କେବେବି ଆପଣ ନିଜ ଦିନର ଆରମ୍ଭ ଏମିତି ଭାବେ କରନ୍ତୁ ନାହିଁ, ପୁରା ଦିନଟା ହିଁ ବର୍ବାଦ ହୋଇଯାଏ…Sadhu Vani

ବନ୍ଧୁଗଣ କଥାରେ ଅଛି, ଯଦି ଆମର ସକାଳ ସମୟଟି ଭଲରେ ଯାଇଥାଏ । ତେବେ ଆମର ପୁରା ଦିନଟି ଭଲରେ ଯାଇଥାଏ । କାରଣ ସକାଳେ ଆପଣ ଉଠୁ ଉଠୁ ଯଦି ଭଲ ଊର୍ଜାର ସଂସ୍ପର୍ଶରେ ଆସିଥାନ୍ତି । ତେବେ ଆପଣଙ୍କର ପୁରା ଦିନଟି ଭଲରେ କଟିଥାଏ । ହେଲେ ବେଳେବେଳେ ଏମିତି ଦିନ ମଧ୍ୟ ଥାଏ । ଯେଉଁ ଦିନ ଆପଣଙ୍କର ଜମାରୁ ମଧ୍ୟ ଭଲରେ କଟିନଥାଏ । ଏପରିକି ଆପଣଙ୍କୁ ସେହି ଦିନ ଟିକେ ଶାନ୍ତିରେ ବସି ଖାଇବାକୁ ମଧ୍ୟ ସମୟ ଭଲ ଭାବେ ମିଳିନଥାଏ ।

ତେବେ ବନ୍ଧୁଗଣ ଆପଣଙ୍କ ପୁରା ଦିନଟି କେମିତି କଟିବ । ତାହା ତ ଆପଣଙ୍କର ସକାଳର ସମୟରୁ ହିଁ ନିର୍ଦ୍ଧାରିତ ହୋଇଯାଇଥାଏ । ତେବେ ଆପଣ ସକାଳୁ ଉଠୁ ଉଠୁ କ’ଣ କରିବେ ? ଯାହା ଦ୍ଵାରା ନିଜର ପୁରା ଦିନକୁ ଭଲରେ ବିତାଇପାରିବେ ସେ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଶାସ୍ତ୍ର ଅନୁଯାଇ ସକାଳେ ଉଠି କେବେ ବି ଆଗ ଅଇନା ଦେଖିବା ଉଚିତ ନୁହେଁ, ଏହା ଦ୍ଵାରା ପୁରା ଦିନ ସାରା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ସକାଳେ ଉଠୁ ଉଠୁ କାହା ଚେହେରା ଦେଖିବାରୁ ବଞ୍ଚନ୍ତୁ । ଏହାର କାରଣ ଅଛି ଯେ ସମସ୍ତ ବ୍ୟକ୍ତିଙ୍କ ଭିତରେ ଗୋଟେ ଊର୍ଜା ରହିଥାଏ । ସକାଳେ ଆପଣ ଯେତେବେଳେ ନିଦ ଖୋଲି ଉଠନ୍ତି ସେତେବେଳେ ଆପଣଙ୍କ ଶରୀର ଶିଥିଳ ହୋଇଥାଏ ଏବଂ ଆପଣ ଅଲଗା କାହା ଊର୍ଜାରୁ ଶୀଘ୍ର ପ୍ରଭାବିତ ହୋଇଥାନ୍ତି ।

ଯଦି କେହି ନକାରାତ୍ମକ ଊର୍ଜା ପ୍ରଭାବରେ ଅଛି ତେବେ ଆପଣ ମଧ୍ୟ ଏହି ପ୍ରଭାବର ଶିକାର ହୋଇ ପାରିବେ । ସେଥିପାଇଁ ସର୍ବ ପ୍ରଥମ ନିଜ ଇଷ୍ଟ ଦେବତାଙ୍କୁ ଧ୍ୟାନ କରନ୍ତୁ ଏବଂ ତାଙ୍କ ଦର୍ଶନ କରନ୍ତୁ । ଯଦି ଏହା ସମ୍ଭବ ନୁହେଁ ତେବେ ନିଜ ହାତ ଦେଖି ଭଗବାନଙ୍କ ଧ୍ୟାନ କରନ୍ତୁ । ଏହା କଲେ ଆପଣଙ୍କ ଆତ୍ମବଳ ବଢିବ ଏବଂ ଆପଣଙ୍କ ଠାରେ ସକାରାତ୍ମକ ଊର୍ଜାର ସଂଚାର ହେବ ।

ସେହିପରି ଏହି କଥା ସୁବୁବେଳେ ଧ୍ୟାନ ରଖିବା ଉଚିତ, ସକାଳ ସମୟ କୌଣସି ପଶୁର ବା ଗ୍ରାମ ନାଁ ଧରିବା ଉଚିତ ନୁହେଁ, ଏହା ଦ୍ଵାରା ଆପଣଙ୍କ ପାଇଁ ଦିନଟି ପ୍ରତିକୂଳ ହୋଇଯାଇଥାଏ ଏବଂ ବିଶେଷ କରି ମାଙ୍କଡ ନା ଜମା ବି ଧରନ୍ତୁ ନାହିଁ । ରାମଚରିତ୍ର ମାନସ ରେ ଭଗବାନ ଶ୍ରୀ ହନୁମାନ କହିଥିଲେ ମୁ ଯେଉଁ କୁଳରୁ ଆସିଛି । ସେହି କୁଳ ନା ସକାଳୁ ସକାଳୁ ଧରିଲେ ଦିନ ଯାକ ଭୋଜନ ଠିକ ସମୟରେ ପ୍ରାପ୍ତ ହେବ ନାହିଁ । ସେଥିପାଇଁ ସକାଳେ ମାଙ୍କଡ ନା ଧରନ୍ତୁ ନାହିଁ ହନୁମାନଙ୍କ ନାମ ପୂଜା ଅର୍ଚନା ପାଇଁ ଧରି ପାରିବେ ।

ତେବେ ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *