ଶରୀରରେ କ୍ୟାଲସିୟମର ଅଭାବ ହେଲେ କ’ଣ ହୁଏ ? କ୍ୟାଲସିୟମ ଅଭାବର କାରଣ, ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଜାଣନ୍ତୁ…

ବନ୍ଧୁଗଣ ଶରୀରକୁ ଅନ୍ୟ ସବୁ ପୋଷକ ତତ୍ଵର ଆବଶ୍ୟକତା ଭଳି କ୍ୟାଲସିୟମର ମଧ୍ୟ ଆବଶ୍ୟକତା ଶରୀରକୁ ରହିଥାଏ । କ୍ୟାଲସିୟମ ଶରୀରର ହାଡକୁ ମଜବୁତ କରିବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବାରେ ସାହାଜ୍ଯ କରିଥାଏ । ହେଲେ ଯଦି କୌଣସି କାରଣରୁ ଶରୀରରେ କ୍ୟାଲସିୟମହୀନତା ଅର୍ଥାତ କ୍ୟାଲସିୟମର ଅଭାବ ଦେଖାଯାଇଥାଏ । ତେବେ ଶରୀରରେ କ’ଣ କ’ଣ ସବୁ ଲକ୍ଷଣ ଦେଖାଯାଇଥାଏ ? ଏହାଛଡା କେଉଁ କେଉଁ ସବୁ କାରଣରୁ ଶରୀରରେ କ୍ୟାଲସିୟମର ଅଭାବ ହୋଇଥାଏ ଆସନ୍ତୁ ଏହି ସବୁ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ।

୧- କ୍ୟାଲସିୟମ ଅଭାବରୁ ଶରୀରର ହାଡ ସମୟ ପୂର୍ବରୁ ଭାଙ୍ଗିଯାଏ ବା ଦୁର୍ବଳ ହୋଇଯାଏ । ଏହା ଛଡା ଯଦି ବ୍ୟକ୍ତିର ଶରୀରରେ କ୍ୟାଲସିୟମ କମି ଅଧିକ ରହିଥାଏ ତେବେ ଇମ୍ୟୁନିଟି ପାୱାର କମ ହୋଇଯାଏ । ଯାହା ଦ୍ଵାରା ଅନେକ ରୋଗ ଦେଖାଯାଏ । ଯଦି ଆମ ଶରୀରରେ କ୍ୟାଲସିୟମର ଅଭାବ ଦେଖାଯାଏ । ତେବେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ । ଏହାସହ ରକ୍ତର ସଂଚାଳନରେ ବାଧା ଦେଖାଦିଏ । ରକ୍ତ ସଂଚାଳନ ଠିକ ଭାବେ ନ ହେଲେ ହୃଦୟ ଜନିତ ରୋଗ ହେବାର ଆଶଙ୍କା ରହିଥାଏ ।

୨- କ୍ୟାଲସିୟମ କମି ହେବାର କାରଣ ଗୁଡିକ ହେଉଛି । ଯଥା;- ଯଦି ଆପଣ ନିଜ ଖାଦ୍ୟରେ କ୍ୟାଲସିୟମଯୁକ୍ତ ଖାଦ୍ୟର ଠିକ ଭାବେ ସେବନ କରିବେ ନାହିଁ । ଏହା ସହ ଯଦି ଶରୀରରେ ଭିଟାମିନ-ଡି ର କମି ଦେଖାଯାଏ ତେବେ କ୍ୟାଲସିୟମ ଅଭାବ ହୋଇଥାଏ । ଯଦି ଦୈନିକ ଚାହା ବା କଫିର ସେବନ ଏବଂ ଅଧିକ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ମଧ୍ୟ କ୍ୟାଲସିୟମର ଅଭାବ ଶରୀରରେ ଦେଖାଯାଇଥାଏ ।

୩- କ୍ୟାଲସିୟମ କମି ହେଲେ ଲକ୍ଷଣ କ’ଣ କ’ଣ ସବୁ ରହିଥାଏ ? ଯେପରି କ୍ୟାଲସିୟମ ଅଭାବରେ ଶରୀରରେ ଅଳସୁଆପଣ ଲାଗିକି ରହିବା ସହ ହାଡ ଦୁର୍ବଳ ହୋଇଯାଏ । ଶରୀରରେ ଏନର୍ଜି ନ ଆସିବା ଓ କାମରେ ମନ ନ ଲାଗିବା ଅନ୍ୟ ଏକ ଲକ୍ଷଣ ହୋଇଥାଏ । ଏହା ଛଡା ଚେହେରାରେ ଇନଫେକସେନ ହେବା ବା ନଖ ଭାଙ୍ଗିବା ଇତ୍ୟାଦି ଲକ୍ଷଣ ଦେଖାଯାଇଥାଏ । ଏହା ଛଡା ଦାନ୍ତ ଜନିତ ଅନେକ ସମସ୍ୟା ଦେଖାଯାଏ । ଏହା ଛଡା କେଶ ମଧ୍ୟ ଝଡିଥାଏ ।

୪- କ୍ୟାଲସିୟମର ଅଭାବକୁ କେମିତି ପୂରଣ କରିବେ ଜାଣନ୍ତୁ । କ୍ୟାଲସିୟମ କମି ଦୂର କରିବା ପାଇଁ ଅଦା ପାଣିର ସେବନ କରନ୍ତୁ । ଏହା ଛଡା ଦୈନିକ ରାଶି, ବାଦାମ ସହ କ୍ଷୀର ସେବନ କରିପାରିବେ । ଏହା ଛଡା କିଛି ଦିନ ପର୍ଯ୍ୟନ୍ତ ପାଣିରେ ଗୋଟେ ଚାମଚ ଜୀରା ପକାଇ ସେବନ କରିପାରିବେ । ଏହାଛଡା ଭିଟାମିନ-ଡି ଯୁକ୍ତ ଖାଦ୍ଯ ଯେମିତି କ୍ଷୀର, ପନିର, ମାଛ, ଅଣ୍ଡା, ଗହମ, ବାଜରା, ମୁଗ, ରାଜମା, ସୋୟାବିନ ଖାଇବା ଉଚିତ । ଏହା ଛଡା ସବୁଜ ପନିପରିବା ଯେମିତିକି ଗାଜର, ପାଳଙ୍ଗ ଶାଗ, ବିଟ, ବିଲାତି, କୋବି, କାକୁଡି ଇତ୍ୟାଦି । ଫଳ ମଧ୍ୟରେ ଅମୃତଭଣ୍ଡା, କମଳା, ଲିଚି, ସପୁରି ଇତ୍ୟାଦି । ଏହି ସବୁ ଖାଦ୍ଯର ସେବନ କରିବା ଦ୍ଵାରା କ୍ୟାଲସିୟମ କମି ଦୂର ହୋଇଥାଏ ।

ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *