କୁଆଁରୀ ଓ ବିବାହିତା ମହିଳା ଭୁଲରେ ବି ଏହି ଦିନରେ କେଶ ଧୁଅନ୍ତୁ ନାହିଁ, ବିଧବା ଯୋଗ ଆସିଥାଏ । Anuchinta

ମହିଳା ମାନେ ଏହି ଦିନ ଭୁଲ୍ ରେ ବି ମୁଣ୍ଡ ବାଳ ଧୁଅନ୍ତୁ ନାହିଁ ! ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ଶାସ୍ତ୍ରରେ ଅନେକ ଗୁଡିଏ ପ୍ରଥାକୁ ଆଜି ମଧ୍ୟ ମାନ୍ୟତା ଦିଆଯାଇ ଆସୁଛି । ସେହି ସବୁ ପରମ୍ପରାକୁ ବଜାୟ ରଖିବା ତଥା ତାହାକୁ ଅନୁସରଣ କରି ଜୀବନରେ ଆଗକୁ ବଢିବା ଦ୍ଵାରା ପ୍ରତ୍ଯେକ ବ୍ୟକ୍ତି ଜୀବନରେ ସଫଳତା ପାଇପାରିଥାଏ । ତେବେ ସେହିପରି ମହିଳା ମାନେ କୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଶୁଭ ଏବଂ ଅଶୁଭକୁ ଦ୍ରୁଷ୍ଟିରେ ରଖି କାର୍ଯ୍ୟକୁ କରିବା ଉଚିତ ।

ନଚେତ ସେହି ଘର ବର୍ବାଦ ହୋଇଯାଇଥାଏ । ଘରର ଲୋକଙ୍କ ଉପରେ ସଙ୍କଟ ମାଡି ଆସିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯେ ଘରର କୁଆଁରୀ ଏବଂ ବିବାହିତା ମହିଳା ମାନେ କେଉଁ ଦିନ ନିଜ ମୁଣ୍ଡ ବାଳ ଧୋଇବା ଉଚିତ ଏବଂ କେଉଁ ଦିନ ଉଚିତ ନୁହେଁ ।

1- କୁଆଁରୀ ଝିଅ ମାନେ ବୁଧବାର ଦିନକୁ ନିଜର ମୁଣ୍ଡର କେଶକୁ ଧୋଇବା ଉଚିତ ନୁହେଁ । କାରଣ ଯଦି ଏହି ଦିନ ଝିଅ ମାନେ ନିଜର କେଶକୁ ଧୋଇଥାନ୍ତି । ତେବେ ତାଙ୍କର ଭାଇ ମାନଙ୍କର ଅଶୁଭ ହୋଇଥାଏ । ସେମାନଙ୍କୁ ତାଙ୍କ ଜୀବନରେ କିଛି ନା କିଛି ଅସୁବିଧାର ସାମ୍ନା ମଧ୍ୟ କରିବାକୁ ପଡିଥାଏ ।

2- ଗୁରୁବାର ଦିନ ବିବାହିତ ମହିଳା ମାନେ ନିଜର ମୁଣ୍ଡର କେଶକୁ ଧୋଇବା ଉଚିତ ହୋଇନଥାଏ । କାରଣ ଯଦି ଗୁରୁବାର କୁ କୌଣସି ବିବାହିତା ମହିଳା ନିଜେ କେଶକୁ ଧୋଇଥାଏ । ତେବେ ତାହାର ଖରାପ ପ୍ରଭାବ ମହିଳାଙ୍କ ସ୍ଵାମୀ ଉପରେ ପଡିଥାଏ । ଯାହା ଦ୍ଵାରା ସ୍ଵାମୀ ଜୀବନରେ ଅସୁବିଧା ଆସିବା ସହ ତାଙ୍କର ଆୟୁଷ ମଧ୍ୟ କ୍ଷୀଣ ହେବାକୁ ଲାଗିଥାଏ ।

3- ଗୁରୁବାର ଦିନକୁ ନଖ, ଚୁଟି କାଟିବା ଉଚିତ ହୋଇନଥାଏ । କି ଘରର କୌଣସି ପୁରୁଣା ବସ୍ତ୍ର ଆଦିକୁ ସେହି ଦିନରେ ହିଁ ସଫା କରିବା ଉଚିତ ହୋଇନଥାଏ । ନଚେତ ଏହି କାର୍ଯ୍ୟ ଦ୍ଵାରା ମାଆ ଲକ୍ଷ୍ମୀ ସେହି ଘରର ଲୋକଙ୍କ ଉପରେ ରୁଷ୍ଠ ହୋଇଯାଇଥାନ୍ତି । ଯାହାଫଳରେ ସେହି ଘରର ଆର୍ଥିକ ସ୍ଥିତି କମଜୋର ହୋଇଯାଇପାରେ ।

4- ସୋମବାର ଦିନକୁ ମଧ୍ୟ ବିବାହିତା ମହିଳା ମାନେ ନିଜର ମୁଣ୍ଡ କେଶ ଧୋଇବା ଉଚିତ ହୋଇନଥାଏ । ଏହାକରିବା ଦ୍ଵାରା ସେହି ମହିଳାଙ୍କର ସନ୍ତାନ ମାନଙ୍କର ଉପରେ ବିପଦ ଆସିଥାଏ ।

ତେବେ ଉପୋରୋକ୍ତ ଏହି ସବୁ ବାରରେ ମହିଳା ମାନେ ନିଜର ମୁଣ୍ଡର କେଶକୁ ଧୁଅନ୍ତୁ ନାହିଁ । ନଚେତ ଆପଣଙ୍କୁ ତଥା ଆପଣଙ୍କ ପରିବାରକୁ ଏଥିପାଇଁ ସଙ୍କଟର ସାମ୍ନା କରିବାକୁ ପଡିଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *