Astrology; – କାର୍ତ୍ତିକ ମାସରେ ଏହି ସବୁ ଉପାୟ କରିବା ଦ୍ଵାରା ବହୁ ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ…ଜୀବନରେ ବହୁତ ଉନ୍ନତି ହୋଇଥାଏ

ବନ୍ଧୁଗଣ କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମ ଅନୁସାରେ ସବୁଠୁ ପବିତ୍ର ମାସ ବୋଲି କୁହାଯାଏ । ହିନ୍ଦୁ ଧର୍ମାନୁସାରେ ଏହି ମାସଟି ଭଗବାନ ବିଷ୍ନୁଙ୍କର ବହୁତ ପ୍ରିୟ ଅଟେ । ଶାସ୍ତ୍ର ଅନୁସାରେ ଏହି ସମୟର ବ୍ରତ, ତପ, ଦାନ ଧର୍ମ ଓ ପୂଜା ପାଠ କରିବା ଦ୍ଵାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ଘରେ ସୁଖଶାନ୍ତି ଭରି ରହିଥାଏ । ଏହା ସହିତ ଏହି ମାସରେ ୭ ଟି ମୁଖ୍ୟ ନିୟମ ରହିଛି ଯାହାକୁ ପାଳନ କରିବା ଦ୍ଵାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ଏବଂ ଘରକୁ ସୁଖ ଶାନ୍ତିର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ । ଯାହାକୁ ପାଳନ କରି ଭଗବାନଙ୍କ କୃପା ଲାଭ କରିପାରିବେ ।

1- ଶ୍ରୀ ହରିଙ୍କର ତୁଳସୀ ବହୁତ ପ୍ରିୟ ଅଟେ । ତେଣୁ ଏହି ମାସରେ ତୁଳସୀ ପୂଜାକୁ ଅଧିକ ମହତ୍ଵ ଦିଆଯାଇଥାଏ । କହିବାକୁ ଗଲେ ତୁଳସୀ ମାତାଙ୍କର ସର୍ବଦା ପୂଜା କରିବା ଉଚିତ । ଏହି ମାସରେ ତାଙ୍କର ବିଶେଷ ପୂଜାର୍ଚନା କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ନୁଙ୍କର କୃପା ମିଳିଥାଏ । ତେଣୁ ଏହି ମାସରେ ତୁଳସୀ ମାତାଙ୍କ ପୂଜା କରିବା ଉଚିତ ।

2- କାର୍ତ୍ତିକ ମାସର ଦିତୀୟ ଓ ସବୁଠାରୁ ପବିତ୍ର ନିୟମ ଦୀପଦାନ ବୋଲି କୁହାଯାଇଥାଏ । କାର୍ତ୍ତିକ ମାସରେ ନଦୀ ଓ ପୋଖରୀ ଆଦିରେ ଦୀପ ଦାନ କରିବା ଉଚିତ । ଏମିତି କରିବା ଦ୍ଵାରା ଘରେ ଥିବା ନକରାତ୍ମକ ବାତାବରଣ ଦୂର ହୋଇଥାଏ ଏବଂ ଜୀବନକୁ ଖୁସିର ଆଗମନ ହୋଇଥାଏ । ଶାସ୍ତ୍ର ଅନୁସାରେ ଏହି ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ଉଚିତ ହୋଇଥାଏ । କୁହାଯାଏ କି ଏହି ମାସରେ ଭୂମି ଉପରେ ଶୋଇବା ଦ୍ଵାରା ବ୍ଯକ୍ତିର ମନବାଞ୍ଛା ପୂରଣ ହୋଇଥାଏ । ବ୍ଯକ୍ତିର ଅନ୍ତରରୁ ନକରାତ୍ମକ ଭାବନା ଦୂର ହୋଇ ସକାରାତ୍ମକ ଭାବନା ଆସିଥାଏ ଏବଂ ଶରୀରର ରକ୍ତ ସଂଚାଳନ ଠିକସେ ହୋଇଥାଏ । ଯାହାଫଳରେ ବ୍ଯକ୍ତିର ଶରୀର ରୋଗ ମୁକ୍ତ ଓ ସୁସ୍ଥ ରହିଥାଏ ।

3- କୁହାଯାଏକି ଏହି ମାସରେ ଶରୀରରେ ତେଲ ଲଗେଇବା ଉଚିତ ନୁହେଁ । ଯଦି କେହି ଶରୀରରେ ତେଲ ଲଗେଇବା ପାଇଁ ଚାହୁଁଥିବେ କାର୍ତ୍ତିକ ଚତୁର୍ଦ୍ଧଶୀ ଦିନ ତେଲ ଲଗେଇ ପାରିବେ । ଏହି ମାସ ସାରା ମୁଗ, ଚଣା, ମସୁର, ଏବଂ ମଟର ଆଦି ଖାଦ୍ୟ ପଦାର୍ଥ ସେବନ କରିବା ଉଚିତ ନୁହେଁ ।

4- ଏହି ମାସରେ ବିଶେଷ କରି ଲୋକଙ୍କୁ ମଦ ଓ ମାଂସରୁ ଦୂରେଇ ରହିବା ଉଚିତ ଅଟେ । ଯେଉଁ ଲୋକ ଏହି ମାସରେ ବ୍ରତ ରଖିଥାନ୍ତି ନିଜ ଜୀବନରେ ତପସ୍ଵୀ ଭଳି ଜୀବନ ଜାପନ କରିବା ଉଚିତ । ଏହା ସହିତ କମ୍ କଥା କହିବା ଓ ଅନ୍ୟ ଅନ୍ୟମାନଙ୍କ କଥା ଶୁଣିବା, ଝଗଡା ଆଦି ନକରିବା ଓ କାହା ବିଷୟରେ ଖରାପ ନକହିବା ଭଳି ନିୟମ ପାଳନ କରିବା ଉଚିତ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *