ବିବାହ ପରେ ମହିଳା ମାନେ କାହିଁକି ହୋଇଯାଇଥାନ୍ତି ମୋଟି ? ଝିଅ ମାନେ ନିଶ୍ଚୟ ଜାଣନ୍ତୁ ସିକ୍ରେଟ କଥା…

ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଜନ ବଢିବା ପ୍ରାୟତଃ ଲୋକଙ୍କର ଏକ ସମସ୍ୟା ହୋଇ ଯାଇଛି । ସେଥିମଧ୍ୟରେ ବିବାହ ପରେ ବିଶେଷ କରି ମହିଳାମାନଙ୍କ ଓଜନ ବଢିବା ସବୁଠୁ ଏକ ବଡ ସମସ୍ୟା ହୋଇଥାଏ । ଆପଣମାନେ ପ୍ରାୟତଃ ଶୁଣିଥିବେ କି ବିବାହ ପରେ ଝିଅର ଓଜନ ବଢିଯାଇଥାଏ ବୋଲି କହନ୍ତି । ଏକ ରିସର୍ଚ ଅନୁସାରେ ଜଣା ପଡିଛି କି ଆମ ଦେଶର ୮୦ ପ୍ରତିଶତ ଦମ୍ପତିଙ୍କ ଓଜନ ବିବାହ ପରେ ବଢିଯାଏ ଏବଂ ଏହି ଓଜନ ବଢିବା ବିଶେଷ କରି ମହିଳାମାନଙ୍କ ମଧ୍ୟରେ ଦେଖାଯାଏ । ବାହାଘର ପରେ ଝିଅ ମାନଙ୍କର ଓଜନ ବଢିଯିବା ପଛର ଅସଲ କାରଣ କ’ଣ କ’ଣ ହୋଇଥାଏ ଆସନ୍ତୁ ଜାଣିବା ।

1- ବାହାଘର ପୂର୍ବରୁ ଝିଅମାନେ ନିଜର ଶରୀରର ସୁନ୍ଦରତା ଓ ଓଜନ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ଏହା ସହିତ ନିଜକୁ ଫିଟ ରଖିବା ପାଇଁ ସେମାନେ ନିୟମିତ ଭାବରେ ବ୍ୟାୟମ ବି କରନ୍ତି । ହେଲେ ବାହାଘର ପରେ ସେମାନେ ନିଜର ବିବାହିତ ଜୀବନରେ ଏତେ ବ୍ୟସ୍ତ ହୋଇ ଯାଆନ୍ତି କି ନିଜର ଶରୀର ଉପରେ ଧ୍ୟାନ ଦେଇ ପାରନ୍ତି ନାହିଁ । ଯାହା ପାଇଁ ସେମାନଙ୍କ ଓଜନ ଧୀରେ ଧୀରେ ବଢିବାକୁ ଲାଗିଥାଏ ।

2- ବାହାଘର ପରେ ଝିଅମମାନଙ୍କ ଜୀବନ ଧୀରେ ଧୀରେ ଚଞ୍ଜେ ହୋଇଯାଏ । ସେମାନେ ନିଜର ସ୍ଵାମୀ ଓ ଶ୍ଵଶୁର ଘର ଲୋକମାନଙ୍କ ହିସାବରେ ହିଁ ନିଜର ଜୀବନକୁ ଅତିବାହିତ କରିଥାନ୍ତି । ଏମିତିରେ ସେମାନେ ନିଜ ପାଇଁ ଚିନ୍ତା କରି ପାରନ୍ତି ନାହିଁ । ଯାହାଫଳରେ  ମହିଳାମାନଙ୍କ ଓଜନ ଧୀରେ ଧୀରେ ବଢିବାକୁ ଲାଗିଥାଏ ।

3- ବିବାହିତ ଜୀବନର ଆରମ୍ଭ ହେବା ସହିତ ମହିଳାମାନଙ୍କ ହର୍ମୋନ ମଧ୍ୟ ବଦଳି ଥାଏ । ବିବାହ ପରେ ବିବାହିତ ମହିଳାମାନେ ସମ୍ବନ୍ଧ ରଖିଲେ ମଧ୍ୟ ଓଜନ ବଢିବାର ଚାନ୍ସ ବହୁତ ଅଧିକ ଥାଏ । ଏହା ଛଡା ଆପଣ ଅନେକ ବିବାହିତା ମହିଳା ଗର୍ଭନିରୋଧକ ଔଷଧର ବି ବ୍ୟବହାର କରିଥାନ୍ତି । ଯାହା ଆପଣଙ୍କ ଶରୀରର ଓଜନ ବଢାଇବାରେ ସହାୟକ ହୋଇଥାଏ ।

4- ନୂଆ ବିବାହ କରିଥିବା ଦମ୍ପତ୍ତିମାନେ ପ୍ରାୟତଃ ବୁଲାବୁଲି କରିବା ସହ ହୋଟେଲରେ ଖାଦ୍ୟ ଖାଇଥାନ୍ତି ଏବଂ ଅଧିକ କ୍ୟାଲୋରି ଯୁକ୍ତ ଖାଦ୍ୟ ଗ୍ରହଣ କରିବାରୁ ସେମାନଙ୍କ ଓଜନ ଧୀରେ ଧୀରେ ବଢିବାରେ ଲାଗିଥାଏ ।

5- କହିବାକୁ ଗଲେ ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକମାନେ ୨୮ରୁ ୩୦ ବର୍ଷ ମଧ୍ୟରେ ବିବାହ କରୁଛନ୍ତି । ଏକ ରିସର୍ଚ ଅନୁସାରେ ଜଣା ପଡିଛି କି ୩୦ ବର୍ଷ ବୟସ ପରେ ଲୋକମାନଙ୍କ ଶରୀରରେ ମେଟାବଲିଜମ କମି ଯାଇ ଥାଏ । ଏଥିପାଇଁ ୩୦ ବର୍ଷ ହେବା ପରେ ଆପଣମାନଙ୍କ ଶରୀରର ଓଜନ ଧୀରେ ଧୀରେ ବଢିବାରେ ମଧ୍ୟ ଲାଗିଥାଏ ।

6- ଗର୍ଭବତୀ ହେବା ବି ଓଜନ ବଢିବାର ମୁଖ୍ୟ କାରଣ ହୋଇଥାଏ । ଅଧିକାଂଶ ଦମ୍ପତ୍ତି ବିବାହର ୧ କିମ୍ବା ୨ ବର୍ଷ ପରେ ନିଜର ପରିବାର ଯୋଜନା କରିଥାନ୍ତି । ପିଲାମାନଙ୍କୁ ଜନ୍ମ ଦେବା ପରେ ଅଧିକାଂଶ ମହିଳାମାନଙ୍କ ଓଜନ ଧୀରେ ଧୀରେ ବଢିବାକୁ ଲାଗିଥାଏ । ଏହାକୁ ସେମାନେ କମ କରିବାକୁ ଚେଷ୍ଟା କରନ୍ତି ନାହିଁ । ଯାହା ଦ୍ଵାରା ସେମାନଙ୍କ ଓଜନ ବଢିଯାଏ ।

ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *