ବାରମ୍ବାର ଚେଷ୍ଟା କରି ମଧ୍ୟ ପ୍ରେଗନେନ୍ସି ନରହିଲେ କ’ଣ କରିବେ ? ପିଲାପିଲି ପାଇଁ ଇଛୁକ ଦମ୍ପତ୍ତି ନିହାତି ଜାଣନ୍ତୁ…

ବନ୍ଧୁଗଣ ଏହି ଦୁନିଆର ସବୁ ଲୋକ ବିବାହ ପରେ ପରେ ବାପା ଓ ମାଆ ହେବାର ଖୁସିକୁ ଅନୁଭବ କରିବାକୁ ଚାହାନ୍ତି । ବାପା ମା’ ହେବା ପରେ ତାଙ୍କ ଜୀବନ ସାର୍ଥକ ହେଲା ଭଳି ଲାଗିଥାଏ । ହେଲେ ବନ୍ଧୁଗଣ କିଛି ଲୋକଙ୍କ ଭାଗ୍ୟରେ ବାପା ମା’ ହେବାର ସୁଖ ରହିନଥାଏ, ଯାହାଫଳରେ ସେମାନଙ୍କୁ ସମାଜର କେତେକ ଅପମାନ ଓ କଥାକୁ ସହ୍ୟ କରିବାକୁ ପଡିଥାଏ । ଏହି ଲୋକମାନେ ନିଜ ଜୀବନରେ ବହୁତ ସମସ୍ଯାର ସମ୍ମୁଖୀନ ହୋଇଥାନ୍ତି ।

ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ପ୍ରେଗ୍ନେନ୍ସି ପ୍ରୋବ୍ଲେମକୁ ନେଇ କେତେକ କାରଣ ଓ ତାହାର ଉପଚାର ବିଷୟରେ କହିବାକୁ ଯାଉଛୁ । ଯାହାକୁ କରିବା ଦ୍ଵାରା ଆପଣ ବହୁତ ଶୀଘ୍ର ବାପା ବା ମା’ ହେବାର ସୁଖ ପାଇପାରିବେ । କିଛି ଦମ୍ପତ୍ତି ଯେଉଁମାନେ କେବଳ ମାସକୁ ଦୁଇ ରୁ ୩ ଥର ପ୍ରେଗନେନ୍ସି ପାଇଁ ଚେଷ୍ଟା କରିଥାନ୍ତି । ଯଦି କୌଣସି ମହିଳାର ବୟସ ୩୦ ବର୍ଷରୁ କମ ଅଛି, ତା ହେଲେ ସେହି ମହିଳା ନିଜ ସ୍ଵାମୀ ସହ ସପ୍ତାହକୁ ୩ ଥର ନିଶ୍ଚୟ ପ୍ରେଗ୍ନେନ୍ସି ହେବା ପାଇଁ ଚେଷ୍ଟା କରିବା ଉଚିତ । ତାପରେ ଯଦି ଆପଣ ପ୍ରେଗନେଣ୍ଟ ହୋଇପାରୁନାହାନ୍ତି, ତା ହେଲେ ଆପଣଙ୍କୁ ଡାକ୍ତରର ପରାମର୍ଶ ନେବା ନିଶ୍ଚୟ ଆବଶ୍ୟକ ।

ବନ୍ଧୁଗଣ ଏମିତି କିଛି ଦମ୍ପତ୍ତି ଅଛନ୍ତି ଯେଉଁମାନେ ଚାକିରି ପାଇଁ ପରସ୍ପର ଠାରୁ ଅଲଗା ରହୁଛନ୍ତି । ଯାହାଫଳରେ ସେମାନଙ୍କର ପିଲାପିଲି ହେବାରେ ଅସୁବିଧା ରହୁଛି । ତେବେ ଗର୍ଭବତୀ ହେବା ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ଓ ଏକ ନିର୍ଦ୍ଧିଷ୍ଟ ମାନସିକ ଚିନ୍ତା ରହିବା ନିହାତି ଆବଶ୍ୟକ । କାରଣ ଯଦି ଦମ୍ପତ୍ତି ଅଲଗା ଅଲଗା ରହିବେ । ତା ହେଲେ ସେମାନେ ବହୁତ କମ ସମୟ ପରସ୍ପରକୁ ଦେବେ ଓ ଏହି କାରଣ ପାଇଁ ସେମାନେ ବାପା ମା ହେବାର ସୁଖ ପାଇପାରିବେ ନାହିଁ ।

ଏହା ବ୍ଯତୀତ କେତେକ ପୁରୁଷ ଏପରି ଅଛନ୍ତି ଯେଉଁମାନେ ଅଧିକାଂଶ ଧୂମ୍ରପାନ ଓ ମଦ୍ୟପାନ ଆଦି ନିଶା ସେବନ କରିଥାନ୍ତି । ଏହା ମଧ୍ୟ ଏକ ମୁଖ୍ୟ କାରଣ ହୋଇଥାଏ ପିଲାପିଲି  ନହେବାର । ତେଣୁ ଏଥିପାଇଁ ଆପଣ ନିଶ୍ଚୟ ଡାକ୍ତର ପାଖକୁ ଯାନ୍ତୁ ଓ ନିଜର ଚିକିତ୍ସା କରାନ୍ତୁ । କେତେକ ମହିଳା ମାନଙ୍କର PCOD ଭଳି ସମସ୍ଯା ରହିଥାଏ । ଯାହାଫଳରେ ସେମାନେ ଗର୍ଭ ଧାରଣ କରିପାରନ୍ତି ନାହିଁ । ତେଣୁ ମହିଳା ମାନେ ନିଜର ଏହି ସମସ୍ଯାର ଚିକିତ୍ସା କରିବା ନିହାତି ଆବଶ୍ୟକ ।

ଏହା ବ୍ଯତୀତ ଯଦି ଆପଣଙ୍କର ଥାଇରଡ, ଶ୍ଵାସ, ରକ୍ତଚାପ ଓ ଡାଇବେଟିସ ଆଦି ସମସ୍ଯା ଥିବ । ତାହେଲେ ହୁଏତ ଗର୍ଭ ଧାରଣ କରିବା ପାଇଁ ଅସୁବିଧା ହୋଇପାରେ । ତେଣୁ ପ୍ରେଗ୍ନେନ୍ସି ପାଇଁ ଅଧିକ ଚିନ୍ତା କରନ୍ତୁ ନାହିଁ । ପ୍ରଥମେ ନିଜର ଏହି ସମସ୍ତ ସମସ୍ଯାକୁ ଦୂର କରିବା ସହ ସପ୍ତାହକୁ ଦୁଇ ରୁ ତିନି ଥର ଦମ୍ପତ୍ତି ମିଶି ପ୍ରେଗନେନ୍ସି ପାଇଁ ଚେଷ୍ଟା କରନ୍ତୁ, ଦେଖିବେ ଆପଣ ନିଶ୍ଚୟ ବାପା ମା ହେବାର ସୁଖ ପାଇବେ ।

ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *