Skin care tips; – ଆଳୁ ଦ୍ଵାରା କିପରି ବଢାଇବେ ନିଜ ଚେହେରାର ସୁନ୍ଦରତା, ଚେହେରାକୁ ସୁନ୍ଦର କରିବା ପାଇଁ ବେଷ୍ଟ ତରିକା…

ଚେହେରାକୁ ସୁନ୍ଦର କରିବା ପାଇଁ ଲୋକେ ପାର୍ଲର ଯାଇଥାନ୍ତି । ନହେଲେ ଘରେ ଦାମୀ ଦାମୀ ବିଉଟି ପ୍ରଡ଼କ୍ଟ କିଣି ସେସବୁକୁ ଚେହେରାର ସୁନ୍ଦରତା ବଢାଇବା ପାଇଁ ବ୍ୟବହାର କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଯାହାକୁ ବ୍ୟବହାର କରି ଆପଣ ମଧ୍ୟ ନିଜ ଚେହେରାର ସୁନ୍ଦରତାକୁ ବଢାଇ ପାରିବେ । 1- ଲେମ୍ବୁରେ ପ୍ରାକୃତିକ ଭାବେ ବ୍ଲିଚିଂ ରହିଥାଏ ତେବେ ପ୍ରତେକ ଦିନ ଫାଳେ ଲେମ୍ବୁ ମୁହଁରେ ଲଗାଇଲେ ମୁହଁର କଳାଦାଗ ଦୂର ହୋଇବା ସହ ଚେହେରା ଗୋରା ହୋଇଥାଏ ।

2- କଞ୍ଚା ଆଳୁକୁ ଭଲ ଭାବରେ ବାଟି ମୁହଁରେ ଲଗାଇ କିଛି ସମୟ ପରେ ତାକୁ ଧୋଇଦିଅ । ଏହିପରି କିଛିଦିନ କରିବା ଦ୍ଵାରା ମୁହଁର ରଙ୍ଗ ସଫା ହୋଇଥାଏ । 3- ବିଲାତି ବାଇଗଣ ରସକୁ ମୁହଁରେ ଏବଂ ଶରୀରରେ ଅନ୍ୟଭାଗରେ ଲଗାଇ କୋଡିଏ ମିନିଟ ପରେ ଉଷୁମ ପାଣିରେ ଧୋଇବା ଦ୍ଵାରା ସ୍କିନର ରଙ୍ଗ ସଫା

4- ମହୁ ଏବଂ ଲେମ୍ବୁ ରସ ସମାନ ପରିମାଣରେ ମିଶାଇ ମୁହଁରେ ଲଗାଇବା ଦ୍ଵାରା ମୁହଁର ରଙ୍ଗ ସଫା ହୋଇଥାଏ । 5- ଅଧ ଚାମଚ ମହୁରେ ଡାଲଚିନି ଗୁଣ୍ଡ ମିଶାଇ ମୁହଁରେ ଲଗାଇ କିଛି ସମୟ ପରେ ଧୋଇଲେ ମୁହଁରେ ସ୍ଵାଭାବିକ ଭାବେ ଚମକ ଆସିଥାଏ । 6- ଯଦି ମୁହଁର ତ୍ଵଚା ଶୁଖିଲା ଦେଖା ଯାଉଛି ତେବେ କାକୁଡି ରସ ସହିତ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ତାହା ସ୍ଵାଭାବିକ ଭାବେ ଗୋରା ହୋଇଥାଏ ।

 

7- ମୁହଁରେ ଦହି ଲଗାଇ କିଛି ସମୟ ପରେ ଧୋଇଲେ ମୁହଁ ସଫା ହେବବା ସହିତ ଦାଗ, ବ୍ରଣ ସବୁ ଦୂର ହୋଇଥାଏ । 8- ମୁହଁର ରଙ୍ଗ ଗୋରା କରିବାକୁ ହେଲେ ଅଲିଭ ଅଏଲରେ କେସର ମିଶାଇ ମୁହଁରେ ଲଗାଇବା ଦ୍ଵାରା ମୁହଁର ରଙ୍ଗ ଗୋରା ହେବା ସହିତ ଚମକ ଆସିଥାଏ ।

9- ଗୁଣ୍ଡ କ୍ଷୀର ସହିତ ବାଦାମ ତେଲ ମିଶାଇ ବାଦାମ ତେଲ ଏବଂ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ରଙ୍ଗ ସଫା ହୋଇଥାଏ । 10- ଗୋଟେ ଚାମଚ ମହୁ ସହିତ ଅଧଚମଚ ଗୋଲମରୀଚ ଗୁଣ୍ଡ ମିଶାଇ ମୁହଁରେ ଲଗାଇଲେ ଏବଂ ଅଧ ଘଣ୍ଟାପରେ ମୁହଁ ଧୋଇଲେ ମୁହଁର ଚମକ ଆସିଥାଏ । 11- ନଡିଆ ପାଣିକୁ  ଦିନକୁ ଦୁଇଥର ମୁହଁରେ ଲଗାଇ କିଛି ସମୟ ପରେ ଧୋଇବା ଦ୍ଵାରା ମୁହଁରୁ ସବୁ କଳା ଦାଗ ଦୂର ହୋଇ ମୁହଁ କ୍ଲିୟର ଓ ବ୍ରାଇଟ ଧୀରେ ଧୀରେ ହୋଇଥାଏ ।

12- ଗୋଟେ ଚାମଚ ହଳଦୀ ଗୁଣ୍ଡ ସହିତ ଦୁଇଚାମଚ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ଏବଂ କିଛି ସମୟ ପରେ ସାମାନ୍ୟ ଉଷୁମ ପାଣିରେ ଧୋଇବା ଦ୍ଵାରା ଚେହେରାରେ ଥିବା ବ୍ରଣ ଭଲ ହେବା ସହ ମୁହଁ ଗ୍ଲୋ କରିବାକୁ ଲାଗିଥାଏ । ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *