ବ୍ରହ୍ମ ମୂହୁର୍ତ୍ତକୁ ସବୁଠାରୁ ମୂଲ୍ୟବାନ ସମୟ କୁହାଯିବା ପଛର ସବୁଠାରୁ ବଡ ରହସ୍ୟ ! ଏହି ସମୟକୁ ହାତଛଡା କରନ୍ତୁନି…

ବନ୍ଧୁଗଣ ବ୍ରହ୍ମ ମୂହୁର୍ତ୍ତକୁ ଦିନର ସବୁଠାରୁ ମହତ୍ଵପୂର୍ଣ୍ଣ ସମୟ ବୋଲି କୁହାଯାଇଥାଏ । ବ୍ରାହ୍ମ ମୂହୁର୍ତ୍ତ ପ୍ରକୃତରେ କେଉଁ ସମୟକୁ କୁହାଯାଏ ଆସନ୍ତୁ ଜାଣିବା ? ସୂର୍ଯ୍ୟ ଉଦୟ ସମୟର ୯୬ ମିନିଟ ପୂର୍ବ ମୂହୁର୍ତ୍ତକୁ ବ୍ରାହ୍ମ ମୂହୁର୍ତ୍ତ କୁହାଯାଏ । ବ୍ରାହ୍ମ ମୂହୁର୍ତ୍ତ ମଣିଷ ଜୀବନର ସବୁଠାରୁ ବହୁ ମୂଲ୍ୟବାନ ସମୟ ଅଟେ । ଏହି ସମୟରେ ସମସ୍ତଙ୍କୁ ଧ୍ୟାନ ଏବଂ ଜ୍ଞାନ ଅର୍ଜନ କରିବାର ସଠିକ ସମୟ ବୋଲି କୁହାଯାଇଛି । ଏହି ମୂହୁର୍ତ୍ତରେ କାମ କରୁଥିବା ବ୍ୟକ୍ତି ନିଜ ଜୀବନରେ ସଫଳତା ବହୁତ ସହଜ ଭାବରେ ପାଇଥାଏ ।

ବ୍ରାହ୍ମ ମୂହୁର୍ତ୍ତ ଏମିତି ଗୋଟେ ସମୟ ଯେତେବେଳେ ଧ୍ୟାନ କଲେ ମଣିଷ ବିନା କୌଣସି ପରିଶ୍ରମ ସବୁ କିଛି ପାଇଥାଏ । ବ୍ରାହ୍ମ ମୂହୁର୍ତ୍ତ ସମୟ ବହୁତ ଶାନ୍ତ ସମୟ ହୋଇଥାଏ । ଏହାର ପ୍ରଭାବ ଆମ ଚିନ୍ତାଧାରା ଉପରେ ମଧ୍ୟ ପଡିଥାଏ । ତେବେ ଆପଣ ଏହା ଭାବୁଥିବେ ଯେ ମୁଁ ଦିନସାରା କିଛି ନା କିଛି ଭାବୁଥାଏ ତେବେ ଏହି ବ୍ରାହ୍ମ ମୂହୁର୍ତ୍ତରେ ମୁଁ କ’ଣ କାମ କରିବି ।

ହେଲେ ଏହାର ବହୁତ ସମ୍ପର୍କ ବ୍ରାହ୍ମ ମୂହୁର୍ତ୍ତ ସହ ହୋଇଥାଏ ଯେତେବେଳେ ଦିନରେ ଆପଣ କୌଣସି ପ୍ରକାର ଚିନ୍ତା କରନ୍ତି ତେବେ ବହୁତ ପ୍ରକାର ଷୋର ଶବ୍ଦ ଆପଣଙ୍କ କାନରେ ବାଜି ଥାଏ ଏବଂ ଆପଣଙ୍କ ଭାବନାରେ ସମସ୍ଯା ଆସିଥାଏ କିନ୍ତୁ ବ୍ରାହ୍ମ ମୂହୁର୍ତ୍ତ ସମୟରେ ପ୍ରାୟ ସମସ୍ତେ ଶୋଇଥାନ୍ତି, ତେବେ ଏହି ସମୟ ଧ୍ୟାନ କରିବା ପାଇଁ ବହୁତ ମହତ୍ଵପୂର୍ଣ୍ଣ ସମୟ ଅଟେ । ହିନ୍ଦୁ ଶାସ୍ତ୍ର ଅନୁଯାଇ ରାତିକୁ ଚାରି ଭାଗରେ ବିଭକ୍ତ କରା ଯାଇଛି ।

ଯେପରି ପ୍ରଥମ ୬ ରୁ ୯ ରୁଦ୍ର କାଳ, ଦିତୀୟ ୯ ରୁ ୧୨ ରାକ୍ଷସ କାଳ, ତୃତୀୟ ୧୨ ରୁ ୩ ଗନ୍ଧର୍ବ କାଳ ଏବଂ ଅନ୍ତିମ ୩ ରୁ ୬ ମନୋହର କାଳ ହୋଇଥାଏ । ବ୍ରାହ୍ମ ମୂହୁର୍ତ୍ତ ସମୟରେ କୋଶମିକ ଏନର୍ଜି ଅର୍ଥାତ ବିଶ୍ଵ ଶକ୍ତି ବହୁତ ମାତ୍ରାରେ ରହିଥାଏ ।

ଏହି ସମୟରେ ଆମ ଶରୀର ବହୁତ ଅଧିକ ମାତ୍ରାରେ ବିଶ୍ଵ ଶକ୍ତି ପ୍ରାପ୍ତ କରି ପାରିବ କିନ୍ତୁ ଏହି ସମୟରେ ଆପଣଙ୍କୁ ନିତ୍ୟ କାମ ସାରି ବ୍ରାହ୍ମ ମୂହୁର୍ତ୍ତରେ ଧ୍ୟାନ କରିବା ଉଚିତ, ରାତିରେ ଶୋଇବା ପରେ ଆମ ଶରୀରକୁ କିଛି ମାତ୍ରାରେ ବିଶ୍ଵ ଶକ୍ତି ପ୍ରାପ୍ତ ହୋଇଥାଏ ଯାହା ଦ୍ଵାରା ଆମେ ସକାଳେ ଭଲ ଭାବରେ ଉଠି ନିଜ କାମ କରିଥାଉ କିନ୍ତୁ ଯଦି ଆମେ ବ୍ରାହ୍ମ ମୂହୁର୍ତ୍ତରେ ଉଠି ଧ୍ୟାନ କରିଥାଉ । ତେବେ ବିଶ୍ଵ ଶକ୍ତି ବହୁତ ମାତ୍ରାରେ ଆମ ଶରୀରରେ ଏକତ୍ର ହୋଇଥାଏ ଯାହା ଦ୍ଵାରା ଆମେ ସଫଳତା ବହୁତ ସହଜରେ ପ୍ରାପ୍ତ କରିଥାଉ ।

ଆଶା କରୁଛୁ। ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *