ବିବାହର ଚତୁର୍ଥୀ ରାତିରେ ବର କାହିଁକି କନ୍ୟା ହାତରୁ ପିଇଥାଏ କ୍ଷୀର ? ନବ ଦମ୍ପତ୍ତି ନିଶ୍ଚୟ ଜାଣନ୍ତୁ…

ବନ୍ଧୁଗଣ ସାମାଜିକ ପରମ୍ପରା ଦ୍ରୁଷ୍ଟିରୁ କହିବାକୁ ଗଲେ । ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ । ଯେଉଁଥିରେ ଦୁଇ ମନ ସହ ଦୁଇ ଶରୀରର ମଧ୍ୟ ମିଳନ ହୋଇଥାଏ । ବିବାହକୁ ନେଇ ଅନେକ ପୁଅ ଓ ଝିଅଙ୍କ ମନରେ ବହୁତ କିଛି ପ୍ରଶ୍ନ ରହିବା ସହ ବହୁତ କିଛି ସ୍ଵପ୍ନ ମଧ୍ୟ ରହିଥାଏ । ବିଶେଷ କରି ଅନେକ ଜଣଙ୍କ ମନରେ ତ ଏହି ପ୍ରଶ୍ନ ରହିଥାଏ ? ଯେ ବିବାହର ଚତୁର୍ଥୀ ରାତିରେ କନ୍ୟା କାହିଁକି ବରକୁ କେଶର ବାଲା କ୍ଷୀର ପିଆଇଦେଇଥାଏ ।

ଏହି ନିୟମକୁ ଆପଣ ସମସ୍ତେ ଫିଲ୍ମ, ଟିଭି ସିରିୟଲରେ ଦେଖିଥିବେ । କିମ୍ବା ଆପଣ ନିଜ ଜୀବନରେ ବି ଏହାର ଅନୁଭବ କରିଥିବେ । କିନ୍ତୁ ଏହି ନିୟମକୁ ପାଳନ କରିବା ପଛରେ କିଛି କାରଣ ବି ରହିଛି । ତେବେ ତାହାର କାରଣ କ’ଣ ଆସନ୍ତୁ ଜାଣିବା ।

ସର୍ବେ ପ୍ରଥମେ ଆମେ ଆପଣଙ୍କୁ କହିଦେଉଛୁ କି ଚତୁର୍ଥୀ ରାତି ପାଇଁ ପ୍ରସ୍ତୁତ ହୋଇଥିବା କ୍ଷୀରକୁ କେମିତି ପ୍ରସ୍ତୁତ କରାଯାଏ ? ଏହା କେବଳ କ୍ଷୀର ହୋଇ ନ ଥାଏ । ଏଥିରେ କେସର, ଚିନୀ, ହଳଦୀ, ଗୋଲମରୀଚ ପାଉଡର, ବାଦାମ, ପାନମଧୁରୀ, ଓ ଅନ୍ୟ କେତେକ ଜିନିଷକୁ ମିଶାଇ କ୍ଷୀରକୁ ଗରମ କରାଯାଇଥାଏ । ଅଳ୍ପ ଥଣ୍ଡା ହେବା ପରେ ବରକୁ ଏହି କ୍ଷୀର ଦିଆଯାଏ । ଏହା ସହିତ ହିନ୍ଦୁ ଧର୍ମ ଅନୁସାରେ କ୍ଷୀର, କେସର ଓ ବାଦାମକୁ ବହୁତ ପବିତ୍ର ବୋଲି ମଧ୍ୟ ମାନାଯାଇଥାଏ ।

ସେଥିପାଇଁ ଚଉଠିରାତି ଅର୍ଥାତ ବିବାହର ଚତୁର୍ଥ ଦିନ ଯେଉଁ ଦିନ ବର ଓ କନ୍ୟାର ପ୍ରଥମ ମିଳନ ରାତି ହୋଇଥାଏ । ସେହି ଦିନ ବରକୁ କନ୍ୟା ନିଜ ହାତରେ ବାଦାମ ଓ କେସର ବାଲା କ୍ଷୀର ଦେଇଥାଏ । ଏହା ବହୁତ ଶୁଭ ବୋଲି କୁହାଯାଇଥାଏ ।

ଏହା ଛଡା ଏହା ପଛରେ ବୈଜ୍ଞାନିକ କାରଣ ବି ରହିଅଛି । ଏହି କ୍ଷୀରରେ ଶରୀରର କ୍ଳାନ୍ତକୁ ଦୂର କରିବା ପାଇଁ ଓ ଊର୍ଜା ପ୍ରଦାନ କରିବା ପାଇଁ କ୍ଷମତା ଥାଏ । ଏହି କ୍ଷୀରକୁ ପିଇବା ଦ୍ଵାରା ସେକ୍ସୁଆଲ ପାୱାର ବଢିଥାଏ । ଏଥିସହ କ୍ଷୀରରେ ଥିବା ପୋଷକ ତତ୍ଵ ଶରୀରର ହର୍ମୋନ୍ସକୁ ବଢାଇଥାଏ । ନିଜ କନ୍ୟା ହାତରୁ କ୍ଷୀର ପିଇବା ପରେ ବରର ଗୋଟିଏ ପଟେ ମାନସିକ ଚିନ୍ତା କମ ହୁଏ ଅନ୍ୟ ପଟେ ବରର ମୁଡ ବି ବହୁତ ରୋମାଣ୍ଟିକ ହୋଇଥାଏ ।

ବର ବିବାହର ଦୁଇ ତିନି ଦିନର ବିବାହ ନିୟମ ଯୋଗୁ କ୍ଳାନ୍ତ ହୋଇଯାଇଥାଏ । ସେଥିପାଇଁ ଚଉଠିରାତି ଦିନ ବରକୁ ଜୋଶ ଓ ଶକ୍ତି ଦରକାର ହୋଇଥାଏ । ଏମିତିରେ ଏହି ସ୍ପେଶାଲ କ୍ଷୀର ସେହି ବରର  ଶରୀରରେ ଜୋସ ବଢାଇବା ସହ ମୁଡ୍ ମଧ୍ୟ ରୋମାଣ୍ଟିକ କରାଇଥାଏ ।

ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *