ନଡିଆ ତେଲରେ କେବଳ ଏହି ଗୋଟିଏ ଜିନିଷ ମିଶାଇ ଲଗାନ୍ତୁ, ଘନ, ଲମ୍ବା, ଓ ସୁନ୍ଦର କେଶ ପାଆନ୍ତୁ… Hair Care Tips

ବର୍ତ୍ତମାନର ସମୟରେ ଅଧିକାଂଶ ଲୋକଙ୍କର ଚୁଟି ଝଡିବା ଏକ ନୀତିଦିନିଆ ସମସ୍ଯା ହୋଇଗଲାଣି । ଅନେକଙ୍କ କେଶକୁ ନେଇ ଅନେକ ପ୍ରକାର ସମସ୍ଯା ଦେଖାଯାଉଛି । ଯେଉଁ କାରଣରୁ ସେମାନେ ମାର୍କେଟରୁ ବହୁ ଦାମୀ ଦାମୀ ସାମ୍ପୁ ଓ ତେଲର ପ୍ରୟୋଗ ନିଜ କେଶରେ କରିଥାନ୍ତି । ତଥାପି ଅନେକଙ୍କୁ ସେଥିରୁ ଭଲ ରେଜଲ୍ଟ ମିଳିନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ମ୍ୟାଜିକାଲ୍ ଅଏଲ ବିଷୟରେ କହିବାକୁ ଯାଉଛୁ ।

ଯାହା ଆପଣଙ୍କ କେଶ ଝଡିବାରୁ ବନ୍ଦ କରିବା ସହ ସୁନ୍ଦର ନୂଆ କେଶ ଆଣିବାରେ ସାହାଜ୍ଯ କରିଥାଏ । ଏଥିସହ ଆପଣ ଲମ୍ବା, ଘନ ଓ ସୁନ୍ଦର କେଶ ପାଇପାରିବେ । ଏହି ରେମିଡିକୁ ବନାଇବା ପାଇଁ ଆପଣଙ୍କୁ ପ୍ରଥମେ ରଶୁଣର ଏଠାରେ ଅବଶ୍ୟକତା ପଡିବ । ରଶୁଣରେ ମିନେରାଲ୍ସ, ଜିଙ୍କ, କ୍ୟାଲସିୟମ ଓ ସଲଫର ରହିଥାଏ । ଯାହା କେଶ ଝଡିବା କମ୍ କରିବା ସହ କେଶକୁ ସୁନ୍ଦର କରିବାରେ ବହୁତ ବଡ ଭୂମିକା ନେଇଥାଏ ।

ଏହି ତେଲକୁ ପ୍ରସ୍ତୁତ କରି ଆପଣ 20 ରୁ 25 ଦିନ ମଧ୍ୟ ବ୍ୟବହାର କରିପାରିବେ । ଆପଣ ପ୍ରଥମେ ଗୋଟିଏ ରଶୁଣକୁ ଆଣି ସେଥିରୁ 10 ରୁ 12 ଟି କୋଲା ବାହାର କରି ତାହାର ଚୋପା ଭଲ ଭାବେ ଛଡାଇ ଦିଅନ୍ତୁ । ଏହାପରେ ରଶୁଣକୁ 2 ଖଣ୍ଡ କରି କାଟି ଦିଅନ୍ତୁ । ଦିତୀୟ ସାମଗ୍ରୀ ହେଉଛି ନଡିଆ । ନଡିଆତେଲ ବଦଳରେ ଯେଉଁ ତେଲ ଆପଣ ବ୍ୟବହାର କରୁଛନ୍ତି ତାହାକୁ ମଧ୍ୟ ନେଇପାରିବେ । ହେଲେ ହେୟାର ପାଇଁ ନଡିଆ ତେଲ ବେଷ୍ଟ ହୋଇଥାଏ ।

ଧିମା ଆଞ୍ଚରେ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ ନଡିଆ ତେଲ ରଖି ସେଥିରେ କାଟିକି ରଖିଥିବା ରଶୁଣ କୋଲାକୁ ଆଡ୍ କରନ୍ତୁ । ରଶୁଣର ରଙ୍ଗ ବଦଳିବା ପର୍ଯ୍ୟନ୍ତ 5 ମିନିଟ ତେଲକୁ ଫୁଟିବା ପାଇଁ ଦିଅନ୍ତୁ । ଚାମଚରେ ଏହାକୁ ଗୋଳାଉଥାନ୍ତୁ । ତେଲ ଫୁଟାଇ ସାରି ଥଣ୍ଡା ହେବା ପରେ ଅନ୍ୟ ଏକ ଜାଗାରେ ତେଲକୁ ରଖି ଦିଅନ୍ତୁ ।

ସପ୍ତାହରେ 1 ରୁ 2 ଥର ଏହି ତେଲକୁ ନିଜ ଚୁଟିରେ ବ୍ୟବହାର କରିପାରିବେ । ଏହାକୁ କିଛି ଘଣ୍ଟା ବା ଗୋଟେ ଦିନ ରଖିସାରିବା ପରେ ପରେ କୌଣସି ଭଲ ସାମ୍ପୁ ଦ୍ଵାରା ହେୟାର ୱାଶ କରିନେବେ । ଏହି ତେଲର କିଛି ଥର ବ୍ୟବହାର କରିବା ପରେ ଏହାର ବହୁତ ଭଲ ରେଜଲ୍ଟ ଆପଣଙ୍କୁ ଚୁଟିରେ ଦେଖିବାକୁ ମିଳିବ । କେଶର  ଅଯଥା ଝଡିବା ବନ୍ଦ କରିବା ସହ କେଶକୁ ଘନ, କଳା, ଲମ୍ବା ଓ ସାଇନି କରିବ ।

ଏଥିରୁ ଆପଣଙ୍କ କେଶ ଉପରେ କୌଣସି ପ୍ରକାର ସାଇଡଇଫେକ୍ଟ ମଧ୍ୟ ଦେଖିବାକୁ ମିଳିବ ନାହିଁ । ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *