ଛୋଟପିଲା କଏନ ଗିଳିଦେଇଥିଲେ କ’ଣ କରିବେ ? Dr Diptiman Baliarsingh

ବନ୍ଧୁଗଣ ଛୋଟ ପିଲା ମାନେ ସାଧାରଣତଃ ବହୁତ ଦୁଷ୍ଟ ହୋଇଥାନ୍ତି । ସେମାନେ ବେଳେବେଳେ ଏମିତି ଦୁଷ୍ଟାମି କରି ବସିଥାନ୍ତି । ଯେ ତାଙ୍କର ଏମିତି କିଛି କାମ ପାଇଁ ପରିବାର ଲୋକ ଭୟ କରିଯାଇଥାନ୍ତି । ଏହି ଯେପରି ସାଧାରଣତଃ ଛୋଟ ଛୁଆ ମାନେ କଇନ ବା ବ୍ୟାଟେରୀ ଆଦି ଛୋଟ ଛୋଟ ଜିନିଷକୁ ପାଟିରେ ପୁରାଇ ଗିଳିଦେଇଥାନ୍ତି । ଯଦି ପିଲାମାନେ କଏନ୍ ଗିଳି ଦିଅନ୍ତି । ତା’ ହେଲେ ତାହା ଦୁଇଟି ଜାଗାକୁ ଯାଇଥାଏ ଗୋଟେ ହେଲା ଆପଣଙ୍କ ଶ୍ଵାସନଳୀକି ଅଥବା ଗୋଟେ ଖାଦ୍ୟନଳୀକୁ ଯାଇପାରେ ।

ଏହା ନିର୍ଭର କରେ ଛୁଆର ବୟସ ଉପରେ । ଯଦି ଗୋଟେ ଯୁବକ କଏନ୍ ଗିଳି ଦେଉଛି ତା ହେଲେ ସେହି କଏନ୍ ତାର ଶ୍ଵାସନଳୀକୁ ଯାଇଥାଏ । ଛୁଆ ମାନେ କଏନ୍ ଗିଳି ତାହା ଶ୍ଵାସନଳୀକୁ ଯିବାର କମ ସମ୍ଭାବନା ଅଛି । ହେଲେ ଯଦି ଛୁଆଟି ଏକ ବେଟେରୀ ଗିଳି ଦେଉଛି ତା ହେଲେ ତାହା ଶ୍ଵାସନଳୀକୁ ଯାଇପାରେ । କାରଣ ଶ୍ଵାସନଳୀ ଆଉ ଖାଦ୍ୟନଳୀ ଲାଗିକି ଥାଏ । ଅନେକ ସମୟରେ ଛୁଆ ମାନେ କଏନ୍ ଗିଳି ଥାନ୍ତି ଆଉ ତାଙ୍କୁ ଘର ଲୋକ ମୁଠାଏ ଭାତ କିମ୍ବା କଦଳୀ ଖାଇବାକୁ ଦିଅନ୍ତି ।

ଏହାଦ୍ବାରା କଏନ୍ ଟି ତଳେ ଖସି ଯାଇଥାଏ ଏବଂ ତଳେ ଖସିଗଲେ ବହୁତ ଭଲ ହୁଏ । ଯଦି ଛୁଆଟି 7-8 ବର୍ଷ ବା ଅଧିକ ବୟସର ଅଛି, ତାହେଲେ ତା’ ପେଟରେ ଥିବା କଏନ୍ ଟି ମଳଦ୍ଵାର ବାଟେ ବାହାରିଯିବ । ସେଥିପାଇଁ ଆପଣଙ୍କୁ ତିନି ଦିନ ଅର୍ଥାତ 72 ଘଣ୍ଟା ପର୍ଯ୍ୟନ୍ତ ଦେଖିବାକୁ ପଡିବ ଯେ, ଛୁଆ ପେଟରୁ କଏନ୍ ବାହାରିଛି ନା ନାହିଁ ।

କଏନ୍ ଯଦି ବାହାରି ନଥାଏ ତାହେଲେ ପେଟ ଭିତରେ ଗୋଟେ ଜାଗା ଅଛି ସେଠାରେ ଅଟକି ଯିବାର ସମ୍ଭାବନା ରହିଛି । ଅଟକିଲେ ଆପଣଙ୍କ ଖାଦ୍ୟ ସବୁ ଅଟକିବ ଆଉ ପେନ୍ ହେବା ଆରମ୍ଭ ହେବ । ଯଦି 72 ଘଣ୍ଟାରେ ଆପଣଙ୍କ କଏନ୍ ଟି ବାହାରିନି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

2 ବର୍ଷ ରୁ 4 ବର୍ଷ ଛୁଆ ମାନଙ୍କର ଖାଦ୍ୟନଳୀରେ ବେଳେବେଳେ କଏନ୍ ଅଟକି ଥାଏ । ସେଠାରେ କଏନ୍ ଅଟକିବାର କାରଣ ହେଉଛି ତା ତଳକୁ ତାଙ୍କ ନଳୀଟି ବହୁତ ପତଳା ଥାଏ ଯାହାଫଳରେ କଏନ୍ ଟି ତଳକୁ ଖସି ପାରେ ନାହିଁ । ତେବେ ଏହି ଜାଗାରେ କଏନ୍ ରହିଲେ ତାକୁ ବାହାର କରିହେବ । ହେଲେ ଯଦି ବେଟେରୀ ଛୁଆ ମାନେ ଗିଳିଦେବେ । ତା ହେଲେ ବେଟେରୀ କାଢିବା ବହୁତ କଷ୍ଟକର ହୋଇପାରେ । ତେଣୁ କଇନ୍ କି ବ୍ୟାଟେରୀ ଆଦି ଛୋଟ ଜିନିଷ ଛୋଟ ପିଲାଙ୍କ ଆଖପାଖରେ ରଖନ୍ତୁ ନାହିଁ ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *