Astrology; – ରବିବାର ଦିନ ତୁଳସୀ ଗଛରେ କାହିଁକି ଦେବେନାହିଁ ଜଳ ଓ କାହିଁକି ତୋଳିବେ ନାହିଁ ପତ୍ର ? ଏବେ ହିଁ ଜାଣି ନିଅନ୍ତୁ…

ତୁଳସୀ ସନାତନ ଧର୍ମରେ ପୂଜନୀୟ ଗଛ ଅଟେ । ତୁଳସୀ ଗଛ ବହୁତ ପବିତ୍ର ହେବା ସହ ଏହା ମଧ୍ୟ ଭଗବାନ ଶ୍ରୀ କୃଷ୍ଣଙ୍କର ପ୍ରିୟ ବୃକ୍ଷ ମଧ୍ୟରୁ ଏକ ବୃକ୍ଷ ହୋଇଥାଏ । ତୁଳସୀ ଗଛରେ ଜଳ ଦେବା ବହୁତ ଶୁଭକାରୀ ହୋଇଥାଏ କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ରବିବାର ଦିନ ତୁଳସୀ ମୂଳରେ ଜଳ ଦେବାକୁ ଉଚିତ ମାନାଯାଇନଥାଏ । ତେବେ କାହିଁକି ତୁଳସୀ ଗଛରେ ଜଳ ଦେବେ ନାହିଁ ଓ ତାହାର ପତ୍ର ତୋଳିବେ ନାହିଁ ଆସନ୍ତୁ ଜାଣିବା ।

ଶାସ୍ତ୍ର ଅନୁଯାଇ ଯଦି କୌଣସି ଆବଶ୍ୟକତା ପାଇଁ ମଣିଷ କୌଣସି ଗଛର ଅଙ୍ଗ ବା ଗଛ ତୋଳିଥାଏ । ତେବେ ଏହା ପାଇଁ ବହୁତ ନିୟମ ଲେଖା ହୋଇଛି ଓ କେଉଁ ବାର କେଉଁ ସ୍ଥିତିରେ ମନୁଷ୍ୟ ବୃକ୍ଷର କୌଣସି ଅଙ୍ଗ ତୋଳିପାରିବ ଏହାର ମଧ୍ୟ ଉଲ୍ଲେଖ କରା ଯାଇଛି । ଶାସ୍ତ୍ରରେ ରବିବାରକୁ ବିଷ୍ଣୁ ଭଗବାନଙ୍କ ପ୍ରିୟ ଦିନ ବୋଲି ମଧ୍ୟ କୁହାଯାଇଛି । ତେବେ ଏହି ଦିନ ତୁଳସୀର ପତ୍ରକୁ ତୋଳିବା ଉଚିତ ନୁହେଁ । କାରଣ ତୁଳସୀକୁ ବିଷ୍ଣୁଙ୍କର ପ୍ରିୟ ବୋଲି କୁହାଯାଇଥାଏ ।

ତୁଳସୀ ବିବାହ ବିଷୟରେ ସମସ୍ତେ ଜାଣିଥିବେ ଯଦି ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ ଏକାଦଶି ଦିନ ତୁଳସୀଙ୍କ ବିବାହ ଭଗବାନ ବିଷ୍ଣୁ ସହ ହୋଇଥିଲା । ତେବେ ଏକାଦଶୀ ଦିନ ତୁଳସୀ ଗଛରୁ ପତ୍ର ବା ଡାଳ ଛିଣ୍ଡେଇବା ଉଚିତ ନୁହେଁ । ଆପଣ ମାନେ ପ୍ରାୟତଃ ଲୋକେ ବିଷ୍ଣୁ ପୁରାଣ ବିଷୟରେ ପଢିଥିବେ ଯେ ସଙ୍କ୍ରାନ୍ତି, ଦ୍ଵାଦଶୀ, ସୂର୍ଯ୍ୟଗ୍ରହଣ ବା ଚନ୍ଦ୍ର ଗ୍ରହଣରେ ତୁଳସୀ ଗଛରୁ ପତ୍ର ତୋଳିବା ଉଚିତ ନୁହେଁ । ନଚେତ ଏହାର କୁପ୍ରଭାବ ଆପଣଙ୍କ ସହ ଆପଣଙ୍କ ପରିବାର ଉପରେ ମଧ୍ୟ ପଡିଥାଏ ।

ତୁଳସୀ ଗଛ ସବୁ ଧାର୍ମିକ କାର୍ଯ୍ୟରେ ଆବଶ୍ଯକ ହୋଇଥାଏ, ଯେତେବେଳେ ଏହାର ଆବଶ୍ୟକତା ପଡିଥାଏ । ସେତେବେଳେ ମଧ୍ୟ ଦିନ ବାର ଓ ତିଥି ଦେଖି ତୋଳିବା ଉଚିତ କାରଣ ଏହା ନଦେଖିଲେ ଏହାର କୁପରିଣାମ ସେହି ବ୍ୟକ୍ତି ତଥା ତାଙ୍କ ପରିବାରକୁ ଭୋଗିବାକୁ ପଡିଥାଏ । କୌଣସି ବିନା କାରଣରେ ତୁଳସୀ ପତ୍ର ବା ଡାଳ ଛିଡେଇବା ଉଚିତ ନୁହେଁ ।

ତେବେ ଶାସ୍ତ୍ରରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ବିନା କାରଣରେ ତୁଳସୀ ଗଛରୁ ପତ୍ର ଛିଣ୍ଡେଇବା ଉଚିତ ନୁହେଁ ଓ ତୁଳସୀ ପତ୍ର ୧୧ ଦିନ ପର୍ଯ୍ୟନ୍ତ ମଧ୍ୟ ରଖି ବ୍ୟବହାର କଲେ ବାସି ହୋଇନଥାଏ ଆପଣ ଏହାକୁ ବ୍ୟବହାର କରି ପାରିବେ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *