ବୃନ୍ଦାବତୀ ଚଉରା ପୂଜାରେ ମନ୍ଦାର ଫୁଲ ଲଗାଯାଏ କି ! ମନ୍ଦାର ଫୁଲ ଅର୍ପଣ କରିବା ଉଚିତ ନା ଅନୁଚିତ ! Purana Shastra

ବନ୍ଧୁଗଣ ପ୍ରତ୍ଯେକ ହିନ୍ଦୁଙ୍କ ଘରେ ଘରର ଅଗଣାରେ ମାତା ତୁଳସୀ ବୃକ୍ଷ ମାତା ବୃନ୍ଦାବତୀଙ୍କ ରୂପେ ପୂଜା ପାଇଥାନ୍ତି । ବୃନ୍ଦାବତୀଙ୍କୁ ଘର ଅଗଣାରେ ରଖି ପ୍ରତ୍ଯେକ ଦିନ ପୂଜା କରିବା ଦ୍ଵାରା ଘରର ମଙ୍ଗଳ ହୋଇଥାଏ । ଘରକୁ କୌଣସି ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିପାରିନଥାଏ । ଏଥିସହ ବୃନ୍ଦାବତୀଙ୍କୁ ଦେଖି ଘରୁ ବାହାରିବା ଦ୍ଵାରା ଆପଣଙ୍କର କାର୍ଯ୍ୟ ମଧ୍ୟ ସଫଳ ହୋଇଥାଏ । ତୁଳସୀ ବୃକ୍ଷ ଘରେ ଲଗାଇବା ଦ୍ଵାରା ଘରକୁ ରୋଗବେମାରୀ ଅନେକ ସମୟରେ ସଂକ୍ରମଣ କରିପାରିନଥାଏ ।

ତେବେ ଏ ତ ଥିଲା ବୃନ୍ଦାବତୀଙ୍କୁ ପୂଜା କରିବା ଦ୍ଵାରା କେଉଁ ସବୁ ଫାଇଦା ହୋଇଥାଏ । ତେବେ ବନ୍ଧୁଗଣ ଅନେକଙ୍କର ମନରେ ପ୍ରଶ୍ନ ରହିଥାଏ ? ଯେ ବୃନ୍ଦାବତୀଙ୍କୁ ମନ୍ଦାର ଫୁଲ ଅର୍ପଣ କରିବା ଉଚିତ ନା ଅନୁଚିତ । ବୃନ୍ଦାବତୀଙ୍କୁ ପୂଜା କରିବା ସମୟରେ ତାଙ୍କୁ କଣ ଆମେ ମନ୍ଦାର ଫୁଲ ଦେଇ ପୂଜା କରିପାରିବେ। ତେବେ ଏହି ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଦେବାକୁ ଯାଉଛୁ ।

ଘରୁ କୌଣସି କାର୍ଯ୍ୟରେ ବାହାରକୁ ପରିବାରର ସଦସ୍ୟ କିଏ ଯାଉଥିବା ସମୟରେ ଯଦି ମୁଣ୍ଡରେ ତୁଳସୀର ମାଟି ଆଣି ଲଗାଇ ଯାଇଥାନ୍ତି । ତେବେ କୌଣସି ଅଶୁଭ ତାଙ୍କ ସହ ଘଟିନଥାଏ । କାରଣ ତୁଳସୀ ବୃକ୍ଷଙ୍କ ପରି ତୁଳସୀ ଲଗାଯାଇଥିବା ମାଟି ମଧ୍ୟ ପବିତ୍ର ହୋଇଯାଇଥାଏ । ତୁଳସୀ ବୃକ୍ଷ ଲାଗିଥିବା ମାଟି ହେଉଛି ଗଙ୍ଗା ମାଟି ସଦୃଶ । ତୁଳସୀ ମୂଳରେ ଭଗବାନ ଗୋବିନ୍ଦର ବାସ ମଧ୍ୟ ହୋଇଥାଏ ବୋଲି ଶାସ୍ତ୍ର ପୁରାଣରେ ବର୍ଣ୍ଣନା କରାଯାଇଅଛି ।

ତେବେ ବୃନ୍ଦାବତୀଙ୍କ ନିକଟରେ ପୂଜା କରିବା ସମୟରେ ତାଙ୍କୁ ମନ୍ଦାର ଫୁଲ ଦେଇ ପୂଜା କରିବା କି ନାହିଁ ତାହା ଏଠାରେ ବନ୍ଧୁଗଣ ଜାଣିବା । ତେବେ ଅନେକ ଗୁଡିଏ ବିଶିଷ୍ଟ ପୁରାଣ ମାନଙ୍କରେ ଅତି ସୁନ୍ଦର ଭାବରେ ବର୍ଣନା କରାଯାଇଛି । ଯେ ବୃନ୍ଦାବତୀଙ୍କୁ ପୂଜା କରିବା ସମୟରେ ନାନା ରଙ୍ଗବେରଙ୍ଗର ପୁଷ୍ପ ସବୁ ଅର୍ପଣ କରି ତାଙ୍କର ପୂଜା ଅର୍ଚନା କରିପାରିବେ । ତେବେ ଯଦି ଏଠାରେ ମନ୍ଦାର ଫୁଲ ବିଷୟରେ କହିବାକୁ ଯିବା ।

ତେବେ ମନ୍ଦାର ଫୁଲ ମଧ୍ୟ ଆପଣ ବୃନ୍ଦାବତୀଙ୍କ ପୂଜା କାର୍ଯ୍ୟରେ ଲଗାଇପାରିବେ । ଏଥିରେ କୌଣସି ଅସୁବିଧା ନାହିଁ । ନାଲି ମନ୍ଦାର ହେଉ କିମ୍ବା କୌଣସି ରଙ୍ଗର ମନ୍ଦାର ଫୁଲ ଆପଣ ମାତା ବୃନ୍ଦାବତୀଙ୍କୁ ଅର୍ପଣ କରିପାରିବେ ବୋଲି ଶାସ୍ତ୍ର ପୁରାଣ ମାନଙ୍କରେ ଶ୍ଳୋକ ଦ୍ଵାରା ବର୍ଣ୍ଣାନା ହୋଇଅଛି ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ବହୁ ମାତ୍ରାରେ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *