କାନର ଦରଜ ପାଇଁ ବ୍ୟସ୍ତ ହୁଅନ୍ତୁନି, ସୋରିଷ ଓ ରଶୁଣର ଏହି ଉପାୟରେ କାନର ଯନ୍ତ୍ରଣାରୁ ତୁରନ୍ତ ଆରାମ ପାଆନ୍ତୁ

ବନ୍ଧୁଗଣ କାନ ଦରଜ ଆମକୁ ବହୁତ କଷ୍ଟ ସହିବାକୁ ପଡିଥାଏ । ଏମିତିକି ଖାଇବା ଓ ଶୋଇବାରେ ବହୁତ ଅସୁବିଧା ହୁଏ । ଯଦି କେବେ ମଧ୍ୟ କାନ ଦରଜ ହୁଏ ତେବେ ତାହାର ଶୀଘ୍ର ଚିକିତ୍ସା କରିବା ଦରକାର । ଏହି ସମସ୍ୟାର ଠିକ ସମୟରେ ଚିକିତ୍ସା ନକଲେ କାନ ଦରଜ ବଢିଯାଏ ଯାହାଫଳରେ କାନରୁ ରକ୍ତ ମଧ୍ୟ ବାହାରିବାର ସମ୍ଭାବନା ରହିଥାଏ । ତେବେ ଯଦି ଆପଣଙ୍କ କାନ ଦରଜ ଅଛି ତା’ ହେଲେ ତଳେ ଦିଆଯାଇଥିବା ଘରୋଇ ଉପାୟକୁ ବ୍ୟବହାର କରନ୍ତୁ ସେଥିରୁ ଆପଣଙ୍କୁ ଶୀଘ୍ର ଆରାମ ମିଳିପାରିବ ।

1- ରସୁଣରେ ଆନ୍ଟିବ୍ଯାକ୍ଟେରିଆ ଗୁଣ ରହିଛି । ଯାହା ସଂକ୍ରମଣର ଚିକିତ୍ସା କରିବାରେ ସାହାଯ୍ୟ କରେ । କାନ ଦରଜ ହେଲେ ରସୁଣ ବ୍ୟବହାର କରିବା ଉଚିତ । ରସୁଣକୁ ଖାଇଲେ ଦରଜରୁ ଆରାମ ମିଳେ । କାନରେ ରସୁଣର ରସ ପକେଇପାରିବେ । ରସୁଣର ରସ ବାହାର କରିବାପାଇଁ ତାହାକୁ ବାଟିଦିଅନ୍ତୁ ଓ ସେହି ରସକୁ ତୁଳା ସାହାଯ୍ୟରେ କାନରେ ଢାଳନ୍ତୁ । ଏହାକୁ ତେଲରେ ମଧ୍ୟ ମିଶେଇ ଲଗେଇପାରିବେ ।

2- ସୋରିଷ ତେଲ ସାହାଯ୍ୟରେ କାନ ଦରଜ ଦୂର ହୁଏ । କାନ ଦରଜ ହେଲେ ସୋରିଷ ତେଲ ଗରମ କରି ତା ଭିତରେ ରସୁଣର ଗୋଟେ ପାଖୁଡା ପକେଇ ବ୍ୟବହାର କରନ୍ତୁ । ଏହି ତେଲକୁ ଥଣ୍ଡା କରନ୍ତୁ, ତାପରେ ତୁଳା ସାହାଯ୍ୟରେ କାନରେ ଢାଳନ୍ତୁ । ଦିନରେ ତିନି ଥର ଏହାକୁ କରନ୍ତୁ । କାନ ଦରଜ ଭଲ ହୋଇଯିବ ।

3- ଅଦା କାନ ଦରଜ ଦୂର କରିବାରେ ସାହାଯ୍ୟ କରେ । ଅଦାରେ ଆଣ୍ଟିଇନଫ୍ଲାମେଣ୍ଟାରି ଗୁଣ ରହିଛି । ଯାହା ଦରଜ ଦୂର କରିବାରେ ସାହାଯ୍ୟ କରେ । କାନରେ ଦରଜ ହେଲେ ଅଦାକୁ ଛୋଟ ଛୋଟ କାଟି ସୋରିଷ ତେଲ ଗରମ କରି ତା ଭିତରେ ଅଦା ପକାନ୍ତୁ । ତେଲ ଗରମ ହେଲା ପରେ ତୁଳା ସାହାଯ୍ୟରେ କାନରେ ଢାଳନ୍ତୁ ଓ କାନ ଉପରେ ତୁଳାକୁ ରଖନ୍ତୁ ।

4- ଆଇସ ପ୍ୟାକକୁ ଦରଜ ଜାଗାରେ ରଖନ୍ତୁ । ଏହିପରି କଲେ କାନ ଦରଜ ଦୂର ହୁଏ । ଆପଣ ଗରମ ପ୍ୟାଡ ମଧ୍ୟ ଦେଇପାରିବେ । ଯଦି ଆପଣଙ୍କ ପାଖରେ ଗରମ ପ୍ୟାଡ ନାହିଁ ତାହେଲେ କପଡାକୁ ଗରମ କରି କାନ ଉପରେ ରଖିପାରିବେ । ଆଇସ ପ୍ୟାକ ନଥିଲେ ବରଫକୁ କପଡାରେ ରଖି ତାକୁ ବାନ୍ଧି କାନ ଉପରେ ରଖିପାରିବେ । ୧୦ ମିନିଟରେ ଆପଣଙ୍କୁ ଆରାମ ମିଳିବ । ଏହି ପ୍ରକ୍ରିୟା ଦିନକୁ ୪ ଥର କରନ୍ତୁ ।

ତେବେ କାନ ସଫା ନକଲେ କାନ ଦରଜ ହୋଇଥାଏ । ସେଥିପାଇଁ କଟନ ତୁଳାରେ ସଫା କରନ୍ତୁ । ଯଦି ଦରଜ ଥିବ ତେବେ ତାହା ଦୂର ହୋଇଯାଏ । ତେବେ ଯଦି ଅସହ୍ୟ ଯନ୍ତ୍ରଣା କାନରେ ଅନୁଭୂତ ହେଉଥାଏ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରିନିଅନ୍ତୁ ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *