ଯେତେ ଚେଷ୍ଟା କରି ବି ସକାଳୁ ଶୀଘ୍ର ନିଦ ଭାଙ୍ଗୁନାହିଁ କି ! ପ୍ରତିଦିନ ଭୋର 4 ଟା ରୁ ଉଠିବାର ବେଷ୍ଟ ଫର୍ମୁଲା ଜାଣନ୍ତୁ…

ବନ୍ଧୁଗଣ ସାଧାରଣତଃ ଅଧିକାଂଶ ଲୋକ ସକାଳେ ଉଠିବା ପାଇଁ ଚେଷ୍ଟା କରନ୍ତି, ହେଲେ ସେମାନେ ସକାଳେ ଶୀଘ୍ର ଉଠିବାରେ ବିଫଳ ହୋଇଯାନ୍ତି । ବହୁତ ଲୋକ ରାତିରେ ଆଲାରାମ ଦେଇ ଶୋଇଥାନ୍ତି, କିନ୍ତୁ ସକାଳୁ ଶୀଘ୍ର ଉଠି ପାରିନଥାନ୍ତି । କିଛି ଲୋକ ଯଦିଓ ବହୁତ କଷ୍ଟରେ ସକାଳୁ ଶୀଘ୍ର ଉଠିଯାଇଥାନ୍ତି । ହେଲେ ସେମାନଙ୍କ ପୁରା ଦିନ ଅଶାନ୍ତିରେ ଯାଇଥାଏ । ସକାଳେ ଶୀଘ୍ର ଉଠିବାର ବହୁତ ଫାଇଦା ରହିଛି । ଏହା ଆପଣ ମାନେ ମଧ୍ୟ ଜାଣିଥିବେ ।

ତେବେ ଆମେ ଆଜି ଆପଣଙ୍କୁ ସକାଳେ ଶୀଘ୍ର ଉଠିବାର ବହୁତ ସହଜ ଓ ସରଳ ଉପାୟ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ବହୁତ ଲୋକ ରାତିରେ ବହୁତ ଲେଟରେ ଶୋଇଥାନ୍ତି, ଯାହାଫଳରେ ସେମାନଙ୍କୁ ସକାଳେ ଉଠିବା ପାଇଁ ଅସୁବିଧା ହୋଇଥାଏ । ସେଥିପାଇଁ ବହୁତ ଲୋକ ରାତିରେ ଶୀଘ୍ର ଶୋଇବା ପାଇଁ ଚେଷ୍ଟା କରିଥାନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ସକାଳର କେଉଁ ସମୟରେ ଉଠିବା ଉଚିତ । ତେବେ ଏଠାରେ କହିବାକୁ ଚାହୁଁଛୁ ।

ଯେ ଶୀତ ଦିନରେ ସକାଳ ୪.୩୦ରେ ଓ ଖରା ଦିନରେ ସକାଳ ୫.୩୦ରେ ଉଠିବା ଉଚିତ । ତେବେ ଆସନ୍ତୁ ଜାଣିବା ଆପଣଙ୍କୁ କେତେ ଘଣ୍ଟା ପର୍ଯ୍ୟନ୍ତ ଶୋଇବାର ଆବଶ୍ୟକତା ରହିଛି । ଯଦି ଆପଣ ୧୮ ବର୍ଷରୁ ଉର୍ଦ୍ଧ ଅଛନ୍ତି ତେବେ ଆପଣଙ୍କ ପାଇଁ ୬ ଘଣ୍ଟାର ନିଦ ଚଳନୀୟ । ଯଦି ଆପଣ ୧୪ ରୁ ୧୭ ବର୍ଷ ମଧ୍ୟରେ ଅଛନ୍ତି ତାହାଲେ ଆପଣଙ୍କୁ ପାଖାପାଖି ୭ ଘଣ୍ଟା ନିଦର ଆବଶ୍ୟକତା ରହିଛି ।

ତାହାଲେ ଯଦି ଆପଣ ୧୮ ବର୍ଷରୁ ଅଧିକ ଅଛନ୍ତି ତେବେ ଆପଣଙ୍କୁ ୪.୩୦ରେ ଉଠିବାକୁ ହେଲେ ରାତ୍ରି ସମୟ ୧୦.୩୦ ଶୋଇବା ନିହାତି ଆବଶ୍ୟକ । ଯଦି ଆପଣଙ୍କୁ ୧୪ ରୁ ୧୭ ବର୍ଷ ମଧ୍ୟରେ ଅଛନ୍ତି, ତାହାଲେ ଆପଣଙ୍କୁ ରାତ୍ରି ସମୟ ୯.୩୦ରେ ଶୋଇବା ନିହାତି ଆବଶ୍ୟକ । ଆପଣ ନିଜ ମୁଣ୍ଡରେ ଏହା ରଖନ୍ତୁ ଯେ, ଆପଣଙ୍କୁ ସକାଳ ୪.୩୦ରେ ଉଠିବାର ଅଛି । ସେହି ଅନୁସାରେ କୁହାଯାଇଥିବା ସମୟରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ ।

ଏହା ପରେ ଶୋଇବା ପୂର୍ବରୁ ଆପଣ ଅଧିକ ରୁ ଅଧିକ ପାଣି ପିଇ ଶୁଅନ୍ତୁ । କାରଣ ପାଣି ପିଇବା ପରେ ଆପଣଙ୍କୁ ଏକ ନିର୍ଧାରିତ ସମୟରେ ପରିସ୍ରା ଲାଗିବ ଯାହାଫଳରେ ଆପଣ ବିଛଣାରୁ ଉଠିବା ପାଇଁ ବାଧ୍ୟ ହୋଇଯିବେ । ଯଦି ଆପଣ ରାତ୍ରି ମଝିରେ ପରିସ୍ରା ଯାଉଛନ୍ତି, ତେବେ ପୁଣି ପାଣି ପିଇ ନିଅନ୍ତୁ । ଏହା ପରେ ଯେବେ ଆପଣଙ୍କୁ ପରିସ୍ରା ଲାଗିବ, ସେତେବେଳେ ଆପଣ ପରିସ୍ରା କରି ନିଜ ଘରର ଲାଇଟ ଅନ କରି ଦିଅନ୍ତୁ ଓ ନିଜ ଘରର ଝରକା ଖୋଲି ଦିଅନ୍ତୁ । ଦେଖିବେ ଏହା ପରେ ଆପଣଙ୍କୁ ନିଦ ହେବ ନାହିଁ ।

ଶୀଘ୍ର ଉଠିବାର ଅନ୍ୟ ଏକ ଉପାୟ ହେଉଛି, ଆପଣ ରାତିରେ ଶୋଇବା ପୂର୍ବରୁ ଏମିତି ଏକ ନିଷ୍ପତ୍ତି ନେଇ ଶୁଅନ୍ତୁ, ଯାହା ଆପଣଙ୍କୁ ବାଧ୍ୟ କରିଦେବ ସକାଳେ ଉଠିବା ପାଇଁ । ତେବେ ସକାଳୁ ଶୀଘ୍ର ଉଠିବା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ ଓ ଆମର ସଂପୂର୍ଣ୍ଣ ଦିନ ବହୁତ ଭଲ ସେ ଯାଇଥାଏ । ତେଣୁ ଆପଣଙ୍କୁ ଶୀଘ୍ର ଉଠିବା ପାଇଁ ଏହି ଉପାୟର ବ୍ୟବହାର କରିବାକୁ ହେବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *