ଇଶ୍ଵର ଆପଣଙ୍କ ସହ ହିଁ ଅଛନ୍ତି, ଯଦି ଏହି 8 ଟି ସଂକେତ ପାଇଯିବେ…Krishna Vani

ବନ୍ଧୁଗଣ ପ୍ରତ୍ଯେକଟି ବ୍ୟକ୍ତିଙ୍କ ଉପରେ ଭଗବାନଙ୍କ ନଜର ରହିଥାଏ । କାରଣ ଆମେ ଯାହା ଠିକ କି ଭୁଲ୍ କରିଥାଉ । ତାହାର ବିଚାର ଆମ ପ୍ରଭୁ ହିଁ କରିଥାନ୍ତି । ତେବେ ଯଦି କୌଣସି ବ୍ୟକ୍ତି ନିଜ ଠାରେ ଏପରି କିଛି କଥାକୁ ଅନୁଭବ କରିପାରୁଛି । ତେବେ ସେହି ବ୍ୟକ୍ତିକୁ ଜାଣି ରଖିବାର ଆବଶ୍ୟକତା ରହିଛି । ଯେ ସେହି ବ୍ୟକ୍ତିଙ୍କ ଉପରେ ଇଶ୍ଵରଙ୍କର କୃପା ରହିଛି । ଆପଣଙ୍କ ସାଥିରେ ଭଗବାନ ରହିଛନ୍ତି ବୋଲି କେମିତି ଜାଣିପାରିବେ ସେ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କିଛି କହିବାକୁ ଯାଉଛୁ ।

1- ପ୍ରଥମ ସଂକେତ ହେଉଛି ଆପଣ ଯାହା ବି କରିବେ ସେଥିରେ ସଫଳତା ମିଳିବ ନାହି । ଆପଣ ସବୁ କାମରେ ପରିଶ୍ରମ କରିବେ କିନ୍ତୁ ବିଫଳ ହେବେ । ଆପଣ ବାରମ୍ବାର ବିଫଳ ହେବେ ଯେ ପର୍ଯ୍ଯନ୍ତ ଆପଣଙ୍କ ଆଖି ଖୋଲି ନାହି ।

2- ଦ୍ଵିତୀୟ ସଂକେତ ହେଉଛି ଆପଣଙ୍କର ନିଜ ଉପରୁ ବିଶ୍ଵାସ ଭାଙ୍ଗିଯିବ । ଆପଣ ଯେବେ ଈଶ୍ବରଙ୍କ ସହ ଥିବେ ଆପଣ ଏହା ଅନୁଭବ କରିବେ । ଆପଣ ବୁଝିପାରିବେ ନାହି ଆପଣ କଣ କରିବେ । ଆପଣ କାହାକୁ ନିଜ ସମସ୍ଯା ବିଷୟରେ କହିପାରିବେ ନାହି ।

3- ତୃତୀୟ ସଂକେତ ହେଉଛନ୍ତି ଆପଣଙ୍କ ଦୁଖ ଚରମ ସୀମାରେ ରହିବ । ଆପଣ ଭାବିବେ ଏହା ଠାରୁ ବଡ ଦୁଃଖ ମୋ ଜୀବନରେ ଆଉ କିଛି ନ ଥିବ । ଆପଣ ମହାନ ସନ୍ଥଙ୍କ ଜୀବନ ଦେଖିଥିବେ ଯେଉଁ ମାନେ ବଡ ଦୁଃଖରେ ପଡିଛନ୍ତି । କିନ୍ତୁ ଈଶ୍ଵରଙ୍କୁ ଜାଣିବା ପାଇଁ ସୁଖ ତ୍ୟାଗ କରି ଈଶ୍ବରଙ୍କ ଠାରେ ନିଜକୁ ସମର୍ପଣ କରିଦେବାର ଅଛି ।

4- ଚତୁର୍ଥ ସଂକେତ ହେଉଛି ଆପଣଙ୍କ ସବୁ ଆଶା ଭାଙ୍ଗିଯିବ ସେତେବେଳେ ଆପଣଙ୍କ ଠାରେ ଖୋଜିବାର ଆଶା ଜାଗ୍ରତ ହେବ । ଆପଣ ନିଜକୁ ସେତେବେଳେ ଖୋଜିପାରିବେ । ଆପଣଙ୍କ ଜୀବନରେ ଯାହା ବି ହଜିଯାଇଛି ଏହାର କାରଣ ଖୋଜିବେ । ଏହି ସମୟରେ ଆପଣ ନିଜର ଅନ୍ତରଆତ୍ମା ସହ ଯୋଡି ହେବେ ।

5- ପଞ୍ଚମ ସଂକେତ ହେଉଛି ଯେବେ ଆପଣ ଦୁର୍ବଳତାକୁ ବୁଝିବାକୁ ଲାଗିବେ ସେତେବେଳେ ଆପଣ ନିଜକୁ ପରିବର୍ତ୍ତନ କରିପାରିବେ । ଆପଣ ପ୍ରଥମରୁ ଜିନିଷକୁ ଗମ୍ଭୀରତା ସହ ବୁଝିବାକୁ ଲାଗିବେ । ଯେବେ ଯାଏଁ ଆମେ ଈଶ୍ବରଙ୍କ ଗୁଣକୁ ବୁଝିପାରିବା ନାହି ସେତେବେଳେ ଆମେ ନିଜକୁ ବୁଝିପାରିବା ନାହି ।

6- ଷଷ୍ଠ ସଂକେତ ହେଉଛି ଆପଣ କୌଣସି ଜିନିଷରେ ହାରିବା ବା ଜିତିବା ଅନୁଭବ କରିବେ ନାହିଁ । ଆପଣଙ୍କ ଠାରେ ପରିବର୍ତ୍ତନ ଆସିଯାଇଥିବ । ଯେଉଁଥିରେ ବାହାରେ ହେଉଥିବା ଘଟଣାର ପ୍ରଭାବ ଆପଣ କମ୍ ଅନୁଭବ କରିବେ । ସେତେବେଳେ ଆପଣ ଜାଣିବେ ଇଶ୍ଵର ଆପଣଙ୍କ ସହ ଅଛନ୍ତି ।

7- ସପ୍ତମ ସଂକେତ ହେଉଛି ଯେବେ ଆପଣଙ୍କୁ ଅନୁଭବ ହେବ ଆପଣ ଈଶ୍ବରଙ୍କ ନିକଟତର ଅଛନ୍ତି ସେତେବେଳେ ଆପଣଙ୍କୁ ବହୁତ ବଡ ଝଟକା ଲାଗିବ । ଏହି ସମୟରେ ଆପଣଙ୍କ ପରୀକ୍ଷା କରାଯିବ । ଏହି ସମୟରେ ଆପଣଙ୍କର ବୁଦ୍ଧି ହଜିଯିବ । ଏହି ସମୟରେ ଆପଣଙ୍କ ଜୀବନରେ ଖୁସି ଆଶା ଆସିଯିବ ।

8- ଶେଷ ସଂକେତ ହେଉଛି ଶବ୍ଦର ବ୍ୟକ୍ତ କରିପାରିବେ ନାହି । ଆପଣଙ୍କ ମନରେ ଅନୁଭବ ହେବନି କି ଇଶ୍ଵର ଆପଣଙ୍କ ସହ ନାହାନ୍ତି । ଇଶ୍ଵର ଆପଣଙ୍କ ସହ ରହିବାର ଅନୁଭବ ହେବ । ଆପଣ ଏହି ଅନୁଭବକୁ ପାଇ ଶାନ୍ତି ପାଇବେ ।

ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *