Health tips; – ଲିଭରକୁ ସୁସ୍ଥ ରଖିବା ପାଇଁ କେଉଁ କେଉଁ ଖାଦ୍ୟ ଖାଇବେ ? DR Amrita Priyadarshini Sahoo

ଲିଭର ହେଉଛି ଆମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ତେଣୁ ତାହାକୁ ସୁସ୍ଥ ରଖିବା ଆମ ସମସ୍ତଙ୍କର ଦାୟିତ୍ଵ । ତେବେ ସୁସ୍ଥ ଲିଭର ପାଇଁ ଅର୍ଥାତ ଲିଭରକୁ ହେଲଦି ରଖିବା ପାଇଁ କ’ଣ କ’ଣ ସବୁ ଖାଦ୍ୟ ଖାଇବା ଉଚିତ ସେ ବିଷୟରେ ଜାଣିବା । ତେବେ ସୁସ୍ଥ ଲିଭର ପାଇଁ କଣ କଣ ଖାଦ୍ୟ ଖାଇବା ଉଚିତ ସେ ସମ୍ପର୍କରେ ଡାକ୍ତର ଅମ୍ରିତା ପ୍ରିୟଦର୍ଶିନୀ ସାହୁଙ୍କ ଠାରୁ ଜାଣିବା । ତେବେ ଡାକ୍ତରଙ୍କ କହିବା ଅନୁସାରେ ଯଦି ଲିଭର ଜନିତ କିଛି ପ୍ରୋବ୍ଲେମ ରହୁଥାଏ । ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଖାଇବା ଉଚିତ ।

ତେବେ ଲିଭରକୁ ଭଲ ରଖିବା ପାଇଁ ଏହି ସବୁ ଖାଦ୍ୟ ଖାଇବା ଉଚିତ । ଯେପରି ଖାଦ୍ୟରେ ରିଫାଇଣ୍ଡ ସୁଗାର ଜାତୀୟ ଖାଦ୍ୟ ଠାରୁ ଦୂରରେ ରହିବା । ଯଥା ଚିନୀ, ମଇଦା ବା ପ୍ଯାକେଟ ଫୁଡ୍ ଭଳି ଆଇଟମକୁ ଯେତେ ସମ୍ଭବ ଆଭୋଏଡ କରିବା । ତାହାପରିବର୍ତ୍ତେ ଯଅ, ବାର୍ଲି, ଅଟା ଏହି ଖାଦ୍ୟକୁ ଖାଇବାକୁ ଚେଷ୍ଟା କରିବା । ଖାଦ୍ୟରେ ପ୍ରୋଟିନଯୁକ୍ତ ଖାଦ୍ୟ ସବୁବେଳେ ରଖିବା ଉଚିତ । ସୋୟାବିନ, ଅଣ୍ଡାର ଧଳା ଅଂଶ, ରାଜମା, ବିଭିନ୍ନ ପ୍ରକାର ଡାଲି ଜାତୀୟ ଖାଦ୍ୟରେ ପ୍ରୋଟିନ ଭରପୁର ମାତ୍ରାରେ ରହିଥାଏ ।

ଜଳଖିଆରେ ସିଝା ମୁଗ, ନାଲି ଚଣା ଭଳି ହେଲଦି ଖାଦ୍ୟକୁ ଆଡ୍ କରି ଖାଇବା । ଲିଭରକୁ ସୁସ୍ଥ ରଖିବାକୁ ହେଲେ । ଖାଦ୍ୟରେ ଲୁଣର ମାତ୍ରାକୁ ଯେତେ ସମ୍ଭବ କଣ୍ଟ୍ରୋଲ କରି ଖାଇବା ଉଚିତ । କାରଣ ଦରକାର ଥର ଅଧିକ ଲୁଣ ଖାଇବା ଦ୍ଵାରା ତାହାର କୁ ପ୍ରଭାବ ଆମ ଲିଭର ଉପରେ ପଡିଥାଏ ।

ତେଣୁ ଖାଦ୍ୟରେ ଦରକାର ଠାରୁ ଅଧିକ ଲୁଣ ଖାଇବା ଉଚିତ ନୁହେଁ । ବିଶେଷ କରି ଯେଉଁ ମାନେ ଲିଭର ଜନିତ ସମସ୍ଯାରେ ପୀଡିତ ରହିଥାନ୍ତି । ସେମାନଙ୍କ ଶରୀରରେ ପାଣି ଅଧିକ ଜମା ହୋଇ ରହିଥାଏ । ସେଥିପାଇଁ ତାହାକୁ ଠିକ କରିବା ପାଇଁ ଲୁଣ ଯେତେ ସମ୍ଭବ କମ୍ ଖାଇବା ।

ଖାଦ୍ୟରେ ଅତ୍ୟଧିକ ତେଲ ମସଲାଯୁକ୍ତ ଲିଭର ରୋଗୀ ମାନଙ୍କୁ ଖାଇବା ଉଚିତ ନୁହେଁ। ତେଣୁ ଲିଭରକୁ ସୁସ୍ଥ ରଖିବା ପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ ସ୍ଵାସ୍ଥକର ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି । ଯାହା ଦ୍ଵାରା ବହୁତ ବର୍ଷ ପର୍ଯ୍ୟନ୍ତ ଲିଭର ସୁସ୍ଥ ରହିଥାଏ । ଏଥିସହ ଶରୀରରେ ଲିଭର ସହ ଜଡିତ କିଛି ମଧ୍ୟ ପ୍ରୋବ୍ଲେମ ବାରମ୍ବାର ହୋଇନଥାଏ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *