ଦାନ୍ତ ଘଷିବାର ସଠିକ୍‌ ଉପାୟ ଜାଣନ୍ତୁ । Dr Dibya Lochan Swain । How to Brush Your Teeth ?

ଦାନ୍ତର କିଭଳି ନେବେ ସଠିକ ଯତ୍ନ ? ଦାନ୍ତରେ କ୍ୟାଭିଟି, ବିଭିନ୍ନ ପ୍ରକାର ସଂକ୍ରମଣ ତଥା ଦାନ୍ତ କ୍ଷୟରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ଯବଧାନରେ ଦାନ୍ତକୁ ପରିଷ୍କାର କରି ରଖିବା ନିହାତି ଭାବେ ଜରୁରୀ ହୋଇଥାଏ । ସେଥିପାଇଁ ଦୈନିକ 2 ଥର ବ୍ରସ କରିବାର ଆବଶ୍ୟକତା ରହିଛି । ତେବେ ଦାନ୍ତ ବ୍ରସ କରିବାର ସଠିକ ପ୍ରଣାଳୀ କିଭଳି ହୋଇଥାଏ ? ବା କେମିତି ଦାନ୍ତ ଘଷିଲେ ଦାନ୍ତ ପରିଷ୍କାର ଓ ସୁସ୍ଥ ରହିଥାଏ । ଏ ସମ୍ପର୍କରେ ନିଶିଷ୍ଟ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟଲୋଚନ ସ୍ଵାଇଁ କ’ଣ କହୁଛନ୍ତି ଜାଣନ୍ତୁ ।

ତେବେ ଡାକ୍ତରଙ୍କ କହିବା ଅନୁଯାଇ ମିରର ସାମ୍ନାରେ ଦାନ୍ତକୁ 2 ରୁ 3 ମିନିଟ ପର୍ଯ୍ୟନ୍ତ ଭଲ ଭାବେ ଘଷିବା ଉଚିତ । ପ୍ରଥମେ ଦାନ୍ତର ଆଗ ପଟୁ ଡାହାଣରୁ ବାମ ପଟକୁ ବ୍ରସ କରନ୍ତୁ । ଦାନ୍ତ ଉପରେ ସିଧା ସିଧା କି ମାଢିକୁ ଚଢାଇ ଦାନ୍ତକୁ ଘଷିବା ଦ୍ଵାରା ଦାନ୍ତ ବହୁତ ଶୀଘ୍ର ଘୋରି ହୋଇଯାଇଥାଏ । ମାଢି ଖଣ୍ଡିଆ ହୋଇଯିବାର ମଧ୍ୟ ସମ୍ଭାବନା ରହିଥାଏ । ତେଣୁ 45 ଆଙ୍ଗେଲ ବ୍ରସକୁ ରଖି ଦାନ୍ତର ଉପରୁ ତଳକୁ ଏବଂ ତଳ ଦାନ୍ତ ଗୁଡିକର ତଳୁ ଉପରକୁ କରି ବ୍ରସ କରନ୍ତୁ ।

ସାମ୍ନା ଦାନ୍ତକୁ ମଧ୍ୟ ଭର୍ଟିକାଲ ପୋଜିସନରେ ଏବଂ ହରାଇଜେଣ୍ଟାଲ ପୋଜିସନରେ 2 ରୁ 4 ଥର ବ୍ରସ କରନ୍ତୁ ।  ତାପରେ ଦାନ୍ତର ପଛ ପଟକୁ ଯିବେ । ଦନ୍ତର ଉପର ପୋଜିସନକୁ ସିଧା ସିଧା ବ୍ରସ କରିବେ । ତାପରେ ଦାନ୍ତର ଭିତର ପଟୁକୁ ମଧ୍ୟ ଧୀରେ ଧୀରେ କରି ବ୍ରସ କରିବେ । ତରବର ହୋଇ ଜୋର ଜୋରରେ ଦନ୍ତକୁ ବ୍ରସ କରିବେ ନାହିଁ । ଦିନକୁ 2 ଥର ଅର୍ଥାତ ସକାଳୁ ଉଠିବା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ନିହାତି ଭାବେ ଦାନ୍ତକୁ ବ୍ରସ କରି ମୁହଁକୁ ଭଲ ଭାବେ ସଫା କରି ଶୁଅନ୍ତୁ ।

କାରଣ ଭଲ ଭାବେ ଦାନ୍ତକୁ ବ୍ରସ କରିବା ଦ୍ଵାରା ଦାନ୍ତ ପରିଷ୍କାର ରହିବା ସହ ବହୁତ ପର୍ଯ୍ୟନ୍ତ ସୁସ୍ଥ ମଧ୍ୟ ରହିଥାଏ । କାରଣ ଦାନ୍ତ ଧୀରେ ଧୀରେ କ୍ଷୟ ହେବାକୁ ବସିଲେ । ପୁଣି ଥରେ ଅରିଜିନାଲ ସୁସ୍ଥ ଦାନ୍ତ ଆଉ ଥରେ ପ୍ରାକୃତିକ ଭାବେ ପାଇପାରିବେ ନାହିଁ ।

ସକାଳୁ ରାତି ପର୍ଯ୍ୟନ୍ତ ଯେତେ ଥର ଖାଉଥିବେ । ସେତିକି ଥର ପାଟିକୁ ଭଲ ଭାବେ କୁଳି କରି ସଫା କରନ୍ତୁ । ଡାଇବେଟିସ କିମ୍ବା 50 ବର୍ଷରୁ ଅଧିକ ବୟସ୍କ ଲୋକ ଯଦି ସମ୍ଭବ ପାଣିରେ ସାମାନ୍ୟ ଲୁଣ ପକାଇ ମଧ୍ୟ ରାତିରେ ଥରେ କୁଳି କରିପାରିବେ ।

ଯଦି ଦାନ୍ତର କୌଣସି ସ୍ଥାନରେ ଖାଦ୍ୟ ପଶିକି ଦରଜ ଲାଗୁଥାଏ । ତେବେ ପାଣିରେ ଲୁଣ ପକାଇ କୁଳି କରିବା ଦ୍ଵାରା ପାଟି ଭିତର ସଂପୂର୍ଣ୍ଣ ଭାବେ ପରିଷ୍କାର ହୋଇଯାଇଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *