ହଳଦିଆ ଦାନ୍ତ ପାଇଁ ଚିନ୍ତିତ କି ! ମୋତି ଭଳି ଚମକୁଥିବା ଦାନ୍ତ ପାଇବା ପାଇଁ ନିହାତି ଟ୍ରାଏ କରନ୍ତୁ ଏହି ଉପଚାର – Home remedy

ବନ୍ଧୁଗଣ ସବୁ ଲୋକ ମୋତି ଭଳି ଚମକୁଥିବା ଦାନ୍ତ ପାଇବାକୁ ଇଚ୍ଛା କରନ୍ତି କାହିଁକି ନା ଏହା ମୁଖମଣ୍ଡଳର ସୁନ୍ଦରତା ଓ ଆକର୍ଷଣ ବଢାଇ ଥାଏ । ଏହି ସୁନ୍ଦର ହସ ଯୋଗୁ ଆପଣଙ୍କ ଜୀବନରେ ଆତ୍ମବିଶ୍ୱାସ ଓ ସାର୍ବଜନୀନ ସ୍ଥାନରେ ଆପଣଙ୍କୁ ଖୁସି ଅନୁଭବ କରାଏ । ଆପଣଙ୍କ ଦାନ୍ତ ହାଲୁକା ହଳଦିଆ ରଙ୍ଗର ହୋଇଥିଲେ ଏହା ଆପଣଙ୍କ ସୁନ୍ଦରତାକୁ କମ କରିଥାଏ । ଏହାକୁ ଦୂର କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଟୁଥପେଷ୍ଟ ବ୍ୟବହାର କରନ୍ତି । ଏହା ପରେ ମଧ୍ୟ ତାଙ୍କ ଦାନ୍ତର ସମସ୍ୟା ଦୂର ହୋଇପାରେ ନାହିଁ ।

କିଛି ଲୋକ ମଧ୍ୟ ଲେଜର ଉପଚାରକୁ ଆପଣାଇ ଦାନ୍ତର ଏହି ପ୍ରୋବ୍ଲେମକୁ ଦୂର କରିଥାନ୍ତି । ହେଲେ ଆପଣ ଆପଣ ଘରେଇ ଉପଚାରକୁ ବ୍ୟବହାର କରି ଆପଣଙ୍କ ସମସ୍ୟା କିପରି ଦୂର କରିପାରିବେ ତାହା ଏଠାରେ ଆପଣଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଯେଉଁ ଲୋକମାନେ ତାଙ୍କ ଦାନ୍ତର ଠିକ ଭାବେ ଯତ୍ନ ନିଅନ୍ତି ନାହିଁ ଓ ଖାଇ ସାରିବା ପରେ ଭଲ ଭାବରେ ବ୍ରସ କରନ୍ତି ନାହିଁ ସେମାନଙ୍କ ଦାନ୍ତ ହଳଦିଆ ପଡିଯାଏ । ଏହାପରେ ମଧ୍ୟ ଯେଉଁମାନେ ଅଧିକ ସିଗାରେଟ, ଗୁଟଖା, ଚା ଓ କଫି ସେବନ କରନ୍ତି ସେମାନଙ୍କ ଦାନ୍ତ ହଳଦିଆ ରଙ୍ଗ ହୋଇଯାଏ । ଏଥିପାଇଁ ସମୟ ଗଡ଼ିବା ସହିତ ଆପଣଙ୍କର ଦାନ୍ତ ଦୁର୍ବଳ ହୋଇଯାଏ ଓ ଶୀଘ୍ର ଝଡି ପଡିବାର ଆଶଙ୍କା ରହିଥାଏ ।

ତେବେ ବନ୍ଧୁଗଣ କେଉଁ କେଉଁ ଘରୋଇ ଉପଚାର ସହାୟତାରେ ନିଜର କଳା କି ହଳଦିଆ ପଡିଯାଇଥିବା ଦାନ୍ତକୁ ଧଳା ଓ ସୁନ୍ଦର କରିପାରିବେ ଆସନ୍ତୁ ଜାଣିବା ।

1- ଲିମ୍ବ ଦାନ୍ତକାଠିକୁ ବ୍ୟବହାର କଲେ ଆପଣଙ୍କ ଦାନ୍ତ ସଫା ହେବା ସହିତ ଦାନ୍ତର ହଳଦିଆ ରଙ୍ଗ ଦୂର ହୋଇଥାଏ । ଲିମ୍ବ କାଠିକୁ ଗୋଟେ ସପ୍ତାହ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଦାନ୍ତ ମଝବୁତ ହେବା ସହିତ ହଳଦିଆ ରଙ୍ଗ ଦୂର ହୋଇଥାଏ ।

2- ନଡ଼ିଆ ତେଲ ମଧ୍ୟ ଦାନ୍ତ ପାଇଁ ବହୁତ ଲାଭ ହୋଇଥାଏ । ଏଥିପାଇଁ ଆପଣଙ୍କ ପାଟିରେ ଅଳ୍ପ ନଡ଼ିଆ ତେଲ ନେଇ ତାକୁ ସେମିତି ହିଁ ମୁହଁରେ 15 ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ନିଜ ପାଟିକୁ ଏହି ତେଲ ସହିତ ଘସନ୍ତୁ ଓ ଧ୍ୟାନ ରଖିବେ କି ତେଲ ଯେମିତି ଆପଣଙ୍କ ଦାନ୍ତର ସବୁ ଭାଗରେ ଛୁଇଁବ । ପୁଣି କାଢି ଦିଅନ୍ତୁ ଓ ପାଣି ଦ୍ଵାରା ନିଜ ପାଟିକୁ ଧୋଇ ଦିଅନ୍ତୁ । ନଡ଼ିଆ ତେଲ ଗୋଟେ ଅର୍ଗାନିକ୍ ଓ ନେଚୁରାଲ ଟିଥ ହ୍ଵାଇଟନର ଅଟେ ।

3- କଦଳୀ ଚୋପା ସାହାଯ୍ୟରେ ମଧ୍ୟ ଦାନ୍ତକୁ ଧଳା କରାଯାଇ ପାରିବ । ଆପଣ ଗୋଟେ କଦଳୀର ଚୋପା ନିଅନ୍ତୁ ତାପରେ ଏହାକୁ ଦାନ୍ତରେ ଭଲସେ ରଗଡ଼ନ୍ତୁ । ପ୍ରତିଦିନ ଏହିପରି ଭାବେ କରିବା ସହ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଆପଣ ଏହି ଉପଚାରକୁ କରି ଦେଖନ୍ତୁ । ଆପଣଙ୍କ ଦାନ୍ତ ସଫା ହୋଇଯିବ ।

4- ଖାଇବା ପରେ ନିଶ୍ଚୟ ବ୍ରଶ କରିବେ । କାହିଁକି ନା ବ୍ରଶ ନ କଲେ ଖାଦ୍ୟ ଦାନ୍ତରେ ଲାଗି କି ରହିଯାଏ ଯେଉଁଥି ପାଇଁ ଧଳାରଙ୍ଗରୁ ଦାନ୍ତ ହଳଦିଆ ରଙ୍ଗର ହୋଇଯାଏ । ଦାନ୍ତରେ କୀଟାଣୁ ଲାଗିବା ଠାରୁ ବଞ୍ଚିବା ପାଇଁ 1-2 ଅଖରୋଟ ଦାନାକୁ ପେଷ୍ଟରେ ଲଗାଇ ଏଥିରେ ବ୍ରଶ କରନ୍ତୁ । ଯଦି ସମ୍ଭବ ହେବ ମୁହଁର ଦୁର୍ଗନ୍ଧ ଦୂର କରିବା ପାଇଁ ସକାଳୁ ବ୍ରଶ କରିବା ପରେ ହ୍ଵାଇଟ ଭିନେଗାରରେ ସମାନ ମାତ୍ରାରେ ପାଣି ମିଶେଇ କୁଳି କରନ୍ତୁ । ଏହି ଉପାୟ ଦ୍ଵାରା ପାଟିର ଦୁର୍ଗନ୍ଧ ଦୂର ହେବ ।

ବନ୍ଧୁଗଣ ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *