ଆପଣ ସଜନା ଶାଗ ଖାଉଛନ୍ତି କି ! ତେବେ ଏହି କଥାକୁ ନିହାତି ଭାବେ ଜାଣନ୍ତୁ… Health benefits of moringa leaves

ବନ୍ଧୁଗଣ ଆପଣ ମାନେ ସମସ୍ତେ ସଜନା ପତ୍ରର ସେବନ ନିଶ୍ଚୟ କରୁଥିବେ । ହେଲେ ବନ୍ଧୁଗଣ ଆପଣ ମାନେ କ’ଣ ଏହାର ଫାଇଦା ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସଜନା ପତ୍ରର ଫାଇଦା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ହୁଏତ ବହୁତ କମ୍ ଲୋକ ଜାଣିଛନ୍ତି । ତା’ ହେଲେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ  । ୧୦୦ ଗ୍ରାମ ସଜନା ପତ୍ରରେ ୫ ଗ୍ଳାସ କ୍ଷୀର ସମାନ କ୍ୟାଲସିୟମ ରହିଥାଏ ଓ ୧ ଲେମ୍ବୁ ତୁଳନାରେ ଏଥିରେ ୫ ଗୁଣ ଅଧିକ ଭିଟାମିନ C ମିଳିଥାଏ ।

ଏହା ସହିତ ଏହି ପତ୍ରରେ ପ୍ରୋଟିନ, ମ୍ୟାଗ୍ନେସିୟମ, ଆଇରନ, ପୋଟାସିୟମ ଏବଂ ଭିଟାମିନ B କମ୍ପ୍ଲେକ୍ସ ବହୁତ ପରିମାଣରେ ମିଳିଥାଏ । ହଇଜା, ଝାଡା ବାନ୍ତି ଏବଂ ଜଣ୍ଡିସ ଭଳି ରୋଗୀ ମାନଙ୍କ ପାଇଁ ସଜନା ପତ୍ରର ରସ ପିଇବା ବହୁତ ଲାଭକାରୀ ହୋଇଥାଏ ।

ଏହା ଛଡା ଯଦି ଆପଣଙ୍କୁ ବହୁତ ଜୋରରେ ଥଂଡା, ହୋଇ ଯାଇଛି ତେବେ ଆପଣ ଏହି ପତ୍ର ଏବଂ ଫଳକୁ ଗରମ ପାଣିରେ ଫୁଟାଇ ତାର ବାମ୍ପ ନେଇ ପାରିବେ । ଏହା ଦ୍ୱାରା ଆପଣଙ୍କ ନାକ ଫିଟି ଯିବ ଏବଂ ଆପଣଙ୍କୁ ଦୁର୍ବଳ ମଧ୍ୟ ଲାଗିବ ନାହିଁ । ଏହା ସହ ଏହି ସଜନା ଶାଗକୁ ନିୟମିତ ଭାବରେ ଖାଇବା ଦ୍ୱାରା ଆପଣଙ୍କୁ ଏନିମିଆ ବା ରକ୍ତ ଅଭାବ ଦୁର ହୋଇଥାଏ ।ଏହା ପିଲାଙ୍କ ମଧ୍ୟରେ କୁପୋଷଣକୁ ଦୁର କରିଥାଏ ଏବଂ ଭଲ ପୋଷକ ତତ୍ତ୍ୱ ଦେଇଥାଏ ।

ଏହା ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଆମ ଶରୀରକୁ ପୋଷଣ ତଥା ଊର୍ଜା ଦେଇଥାଏ । ଏହା ସହିତ ଏହା କୋଷ୍ଟ କାଠିନ୍ଯ ସମସ୍ଯାକୁ ମଧ୍ୟ ଦୂର କରିବାରେ ବହୁତ ଅଧିକ ସହାୟତା କରିଥାଏ ।

ଏହା ହାଡ଼କୁ ମଜବୁତ କରିଥାଏ ଯାହା ଦ୍ୱାରା ଆଣ୍ଠୁ ଗଣ୍ଠି ବିନ୍ଧା ଦୁର ହୋଇଥାଏ ଏବଂ ପିଠି ବେକ ଆଦି ବିନ୍ଧା ମଧ୍ୟ ଭଲ ହୋଇଯାଏ । ଏହା ସହିତ ଏହା ଆମ ଆଖି ଓ ମସ୍ତିସ୍କକୁ ପୋଷଣ ଯୋଗାଇ ଥାଏ ।

ବନ୍ଧୁଗଣ ଏହା ଆପଣଙ୍କୁ ବହୁତ ସହଜରେ ମଧ୍ୟ ମିଳିଯିବ ଓ ଏହାର କୌଣସି ପ୍ରକାରର ସାଇଡ ଇଫେକ୍ଟ ରହିନଥାଏ । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *