Garud Puran; – ଗଙ୍ଗାରେ କାହିଁକି ଅସ୍ଥି ବିସର୍ଜନ କରାଯିବାକୁ ସର୍ବୋତ୍ତମ ମାନାଯାଇଥାଏ ?

ବନ୍ଧୁଗଣ ଗରୁଡ ପୁରାଣ ବିଷୟରେ ଆପଣ ମାନେ ନିହାତି ଜାଣିଥିବେ । ଏଥିରେ ସନାତନ ଧର୍ମକୁ ନେଇ ଜଡିତ ସମସ୍ତ କଥା ଲେଖା ହୋଇ ରହିଥାଏ । ତେବେ ଗରୁଡ ଭଗବାନ ନାରାୟଣଙ୍କୁ ପଚାରିଥିବା ସମସ୍ତ ପ୍ରଶ୍ନ ଓ ତାହାର ଉତ୍ତରରେ ଭଗବାନ ନାରାୟଣ କହିଥିବା ସମସ୍ତ ମହତ୍ଵପୂର୍ଣ୍ଣ କଥା ଏହି ଗରୁଡ ପୁରାଣରେ ଲେଖା ହୋଇ ରହିଛି । ତେବେ ଗରୁଡ ଭଗବାନ ଦିନେ ଭଗବାନ ବିଷ୍ଣୁଙ୍କୁ ପଚାରିଲେ ମଣିଷ ପୋଡା ହେବା ପରେ କେତେ ଦିନ ପରେ ତା’ ର ଅସ୍ଥିକୁ ଏକତ୍ର କରିବା ଉଚିତ ହୋଇଥାଏ ଆଉ କେତେ ଦିନ ଭିତରେ ତାକୁ ଗଙ୍ଗାରେ ବିସର୍ଜିତ କରା ଯାଇଥାଏ ।

ଏହାଛଡା କେବଳ ଗଙ୍ଗାରେ ବିସର୍ଜିତ କରିବା ହିଁ ଅସ୍ଥି ବିସର୍ଜନ କରାଯିବା ପାଇଁ କାହିଁକି କୁହାଯାଇଛି । ତେବେ ଏହି କଥା ଶୁଣି ଭଗବାନ ବିଷ୍ଣୁ କହିଲେ ମଣିଷ ଦେହାନ୍ତ ପରେ ତାଙ୍କ ଶବକୁ ଅନ୍ତିମ ସଂସ୍କାର କରା ଯାଇଥାଏ । ତେବେ ଏହି ବିଧିରେ ଶବକୁ ପୋଡା ଯାଇଥାଏ । ଶବ ପୋଡିବାର ୪ ଦିନ ପରେ ଘର ଲୋକଙ୍କୁ ସ୍ବଚ୍ଛ ହୋଇ ମାଟି ହାଣ୍ଡିରେ ସେହି ଅସ୍ଥି ରଖିବା ଉଚିତ ।

ଏହା ପରେ କଞ୍ଚା କ୍ଷୀର ଆଉ ଚନ୍ଦନ ଦ୍ଵାରା ଅସ୍ଥି ସୁଧ କରିବା ଉଚିତ ଏହା ପରେ ସଠିକ ପିଣ୍ଡ ଦାନ କରି ଦେହାନ୍ତ ହୋଇଥିବା ଲୋକର ଅସ୍ଥି ଗଙ୍ଗାରେ ପ୍ରବାହିତ କରିବା ଉଚିତ । ନଚେତ ଗଙ୍ଗା ମାଟିରେ ସେହି ହାଣ୍ଡି ପୋତି ଦେବା ଉଚିତ ହୋଇଥାଏ ।

ଶାସ୍ତ୍ର ଅନୁଯାଇ ଏହା କୁହାଯାଇଛି ଯେ ଯେଉଁ ପ୍ରାଣୀ ମାନଙ୍କ ଅସ୍ଥି ଗଙ୍ଗାରେ ବିସର୍ଜିତ କରା ଯାଇଥାଏ ବା ପୋତା ଯାଇଥାଏ । ସେହି ବ୍ୟକ୍ତିର ଆତ୍ମା ସ୍ଵର୍ଗ ଲୋକକୁ ଯାଇଥାଏ ଆଉ ସେଠି ଶାନ୍ତିରେ ରହିଥାଏ । ସେହି ଲୋକଙ୍କୁ ଦ୍ଵିତୀୟ ଜନ୍ମ ନେବାକୁ ପଡେ ନାହିଁ । ତେବେ ଭଗବାନ ବିଷ୍ଣୁ କହିଥିଲେ ଯେ ଗଙ୍ଗାଙ୍କୁ ମୁନି ତପ ଦ୍ଵାରା ସ୍ଵର୍ଗରୁ ଭୂମିକୁ ଆଣିଥିଲେ ।

ଆଉ ଗଙ୍ଗା ଏତେ ପବିତ୍ର ଯେ ଯେତେ ଅପରାଧ କରିଥିବା ପ୍ରାଣୀର ଅସ୍ଥି ମଧ୍ୟ ଯଦି ଗଙ୍ଗାରେ ବିସର୍ଜନ କରା ଯାଇଥାଏ, ତେବେ ସେହି ବ୍ୟକ୍ତିକୁ ମୁକ୍ତି ମିଳିଥାଏ । ସମସ୍ତେ ଭଗବାଙ୍କୁ ପାଇବାକୁ ଇଛା କରନ୍ତି କିନ୍ତୁ ଯେଉଁ ମୃତ ବ୍ୟକ୍ତି ଅସ୍ଥି ବିସର୍ଜନ ସଂସ୍କାର ଭାବରେ କରା ଯାଇଥାଏ । ସେହି ବ୍ୟକ୍ତିକୁ ଭଗବାନ ଦର୍ଶନ ମିଳିଥାଏ ବୋଲି ଗରୁଡ ପୁରାଣରେ କୁହାଯାଇଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *