ଭଗବାନ ସୂର୍ଯ୍ୟଦେବଙ୍କ ରଥରେ କାହିଁକି ରହିଥାନ୍ତି 7 ଟି ଘୋଡା ? ଏହାର ଅର୍ଥ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ଅନେକ ଦେବାଦେବୀଙ୍କ ବିଷୟରେ ଆମେ କିଛି ନା କିଛି ଜାଣିଛୁ । ଏଥିସହ ସମସ୍ତ ଦେବାଦେବୀଙ୍କୁ ଆମେ କୌଣସି ନା କୌଣସି ସବାରୀ ଉପରେ ବସିଥିବାର ମଧ୍ୟ ଆମେ ଦେଖିବାକୁ ପାଇଥାଉ। ତେବେ ଯେତେବେଳେ ଭଗବାନ ସୂର୍ଯ୍ୟ ଦେବତାଙ୍କ କଥା ଆସିଥାଏ । ସେତେବେଳେ ଆମ ମନକୁ ଏହି କଥା ତ ନିହାତି ଭାବେ ଆସିଥାଏ ? ଯେ ଭଗବାନ ସୂର୍ଯ୍ୟଦେବତା 7 ଟି ଘୋଡା ଉପରେ କାହିଁକି ବିରାଜମାନ ଅଛନ୍ତି ? ଏଥିସହ ଏହି 7 ଟି ଘୋଡା ପଛରେ କ’ଣ କିଛି ରହସ୍ୟ ଲୁଚି ରହିଛି ? ତେବେ ସୂର୍ଯ୍ୟଦେବଙ୍କର ଏହି ସାତଟି ଘୋଡାଙ୍କ ସମ୍ପର୍କରେ ଆଜି ଏଠାରେ ଆମେ କିଛି ଜାଣିବା ।

ସୂର୍ଯ୍ୟ ଦେବ ସାତ ଘୋଡ଼ା ରେ ମଜ୍ବୁତ୍ ହେଇ ବନ୍ଧା  ହେଇଥିବା ରଥରେ ସବାରି କରନ୍ତି । ଏହି ରଥର ଲଗାମ ଅରୁଣ ଦେବଙ୍କ ହାତରେ ରହିଥାଏ । ସେ ରଥ ସଂଚାଳନ କରନ୍ତି ଏବଂ ପଛରେ ଭଗବାନ ସୂର୍ଯ୍ୟ ଦେବ ବିରାଜମାନ କରିଥାନ୍ତି । ସବୁବେଳେ ତାଙ୍କ ପ୍ରତିମା ଗୁଡିକରେ ସୂର୍ଯ୍ୟଦେବ ସାତ ଘୋଡ଼ାର ରଥରେ ହିଁ ଦେଖିବାକୁ ମିଳେ । ଏହା କାରଣ ପୁରାଣରେ ବି କୁହାଯାଇଛି । ଏହାକୁ ନେଇ ଦୁଇଟି ଅଲଗା ଅଲଗା କଥା କୁହାଯାଇଛି, ଗୋଟେ ପୌରାଣିକ ଓ ଅନ୍ୟଟି ବୈଜ୍ଞାନିକ କାରଣ ସହିତ ସମ୍ବନ୍ଧିତ ।

ତାଙ୍କ ୭ ଘୋଡ଼ାର ନା ହେଉଛି ଗାୟତ୍ରୀ, ଭ୍ରାତି, ଉଷ୍ଣିକ,ଜଗତି, ତ୍ରିସ୍ତପ, ଅନୁସ୍ତପ ଓ ପଙ୍କ୍ତି । ସାତ ଘୋଡ଼ା ସପ୍ତାହର ସାତ ଦିନକୁ ବୁଝାଏ, ପ୍ରତେକ ଗୋଟେ ଘୋଡ଼ା ଗୋଟେ ଦିନକୁ ଦର୍ଶାଏ । ଆଉ କିଛି କଥା ଅଛି ଯାହା ବୈଜ୍ଞାନିକ କାରଣରୁ ସତ ଲାଗେ ।

ପୌରାଣିକ କଥା ଅନୁସାରେ ଏ ସାତ ଘୋଡ଼ା ଏହାର ରଶ୍ମିକୁ ଦର୍ଶାଏ । ରଶ୍ମି ସୂର୍ଯ୍ୟଙ୍କ ଠାରୁ ବାହାରିଥାଏ । ରଶ୍ମି ରେ ସାତ ରଙ୍ଗ ଥାଏ । ଯାହା କେବେ କେବେ ଇନ୍ଦ୍ରଧନୁ ରୂପେ ଦେଖିବାକୁ ମିଳିଥାଏ । ସେ ସାତ ଘୋଡ଼ାକୁ ସାତ ରଙ୍ଗ ସହ ତୁଳନା କରାଯାଏ । ଏମିତି କି ସାତ ଘୋଡ଼ା ରଙ୍ଗ ଅଲଗା ଅଲଗା ହୋଇଥାଏ ।

ଏପରି ମଧ୍ୟ କିଛି ଛବିରେ ଗୋଟେ ଘୋଡ଼ା ୭ ଟି ମୁଣ୍ଡ ଥାଏ ଯେମିତି ଏକ ଘୋଡ଼ାରୁ ସାତ ଘୋଡ଼ାର ଉତ୍ପତ୍ତି ହୋଇଥାଏ । ଯେମିତି ଏକ ରଶ୍ମିରୁ ସାତ ରଙ୍ଗ ହେଉଚି ସେହିପରି । ରଥ ରେ ବେଶୀ ଆକର୍ଷଣୀୟ ହେଉଚି ଏହାର ଗୋଟିଏ ଚକ, ଏହା ଏତେ ବଡ଼ ରଥକୁ ସମ୍ଭାଳିଛି । ଗୋଟେ ଚକର ତୁଳନା  ୧ ବର୍ଷ ସହ କରାଯାଏ । ବାର ତିତିଲିଆଁ ବାର ମାସକୁ ବୁଝାଇ ଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ଭଲ ଭଲ ଅପଡେଟ ପାଇବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *