ପେଚାକୁ ମା’ ଲକ୍ଷ୍ମୀ କାହିଁକି କଲେ ନିଜ ବାହାନ ? ଜାଣନ୍ତୁ ଏହା ପଛରେ ଥିବା ଶାସ୍ତ୍ରୀୟ ମତ…

ବନ୍ଧୁଗଣ ପେଚାକୁ ମାତା ଲକ୍ଷ୍ମୀଙ୍କର ବାହାନ ବୋଲି କୁହାଯାଇଥାଏ । ତେବେ ଅନେକଙ୍କ ମନରେ ଏହି ପ୍ରଶ୍ନ ଆସୁଥିବେ କି ? ପୃଥିବୀର ଏତେ ସାରା ପଶୁପକ୍ଷୀଙ୍କ ମଧ୍ୟରୁ ମାତା ଲକ୍ଷ୍ମୀ ପେଚାକୁ କାହିଁକି ନିଜର ବାହାନ ରୂପେ ସ୍ଵୀକାର କରିଥିଲେ । ତେବେ ପେଚା କିପରି ମାତା ଲକ୍ଷ୍ମୀଙ୍କର ବାହାନ ହୋଇଥିଲା ଆସନ୍ତୁ ସେ ସମ୍ପର୍କରେ ଏଠାରେ ଆଲୋଚନା କରିବା । ପେଚା ପକ୍ଷୀ ସେତେବେଳେ ଦେଖିବାର କ୍ଷମତା ରଖିଥାଏ, ଯେତେବେଳେ ସାମାନ୍ୟ ଲୋକଙ୍କୁ କିଛି ନଜର ଆସିନଥାଏ ।

ସୃଷ୍ଟିର ରଚନା ହେବା ପରେ ସବୁ ଦେବୀ ଦେବତା ପୃଥିବୀକୁ ଆସିଥିଲେ । ସବୁ ପଶୁ ପକ୍ଷୀ ଆସି ତାଙ୍କୁ ସେମାନଙ୍କ ବାହନ କରିବା ପାଇଁ କହିଥିଲେ । ଦେବୀ ଲକ୍ଷ୍ମୀଙ୍କ ବାହାନ ହେବା ପାଇଁ ସବୁ ପଶୁ ପକ୍ଷୀ ମଧ୍ୟରେ କଥା ବ୍ୟାପିଗଲା । ତାପରେ ମା’ ଲକ୍ଷ୍ମୀ ସମସ୍ତଙ୍କୁ ଚୁପ କରାଇଲେ ଓ ସମସ୍ୟାର ସମାଧାନ କରିକି କହିଥିଲେ । ସବୁ ବର୍ଷ କାର୍ତ୍ତିକ ମାସର ଅମାବାସ୍ୟାରେ ପୃଥିବୀକୁ ଆସିବି ଓ ସେତେବେଳେ ମୋ ବାହାନ ବାଛିବି ।

କାର୍ତ୍ତିକ ଅମାବାସ୍ୟାରେ ପ୍ରତିଦିନ ସବୁ ପଶୁପକ୍ଷୀ ମା’ ଲକ୍ଷ୍ମୀଙ୍କ ବାଟ ଚାହିଁ ବସିଥିଲେ । ରାତ୍ରି ସମୟରେ ଯେମିତି ଲକ୍ଷ୍ମୀ ମା’ ଆସିଛନ୍ତି । ପୃଥିବୀ ପୃଷ୍ଠକୁ ପେଚା ତାର ତୀକ୍ଷଣ ନଜରରେ ମାଙ୍କୁ ପ୍ରଥମେ ଦେଖିଥିଲେ ଓ ତାଙ୍କ ପାଖକୁ ଯାଇ ପ୍ରାର୍ଥନା କରିଥିଲେ କି ଆପଣ ମୋତେ ଆପଣଙ୍କ ବାହନ ରୂପେ ସ୍ଵୀକାର କରନ୍ତୁ । ମାତା ଲକ୍ଷ୍ମୀ ଦେଖିଲେ ସେହି ସମୟରେ ଆଉ କିଛି ପଶୁପକ୍ଷୀ ଦେଖାଯାଉ ନାହାଁନ୍ତି । ତେଣୁ ସେ ପେଚକୁ ତାଙ୍କ ବାହାନ ବୋଲି ସ୍ଵୀକାର କରିଥିଲେ  ।

ଯଦି ପେଚା ଆପଣଙ୍କ ମୁଣ୍ଡ ଉପରେ ଉଡୁଛି ଓ ଶବ୍ଦ କରି ଆପଣଙ୍କ ପିଛା କରୁଛି, ଏହି ଯାତ୍ରା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ପୂର୍ବ ଦିଗରେ ବସିଥିବା ପେଚାର ସ୍ଵର ଶୁଣିବା କି ଦର୍ଶନ କରିବା ଦ୍ଵାରା ଆର୍ଥିକ ଲାଭର ସୂଚକ ବୋଲି କୁହାଯାଏ । ଦକ୍ଷିଣ ଦିଗରେ ପେଚାର ସ୍ଵର ଶୁଣିଲେ ଶତ୍ରୁଙ୍କ ଉପରେ ବିଜୟ ସୁନିଶ୍ଚିତ ହୋଇଥାଏ । ସକାଳୁ ପେଚାର ସ୍ଵର ଶୁଣିଲେ ମଙ୍ଗଳ ହୋଇଥାଏ । ଯଦି ଗର୍ଭବତୀ ସ୍ତ୍ରୀ ପେଚାକୁ ଛୁଇଁ ଦେଇଥାଏ ତା’ର ହେବାକୁ ଥିବା ସନ୍ତାନ ଶ୍ରେଷ୍ଠ ହୋଇଥାଏ ।

ପେଚା ଯଦି ଗଣଭିର ରୂପରେ ବିମାର ଥିବା ବ୍ୟକ୍ତିକୁ ସ୍ପର୍ଶ କରିଦିଏ ତେବେ ତା’ର ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । ଯଦି ହଟାତ ପେଚା କାହାକୁ ସେମିତି ଛୁଇଁ ଦେଇଥାଏ ତେବେ ଏହା ସେହି ବ୍ୟକ୍ତି ପାଇଁ ବହୁତ ଆନନ୍ଦର କଥା ଅଟେ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *