Odia GK; – ମାରିଲେ ତାକୁ ବଞ୍ଚିଯାଏ, ନମାରିଲେ ସେ ମରିଯାଏ ? ଏହାର ଉତ୍ତର କ’ଣ ଆପଣଙ୍କୁ ଜଣା ଅଛି କି ?

ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆଜି ମଏ କେତେ ଗୁଡିଏ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ନେଇକି ଆସିଅଛୁ । ତେବେ ଏହି ଟ୍ରିକି ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ । ତେବେ ଦେଖିବା ଏହା ଭିତରୁ ଆପଣ କେତୋଟିର ଉତ୍ତର ଠିକ ଭାବେ ଦେଇ ପାରୁଛନ୍ତି । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଆସନ୍ତୁ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ଏଠାରେ ଆଲୋଚନା କରିବା ।

ପ୍ରଶ୍ନ :- ମୁଁ ସବୁଜ, ମୋର ଛୁଆ କଳା । ମୋତେ ଛାଡି, ମୋ ଛୁଆକୁ ଖା ?

ଉତ୍ତର – ଗୁଜୁରାତି

ପ୍ରଶ୍ନ :- ସେଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି କିନ୍ତୁ ପସନ୍ଦ କରନ୍ତି ନାହିଁ ?

ଉତ୍ତର – ମାଡ

ପ୍ରଶ୍ନ :- ମାରିଲେ ତାକୁ ବଞ୍ଚିଯାଏ, ନମାରିଲେ ସେ ମରିଯାଏ ?

ଉତ୍ତର – ଛାଇ

ପ୍ରଶ୍ନ :- ମିଳେ ନାହିଁ ସେ ବଗିଚାରେ ସେ ଅଧା ଫୁଲ ଅଧା ଫଳ,ସେ କଳା ହେଲେବି ମିଠା ଥରୁଟେ ଖାଇଲେ ଲୋକ ଭୁଲନ୍ତିନି ତା’କୁ ସେ କିଏ ?

ଉତ୍ତର – ଗୋଲାପ ଜାମୁ

ପ୍ରଶ୍ନ :- ଶୋଇବା ପାଇଁ ପଲଙ୍କ ନାହିଁ, ନା ତା’ର ଥାଏ ମହଲ, ଗୋଟେ ଟଙ୍କାବି ପାଖରେ ନଥାଇ ବୋଲାଏ ସେ ରାଜା କିଏ ସେ ?

ପ୍ରଶ୍ନ :- କାହାକୁ ଦାନ କଲେ ନିଜର ବୃଦ୍ଧି ହୁଏ ଏବଂ ସାଇତି ରଖିଲେ କ୍ଷୟ ହୁଏ ?

ଉତ୍ତର – ଜ୍ଞାନ କିମ୍ବା ବିଦ୍ୟା

ପ୍ରଶ୍ନ :- ଖାଇଲେ କିଏ ମରେ ?

ଉତ୍ତର – ଭୋକ

ପ୍ରଶ୍ନ :- ପବନ ଖାଇଲେ କିଏ ମରିଯାଇଥାଏ ?

ଉତ୍ତର – ଝାଳ

ପ୍ରଶ୍ନ :- କାହାକୁ ଟାଣିଲେ ଛୋଟ ହୁଏ ?

ଉତ୍ତର – ବିଡି କିମ୍ବା ସିଗାରେଟ

ପ୍ରଶ୍ନ :- ମୁଁ ସବୁଠାରେ ମାତ୍ର କେହି ଧରିପାରନ୍ତି ନାହିଁ ?

ଉତ୍ତର – ପବନ

ପ୍ରଶ୍ନ :- ପଥର ହେଲେବି ସେ ପାଣି, ତାହା କ’ଣ ?

ଉତ୍ତର – ବରଫା ଏବଂ କୂଆ ପଥର

ପ୍ରଶ୍ନ :-କାହାର ଦାନ୍ତ ଅଛି କିନ୍ତୁ ସେ କାମୁଡି ପାରେନି ?

ଉତ୍ତର – ପାନିଆ

ପ୍ରଶ୍ନ :-  କାହାର ଆଖି ଅଛି କିନ୍ତୁ ସେ ଦେଖିପାରେ ନାହିଁ ?

ଉତ୍ତର – ନଡିଆ

ପ୍ରଶ୍ନ :- ଏମିତି କେଉଁ କାମ ଯାହାକୁ ପୁରୁଷ ମାନେ ଥରେ କରନ୍ତି ଏବଂ ନାରୀମାନେ ସବୁଦିନ ?

ଉତ୍ତର – ମଥାରେ ସିନ୍ଦୁର ଦେବା

ପ୍ରଶ୍ନ :- କେଉଁ ବୁକ ଯାହା କେବେ ଛପା ଯାଇନାହିଁ ?

ଉତ୍ତର – ଫେସବୁକ

ପ୍ରଶ୍ନ :- ସେ କେଉଁ ଜିନିଷ ଆମେ ନ ଚାହିଁଲେ ବି ଆସିଥାଏ ?

ଉତ୍ତର – ମୃତ୍ୟୁ

ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *