Puja tips; – ଜଳୁଥିବା ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଲଗାଇବା ଠିକ ନୁହେଁ କାହିଁକି ?

ବନ୍ଧୁଗଣ ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ପ୍ରକାର ଧାର୍ମିକ ମହତ୍ଵ ସବୁ ରହିଅଛି । ଦୀପ ଜଳାଇ ଆମେ ଦେବାଦେବୀଙ୍କୁ ଆବାହନ କରିଥାଉ । ଏଥିସହ ଦେବାଦେବୀଙ୍କ କୃପା ପ୍ରାପ୍ତ ହୋଇଲେ । ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ । ଘରେ ସକାରାତ୍ମକ ଊର୍ଜାର ମଧ୍ୟ ସଂଚାର ଘଟିଥାଏ । ତେବେ ଜଳୁଥିବା ଦୀପରୁ ଆଉ ଏକ ଦୀପ ଜଳାଇବା ଉଚିତ ନୁହେଁ ବୋଲି କ’ଣ ଆପଣ ଏ ବିଷୟରେ ଜାଣିଛନ୍ତି ।

ହଁ ଆଜ୍ଞା ଦୀପକୁ ନେଇ ଏଭଳି କିଛି ମହତ୍ଵପୂର୍ଣ୍ଣ କଥା ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଜଳାଇବା ଉଚିତ ନା ଅନୁଚିତ ଆସନ୍ତୁ ଜାଣିବା । ତେବେ ଶାସ୍ତ୍ର ଅନୁସାରେ ଯେତେବେଳେ ଜଣେ ବ୍ୟକ୍ତି ଦୀପ ଜଳାଇଥାଏ । ଦୀପର ଜଳୁଥିବା ସେହି ବଳିତାରେ ଅଗ୍ନୀଦେବତା ବାସ କରିଥାନ୍ତି । ଯାହାଫଳରେ ଘରେ ଥିବା ସବୁ ନକରାତ୍ମକ ଶକ୍ତି ସେହି ଜଳୁଥିବା ବଳିତାରେ ଏକାଠି ହୋଇଯାଇଥାନ୍ତି ।

ଯାହାଫଳରେ ଜଳୁଥିବା ବଳିତାରେ ନକରାତ୍ମକ ଶକ୍ତି ଜଳିଯିବା ସହ ଘରକୁ ସକାରାତ୍ମକ ଶକ୍ତି ଆସିଥାଏ । ହେଲେ ଯଦି ସେହି ଜଳୁଥିବା ଦୀପରୁ ଯାଇ ଆଉ ଗୋଟିଏ ଦୀପ ଲଗାଇବା । ତାହେଲେ ପ୍ରଥମ ଦୀପର ବଳିତାରେ ଏକାଠି ହୋଇ ରହିଥିବା ନକରାତ୍ମକ ଶକ୍ତି ଅନ୍ୟ ଏକ ବଳିତାକୁ ଚାଲିଯିବ ।

ସେହିପରି ଗୋଟିଏ ଦୀପରୁ ଆଉ ଏକ ଦୀପ ପୁଣି ପୁଣି ଆଉ ଦୀପ ଏହିପରି ଭାବେ ନକରାତ୍ମକ ଶକ୍ତି ଘୂରିବୁଲୁଥାଏ । ହେଲେ ସେହି ନକରାତ୍ମକ ଶକ୍ତି ନଷ୍ଟ ହୋଇପାରିନଥାଏ । ତେବେ ଯଦି ଜଣେ ବ୍ୟକ୍ତି ଅନ୍ୟର ଜଳୁଥିବା ଦୀପରୁ ଅଗ୍ନୀ ଆଣି ନିଜ ଦୀପ ଜଳାଇ ଥାଏ । ତେବେ ସେହି ବ୍ୟକ୍ତିର ଜୀବନରେ ଅନେକ ପ୍ରକାର ସମସ୍ଯା ଆସିଥାଏ ।

ତେଣୁ କେବେବି ଅନ୍ୟର ଦୀପର ଅଗ୍ନୀରେ ଦୀପ ଜଳାଇବା ଉଚିତ ହୋଇନଥାଏ । ସେହି ବ୍ୟକ୍ତିର ଜୀବନ ସହ ଯୋଡି ହୋଇ ରହିଥିବା କୌଣସି ବା କୌଣସି ସମ୍ପର୍କରେ ମଧ୍ୟ ଫାଟ ଆସିଥାଏ । ତେଣୁ କେବେବି ଗୋଟିଏ ଜଳୁଥିବା ଦୀପରୁ ଆଉ ଏକ ଦୀପକୁ ଲଗାନ୍ତୁ ନାହିଁ । ଏହା ଶୁଭ ହୋଇନଥାଏ ।

ତେବେ ଏହି କଥାକୁ ଲୋକେ କେତେ ମାତ୍ରାରେ ବିଶ୍ବାସ କରିବେ । ତାହା ସେମାନଙ୍କ ଧାର୍ମିକ ଭାବନା ଉପରେ ନିର୍ଭର କରିଥାଏ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଗୋଟେ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ବହୁ ମାତ୍ରାରେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *