Vastu tips; – ତାୱା ଉପରେ କେବେବି ଏହି ଜିନିଷ ରଖିବେ ନାହିଁ, ନହେଲେ ଅନର୍ଥ ହୋଇଯିବ…

ବନ୍ଧୁଗଣ ରୋଷେଇ ଘର ସମସ୍ତଙ୍କ ଘରର ଏକ ପ୍ରମୁଖ ସ୍ଥାନ ହୋଇଥାଏ । ଯେଉଁଠାରେ ମାତା ଅର୍ଣ୍ଣପୂର୍ଣ୍ଣାଙ୍କ ବାସ ହୋଇଥାଏ । ଘରର ମହିଳା ମାନେ ସେହି ଘରେ ପ୍ରତିଦିନ ଘରର ସମସ୍ତଙ୍କ ପାଇଁ ଖାଦ୍ୟ ରୋଷେଇ କରିଥାନ୍ତି । ଯେଉଁ ଖାଦ୍ୟକୁ ପରିବାରର ସବୁ ଲୋକ ଖାଇଥାନ୍ତି । ତେବେ ଯେଉଁ ସ୍ଥାନରେ ମାତା ଅର୍ଣ୍ଣପୂର୍ଣ୍ଣାଙ୍କ ବାସ ବୋଲି ମାନାଯାଇଥାଏ । ସେହି ଘରର ବାସ୍ତୁ ଯେମିତି ଠିକ ହୋଇ ରହିବ । ସେହି କଥା ମଧ୍ୟ ଆମ ସମସ୍ତଙ୍କୁ ଧ୍ୟାନରେ ରଖିବା ଉଚିତ ।

ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଛନ୍ତି ଯେ ତାୱା ଉପରେ ରୁଟି ସେକା ହୁଏ, ତେବେ ଏହା ଛଡା କିଛି ଲୋକ ତାୱା ଉପରେ ଅନ୍ୟ ଜିନିଷ ମଧ୍ୟ ସେକିଥାନ୍ତି । ତେବେ ଏହା ଚଳିବ କିନ୍ତୁ କିଛି ଲୋକ ଅନାବଶ୍ୟକ ଭାବେ ତାୱା ଉପରେ ପାଣି ଗରମ କରନ୍ତି ବା ନଖ ପାଣି ତାୱା ଉପରେ ପକାଇଥାନ୍ତି ।

କ’ଣ ଆପଣ ଏହା ଜାଣିଛନ୍ତି ଯେ ତାୱା ଉପରେ ନଖ ପାଣି ବା ସାମାନ୍ୟ ପାଣି ଗରମ କରିବା ବହୁତ ଖରାପ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଘରର ଲକ୍ଷ୍ମୀ ଆପଣଙ୍କ ଘର ତ୍ୟାଗ କରିଥାନ୍ତି । ତେଣୁ ଭୁଲରେ ମଧ୍ୟ ତାୱା ଉପରେ ପାଣି ଗରମ କରନ୍ତୁ ନାହିଁ କି ନଖ ପାଣି ପକାନ୍ତୁ ନାହିଁ । ଗରମ ତାୱା ଉପରେ ପାଣି ପକାଇଲେ ରାହୁ ଆଉ କେତୁଙ୍କର ଖରାପ ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିଥାଏ ।

ଏହା ଛଡା ଲୁହା ଭଗବାନ ଶନିଙ୍କ ଜିନିଷ ଅଟେ । ସେଥିପାଇଁ ଶନି ମଧ୍ୟ ଏହି କାମ ଦ୍ଵାରା ଆପଣଙ୍କ ଉପରେ କୁପିତ ହୋଇଥାନ୍ତି, ସେଥିପାଇଁ ଦେଖି ଚାହିଁ କାମ କରିବା ଉଚିତ ହୋଇଥାଏ । ତାୱା ଥଣ୍ଡା ହେଲା ପରେ ତାକୁ ସଫା କରନ୍ତୁ । ଯଦି ଆପଣଙ୍କ ତାୱା ଭାଙ୍ଗି ଯାଇଛି ତେବେ ଏହାକୁ ଅନ୍ୟ ବାରରେ ଘରୁ ବାହାର କରନ୍ତୁ ନାହିଁ । ଶନିବାର ଦିନ ତାୱା ଘରୁ ବାହାର କରନ୍ତୁ ଆପଣଙ୍କ ପାଇଁ ମଙ୍ଗଳ ହେବ ।

ଏହା ଛଡା ରୁଟି କରିବା ଆଗରୁ ଆପଣ ତାୱା ଧୋଇ ନିଅନ୍ତୁ ଆଉ ରୁଟି କରିବା ଆଗରୁ ତା’ ଉପରେ ଅଳପ ଲୁଣ ପକାନ୍ତୁ କିନ୍ତୁ ମନେ ରଖିବେ ଲୁଣରେ ଯେମିତି କିଛି ମିଶି ନଥିବ । ଯେମିତିକି ହଳଦୀ ବା ଅନ୍ୟ ମସଲା ନଚେତ ଆପଣଙ୍କର ବହୁତ କ୍ଷତି ହେବ । କେବଳ ଲୁଣ ପକାଇ ରୁଟି କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ବହୁତ ସୁଖ ସମୃଦ୍ଧି ଆସିବ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଏହି ଲେଖାଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *