କେବେବି ଏହି 3 ଟି ଜିନିଷ ରୋଷେଇ ଘରୁ ସରିବାକୁ ଦିଅନ୍ତୁ ନାହିଁ, ନଚେତ ମାଡି ଆସିବ ଭୟଙ୍କର ସମସ୍ୟା… Sadhu bani

ଏହି 3 ଟି ଜିନିଷ କେବେବି ରୋଷେଇ ଘରୁ ସରିବାକୁ ଦିଅନ୍ତୁ ନାହିଁ ! ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନରେ ବାସ୍ତୁ ଶାସ୍ତ୍ରର ଏକ ମହତ୍ଵପୂର୍ଣ୍ଣ ଭୂମିକା ରହିଛି । ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ଘରର ରୋଷେଇ ଘର ହେଉଛି ସଂପୂର୍ଣ୍ଣ ଘର ପାଇଁ ସୁଖ ଏବଂ ସମୃଦ୍ଧିର ପ୍ରତୀକ । ତେବେ ବାସ୍ତୁର ନିୟମ ଅନୁଯାଇ ଏଭଳି 3 ଟି ଜିନିଷ ଅଛି । ଯାହା କେବେବି ରୋଷେଇ ଘରୁ ସଂପୂର୍ଣ୍ଣ ଭାବେ ସରିଯିବା ଉଚିତ ହୋଇନଥାଏ । ନଚେତ ଘରକୁ ଭୟଙ୍କର ବିପତ୍ତି ମାଡି ଆସିଥାଏ । ତେବେ କେଉଁ 3 ଟି ଜିନିଷ ରୋଷେଇ ଘରୁ ସରିବା ଉଚିତ ନୁହେଁ ଏଠାରେ ଜାଣନ୍ତୁ ।

1- ରୋଷେଇ ଘରେ ବନ୍ଧୁଗଣ କେବେବି ସଂପୂର୍ଣ୍ଣ ଭାବେ ଚାଉଳ ଶେଷ ହେବାକୁ ଦିଅନ୍ତୁ ନାହିଁ । ଯଦି ଏପରି ହୋଇଥାଏ । ତେବେ ଘରେ ଶୁକ୍ରଗ୍ରହର ପ୍ରଭାବ ଶେଷ ହୋଇଯାଇଛି ବୋଲି ଜାଣିବାକୁ ପାଇବେ । ତେଣୁ ଘରେ ଶୁକ୍ରଗ୍ରହର ପ୍ରଭାବକୁ ସବୁବେଳେ ବଜାୟ ରଖିବାକୁ ଘରେ ନିହାତି ଭାବେ ଚାଉଳକୁ ସରିବାକୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ଵାରା ଘରେ ଶୁକ୍ରଗ୍ରହର ସୁ-ପ୍ରଭାବ ଘର ଉପରେ ପଡିଥାଏ । ଯାହା ଦ୍ଵାରା ଘରେ ସୁଖ ଓ ସମୃଦ୍ଧି ବଜାୟ ରହିଥାଏ ।

2- ରୋଷେଇ ଘରେ କେବେବି ପୂରାପୂରି ଲୁଣ ସରିବାକୁ ଦିଅନ୍ତୁ ନାହିଁ । ପାଖ ପଡୋଶୀ ଘରକୁ କେବେବି ଲୁଣ ଧାରରେ ଦେବା ଉଚିତ ନୁହେଁ । ଯଦି ଆପଣଙ୍କୁ କିଏ ଲୁଣ ଦିଅନ୍ତି । ତେବେ ସେହି ଲୁଣକୁ ଘରେ ରଖନ୍ତୁ ନାହିଁ କି କାହା ଠାରୁ କେବେବି ଲୁଣ ମାଗିକି ଆଣନ୍ତୁ ନାହିଁ । ନିଜ ଘରେ ଲୁଣ ସରିବା ପୂର୍ବରୁ ହିଁ ଲୁଣ ଆଣି ରଖି ଦିଅନ୍ତୁ । ଏହା ଆପଣଙ୍କ ଘର ପାଇଁ ବହୁତ ଭଲ ହେବ ।

3- ରୋଷେଇ ଘରେ ସବୁବେଳେ ଅଟାକୁ ମହଜୁଦ କରି ରଖିଥାନ୍ତୁ । ରୋଷେଇ ଘରୁ ପୁରା ଝାଡିଝୁଡି ଅଟାକୁ ଶେଷ କରିଦିଅନ୍ତୁ ନାହିଁ । ଅଟା ସରିବା ପୂର୍ବରୁ ହିଁ ରୋଷେଇ ଘରେ ଅଟାକୁ କିଣିକି ରଖି ଦିଅନ୍ତୁ  । ଅଟା ଯଦି ସଂପୂର୍ଣ୍ଣ ଭାବେ ରୋଷେଇ ଘରୁ ସରିବା ପରେ ଆପଣ ଅଟା କିଣୁଛନ୍ତି । ତେବେ ଏହା ଦ୍ଵାରା ବ୍ୟକ୍ତିର ମାନ ସମ୍ମାନ ହ୍ରାସ ପାଇଥାଏ । ତେଣୁ ରୋଷେଇ ଘରୁ ଅଟାକୁ ସରିବାକୁ ଦିଅନ୍ତୁ ନାହିଁ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଗୋଟିଏ ଲାଇକ୍ କରିବା ଅସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ନିହାତି ଭାବେ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *