ଝିଅମାନେ କାହିଁକି ଫୋଡାଇଥାନ୍ତି ନାକ ? ସୁନ୍ଦରତା ପାଇଁ ନା ଆଉ କିଛି ଖାସ୍ କାରଣ ପାଇଁ…? ଝିଅ ମାନେ ନିହାତି ଜାଣନ୍ତୁ…

ବନ୍ଧୁଗଣ ଆମର ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ସମସ୍ତ ଝିଅ ନିଜ ନାକରେ କଣା କରିଥାନ୍ତି । କାରଣ ନାକରେ ନାକ ଫୁଲ ପିନ୍ଧିବା ଦ୍ଵାରା ଯେ କୌଣସି ଝିଅ କିମ୍ବା ମହିଳାର ମୁଖମଣ୍ଡଳର ସୁନ୍ଦରତା ଆହୁରି ବି ଅଧିକ ବଢିଯାଏ । ଏହା ଛଡା ଆପଣଙ୍କୁ କହିଦେଉଛୁ କି କେତେକ ଗ୍ରାମାଞ୍ଚଳରେ ଏମିତି ବି ପରମ୍ପରା ଅଛି କି ଯେତେ ଦିନ ପର୍ଯ୍ୟନ୍ତ ଝିଅ ନାକରେ ନାକଫୁଲ ନ ପିନ୍ଧିଛି ସେତେ ଦିନ ପର୍ଯ୍ୟନ୍ତ ସେ ବିବାହ କରି ପାରିବ ନାହିଁ ।

କିନ୍ତୁ କେବେ ଚିନ୍ତା କରିଛନ୍ତି କି କାହିଁକି ନାକରେ କଣା କରିବା ଜରୁରୀ ଅଟେ ? କାହିଁକି ଭାରତର ସବୁ ଝିଅ ନାକରେ କଣା କରିଥାନ୍ତି ଓ ନାକର ବାମ ପାର୍ଶ୍ଵରେ ହିଁ କାହିଁକି କଣା କରାଯାଏ ? ତେବେ ଏଠାରେ କହିବା ପାଇଁ ଚାହିଁବୁ କି, ନାକରେ କଣା କରିବାର ଏହି ପରମ୍ପରା ୧୬ ତମ ଶତାବ୍ଦୀରୁ ଆରମ୍ଭ ହୋଇଛି ଓ ଯାହାକି ଆଜି ପର୍ଯ୍ୟନ୍ତ ଏହି ଭାରତୀୟ ସଂସ୍କୃତିରେ ଚାଲୁଅଛି ।

ନାକରେ କଣା କରିବାର କୌଣସି ବୟସ ସୀମା ନ ଥାଏ । କିନ୍ତୁ କୁହାଯାଏ କି ବିବାହ ପୂର୍ବରୁ ନାକରେ କଣା ଥିବା ଦରକାର । ଏହି ଆଧାରରେ ଆଜି ଆମେ ନାକରେ କଣା କରିବା ଦ୍ଵାରା କ’ଣ ସବୁ ଲାଭ ମିଳିଥାଏ ସେହି ବିଷୟରେ ଆପଣ ମାନଙ୍କୁ କହିବୁ । ନାକରେ କଣା କରିଥିବା ମହିଳାଙ୍କ ଶରୀରରେ ପ୍ରେଶର ହର୍ମୋନର ବିକାଶ ହୋଇଥାଏ । ଯାହା ଦ୍ଵାରା ସମସ୍ତ ପ୍ରକାରର ବ୍ୟଥାକୁ ସହିବା ପାଇଁ ସେମାନଙ୍କୁ ସାହସ ମିଳିଥାଏ ।

ଏହି ହର୍ମୋନ ବ୍ୟଥା ଉପରେ ବି ପ୍ରଭାବ ପକାଇଥାଏ ଓ ଏହିଭଳି ହେବା ଦ୍ଵାରା ମହିଳାମାନଙ୍କୁ ବ୍ୟଥାରୁ ମୁକ୍ତିର ଅନୁଭବ ହୋଇଥାଏ । ଏହା ସହିତ ଆପଣଙ୍କୁ କହିଦେଉଛୁ କି ମହିଳାମାନଙ୍କ ଯେତେବେଳେ ପ୍ରସବ ହୋଇଥାଏ ତେବେ ସେହି ସମୟରେ ମହିଳାମାନଙ୍କୁ ବହୁତ କଷ୍ଟ ହୋଇଥାଏ । ହେଲେ ଯେଉଁ ମହିଳାମାନଙ୍କ ନାକରେ କଣା ହୋଇଥାଏ ସେମାନଙ୍କୁ ଅଳ୍ପ କଷ୍ଟ ଅନୁଭୂତ ହୋଇଥାଏ ।

ଆପଣମାନେ ଦେଖିଥିବେ କି ପ୍ରାୟତଃ ସବୁ ମହିଳାମାନେ ନିଜର ନାକର ବାମ ପାର୍ଶ୍ଵରେ ହିଁ କଣା କରିଥାନ୍ତି । କାରଣ ମହିଳାମାନଙ୍କ ଶରୀରର ସମସ୍ତ ପ୍ରଜନନ ଅଙ୍ଗ ବାମ ପାର୍ଶ୍ଵ ସହ ଯୋଡି ହୋଇ ଥାଏ ଓ ଏହି କାରଣ ଅଟେ କି ମହିଳାମାନେ ନାକର ବାମ ପାର୍ଶ୍ଵରେ କଣା କରିଥାନ୍ତି । ମହିଳା ମାନେ ସବୁବେଳେ ନିଜକୁ ସଜବାଜ କରି ସୁନ୍ଦର ଦେଖାଯିବାକୁ ପସନ୍ଦ କରିଥାନ୍ତି ।

ତେଣୁ ସେମାନେ ନାକ ଫୋଡାଇ ସେଥିରେ ନାକର ଫୁଲ ଲଗାଇବା ଦ୍ଵାରା ବହୁତ ଅଧିକ ସୁନ୍ଦର ମଧ୍ୟ ଦେଖାଯାଇଥାନ୍ତି । ଆଶା କରୁଛୁ। ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *