ଏହି ସମୟରେ ଘର ଝାଡୁ କରିବା ଦ୍ଵାରା ମିଳିଥାଏ ମା’ ଲକ୍ଷ୍ମୀଙ୍କ ଆଶ୍ରୀବାଦ ! ଘରେ ହୋଇଥାଏ ଧନର ବର୍ଷା ! Vastu Tips

ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ କୁହାଯାଇଥାଏ । ତେବେ ଘରକୁ ମା’ ଲକ୍ଷ୍ମୀଙ୍କର ଆଗମନ ହେବା ପାଇଁ ଅନେକ ନୀତିନିୟମ ରହିଥାଏ । ଯାହାର ପାଳନ ଦ୍ଵାରା ଘରେ ଧନର ବର୍ଷା ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଘରେ କେଉଁ ସମୟରେ ଝାଡୁ ଲଗାଇବା ଦ୍ଵାରା ଘରକୁ ମା’ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ, ସେହି ବିଷୟରେ କହିବା ପାଇଁ ଯାଉଛୁ । ଏଥିସହ ଝାଡୁ ସହ ଜଡିତ କିଛି ନିୟମମାନ ମଧ୍ୟ ଏଠାରେ କହିବୁ ।

ବନ୍ଧୁଗଣ ସକାଳର ସମୟକୁ ବ୍ରହ୍ମକାଳର ସମୟ ବୋଲି କୁହାଯାଇଥାଏ । ଏହି ବ୍ରହ୍ମ ସମୟରେ ଦେବାଦେବୀ ମାନଙ୍କର ବସୁଧା ଉପରେ ବସବାସ ହୋଇଥାଏ । ତେଣୁ ଭୋର ସକାଳ 4 ଟାରୁ ନେଇକି ସକାଳ 7 ଟା ପର୍ଯ୍ୟନ୍ତର ଏହି ସମୟ ମଧ୍ୟରେ ଘରେ ଝାଡୁ କରିବା ଉଚିତ । ଏହା ଝାଡୁ କରିବାର ଉପଯୁକ୍ତ ସମୟ ହୋଇଥାଏ । ସକାଳର ଏହି ସମୟରେ ଯେଉଁ ଗୃହିଣୀ ନିଜ ଘରେ ଝାଡୁ ଲଗାଇଥାଏ । ସେହି ଘରେ ଦେବୀ ଲକ୍ଷ୍ମୀ ମା’ଙ୍କର ଶୁଭ ଦ୍ରୁଷ୍ଟି ରହିଥାଏ ।

2- ଅନ୍ଧାର ହୋଇଯିବା ପରେ ଅର୍ଥାତ ସନ୍ଧ୍ୟା ପରେ ଘରେ ଝାଡୁ ଲଗାଇବାକୁ ଅନୁଚିତ ବୋଲି ଶାସ୍ତ୍ରରେ କୁହାଯାଇଥାଏ । ଏହା କରିବା ଦ୍ଵାରା ଘରକୁ ନକରାତ୍ମକ ଶକ୍ତିର ଆଗମନ ହୋଇଥାଏ । ଏପରି କରୁଥିବା ଲୋକ ମା’ ଲକ୍ଷ୍ମୀଙ୍କର ଅପମାନ ମଧ୍ୟ କରିଥାନ୍ତି । ତେଣୁ ସନ୍ଧ୍ୟା ପରେ ଘରେ କେବେ ଝାଡୁ ଲଗାନ୍ତୁ ନାହିଁ ।

3- ସ୍ଵପ୍ନରେ ଯେଉଁ ବ୍ୟକ୍ତି କୌଣସି ଏକ ବ୍ୟକ୍ତିକୁ ଝାଡୁ ଧରି ଠିଆ ହେବାର ସ୍ଵପ୍ନ ଦେଖିଥାଏ । ଏହି ସ୍ଵପ୍ନ ସେହି ବ୍ୟକ୍ତି ପାଇଁ ସୌଭାଗ୍ୟର ସ୍ଵପ୍ନ ହୋଇଥାଏ । ସେହି ବ୍ୟକ୍ତି ଜୀବନରେ କିଛି ଭଲ ସମୟ ଆରମ୍ଭ ହେବା ପାଇଁ ଯାଉଛି ବୋଲି ସୂଚନା ମିଳିଥାଏ । 4- ଘର ଭିତରେ ଝାଡୁକୁ ଓଲଟା କରି ରଖିବାକୁ ଅଶୁଭ ମନା ଯାଇଥାଏ । ତେଣୁ ଝାଡୁକୁ ଘରେ କେବେବି ଓଲଟା କି ଠିଆ କରି ରଖନ୍ତୁ ନାହିଁ ।

5- ଘରର କୌଣସି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ବାହାରକୁ ଯିବା ସମୟରେ ଘରେ ଝାଡୁ କି ପୋଛା ମାରନ୍ତୁ ନହିଁ । ବ୍ୟକ୍ତି ଯାଇଥିବା ସ୍ଥାନରେ ପହଞ୍ଚି ଯିବା ପରେ ହିଁ ଘରେ ଝାଡୁ ଲଗାଇବା ଉଚିତ । 6- ଝାଡୁରେ କେବେ ଗୋଡ ବଜାନ୍ତୁ ନାହିଁ । ଯଦି ଭୁଲରେ ବି ଝାଡୁରେ ଗୋଡ ବାଜିଯାଇଥାଏ । ତେବେ ସଙ୍ଗେ ସଙ୍ଗେ ଝାଡୁକୁ ମୁଣ୍ଡିଆ ମାରି ମା’ ଲକ୍ଷ୍ମୀଙ୍କୁ କ୍ଷମା ପ୍ରାଥନା କରି ଦିଅନ୍ତୁ ।

7- ନୂଆ ଘର କରି ସେଠାରେ ରହିବାକୁ ଯାଉଥିଲେ । ସେଠାକୁ ପୁରୁଣା ଝାଡୁ ନନେଇ ନୂଆ ଝାଡୁ କିଣିକି ନେବା ଉଚିତ । 8- ନିଜ ଘରର ଝାଡୁକୁ ଅନ୍ୟ ମାନଙ୍କ ନଜରରୁ ଲୁଚେଇକି ରଖିବା ଉଚିତ । ଏହା ଦ୍ଵାରା ଆପଣଙ୍କ ଘରର ଲକ୍ଷ୍ମୀଙ୍କ ଉପରେ କାହାର ମଧ୍ୟ ଖରାପ ଦ୍ରୁଷ୍ଟି ପଡିନଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *