ମହିଳା ମାନେ ମଥାରେ ସିନ୍ଦୁର ଲଗାଇବାର ଉଚିତ ନିୟମ କ’ଣ ଅଟେ ? ବିବାହିତା ମହିଳା ନିଶ୍ଚୟ ଜାଣି ରଖନ୍ତୁ…

ବନ୍ଧୁଗଣ ଭାରତୀୟ ସଂସ୍କୃତିରେ ସିନ୍ଦୁରର ବହୁତ ମହତ୍ଵ ରହିଥାଏ । ତେଣୁ ବିବାହ ପରେ ପ୍ରତ୍ଯେକଟି ହିନ୍ଦୁ ମହିଳା ନିଜ ମଥାରେ ସିନ୍ଦୁର ଲଗାଇଥାନ୍ତି । କାରଣ ମଥାରେ ସିନ୍ଦୁର ଲଗାଇବା ଜଣେ ସଧବା ନାରୀର ପରିଚୟ ହୋଇଥାଏ । ତେବେ ସିନ୍ଦୁରର କେତେ ଅଧିକ ମହତ୍ଵ ରହିଛି । ତାହା କେବଳ ଗୋଟେ ବିବାହିତ ମହିଳା କହିପାରନ୍ତି, ଅନ୍ୟ କେହି ଏହାର ମହତ୍ଵ ଜାଣି ପାରିବେ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ସିନ୍ଦୁର ମହତ୍ଵ ବିଷୟରେ କହିବୁ ଏବଂ ଏହା ସହ ସିନ୍ଦୁର କେବେ, କେମିତି ଓ କେତେ ଥର ଲଗାଇବା ଉଚିତ ତାହା ବିଷୟରେ ମଧ୍ୟ କହିବାକୁ ଯାଉଛୁ ।

ମାନ୍ୟତା ଅନୁଯାଇ ବିବାହ ପରେ ମହିଳାଙ୍କୁ ମଥା ମଝିରେ ସିନ୍ଦୁର ଲଗାଇବା ବହୁତ ଶୁଭ ହୋଇଥାଏ । ଶାସ୍ତ୍ର ଅନୁଯାଇ ବିବାହିତା ମହିଳା ମଥା ମଝିରେ ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀର ଆୟୁଷ ବଢିଥାଏ ଓ ଜୀବନରେ କୌଣସି ପ୍ରକାର ଦୁର୍ଘଟଣା ଘଟି ନଥାଏ । ଶାସ୍ତ୍ର ଅନୁଯାଇ କୁହାଯାଇଛି ମହିଳାମାନେ ବିବାହ ପରେ ନିଜ ସ୍ଵାମୀ ଦ୍ଵାରା ସିନ୍ଦୁର ଲଗେଇବା ଉଚିତ ଅଟେ ।

ହେଲେ କୌଣସି ପର୍ବ ପର୍ବାଣିରେ ବିବାହିତ ମହିଳା ମାନେ ସିନ୍ଦୁର ଅନ୍ୟ ମହିଳାଙ୍କୁ ଲଗାଇବା ବହୁତ ଶୁଭ ହୋଇଥାଏ । ଯଦି ଆପଣଙ୍କୁ କେହି ସିନ୍ଦୁର ଦାନ କରୁଛି ତେବେ ଆପଣଙ୍କୁ ମଧ୍ୟ ତାଙ୍କୁ ସିନ୍ଦୁର ଲଗାଇବା ଉଚିତ ଏହା ଦ୍ଵାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

ମାନ୍ୟତା ଅନୁଯାଇ ଯେଉଁ ସ୍ତ୍ରୀ ନିଜ ମଝି ମଥାରେ ଲମ୍ବା ଓ ଭଲ ଭାବେ ସିନ୍ଦୁର ଲଗାଇଥାଏ । ସେହି ମହିଳାର ସ୍ଵାମୀ ଆୟୁ ବଢିବା ସହ ସମାଜରେ ସେହି ପୁରୁଷ ମାନେ ବହୁତ ସମ୍ମାନ ପାଇଥାନ୍ତି । ମଝି ମଥାରେ ସିନ୍ଦୁର ଲଗାଇବା ଦ୍ଵାରା ମହିଳାଙ୍କୁ ସବୁ ପ୍ରକାର ଚିନ୍ତାରୁ ମୁକ୍ତି ମିଳିଥାଏ ଓ ମୁଣ୍ଡ ବିନ୍ଧାରୁ ମଧ୍ୟ ଆରାମ ମିଳିଥାଏ ।

ମାନ୍ୟତା ଅନୁଯାଇ ସିନ୍ଦୁର ଭଗବାନଙ୍କ ପ୍ରସାଦ ଭଳି ହୋଇଥାଏ, ଯାହାକୁ ମହିଳାମାନେ ଯେତେବେଳେ ଇଛା ଲଗାଇପାରିବେ । ଆପଣଙ୍କୁ ସକାଳେ ଉଠି ନିତ୍ୟ କର୍ମ ସମାପ୍ତ କରି ସ୍ନାନ କରିବା ଉଚିତ । ତାପରେ ସିନ୍ଦୁର ଲଗାଇ ପୂଜା କରିବା ଉଚିତ । କେବେ ବି ଅଗାଧୁଆ ସିନ୍ଦୁର ମଥାରେ ଲଗାନ୍ତୁ ନାହିଁ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *