହେବାର ଅଭିଶାପ ଦେଲେ ଏବଂ ବିଷ୍ଣୁ ସେହି ଅଭିଶାପକୁ ଗ୍ରହଣ କରି ପାଷାଣ ହେଲେ । ଯାହାକି ଶାଳଗ୍ରାମ ବୋଲି ଏବେ ମାନାଯାଇଥାଏ । ତୁଳସୀଙ୍କୁ ଗଣ୍ଡୁକି ନଦୀ ହେବା ପାଇଁ ଅନୁରୋଧ କଲେ ଏବଂ ତୁଳସୀ ରାଜିହେଲେ ଏବଂ ଗଣ୍ଡୁକି ନଦୀ ଭାବେ ପ୍ରବାହିତ ହୋଇ ସେହି ଶାଳଗ୍ରାମକୁ ଛୁଇଁ ଶାପ ମୁକ୍ତ କରିଥିଲେ । ଏଥିସହ ତୁଳସୀଙ୍କୁ ନେଇ ବୈକୁଣ୍ଠକୁ ଗଲେ । ସେବେ ଠାରୁ ଏହି ଶାଳ ଗ୍ରାମ ପୃଥିବୀରେ ପୂଜା ପାଇ ଆସୁଛି ।

ବନ୍ଧୁଗଣ ଏହି ଲେଖାଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *