ନମସ୍କାର ବନ୍ଧୁଗଣ , ପୃଥିବୀ ରେ ସମସ୍ତ ଜୀବଜନ୍ତୁ ଠାରୁ ଆରମ୍ଭ କରି ମଣିଷ ଯାଏ ସମସ୍ତଙ୍କର କିଛି ନା କିଛି ନାମ ରହିଥାଏ ଏବଂ ଏହି ନାମ ରୁ ଏମାନଙ୍କୁ ସମୟ ରେ ପରିଚୟ ମିଳିଥାଏ । ନାମ ସମସ୍ତ କୁ ନିଜର ବିଶେଷ ବ୍ୟକ୍ତିତ୍ଵ ପ୍ରଦାନ କରିଥାଏ ତେଣୁ ପ୍ରତ୍ୟେକ ବିଷୟବସ୍ତୁ ର ନାମ ରହିଛି । ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ନାମ ବ୍ୟକ୍ତିର ଜୀବନରେ ବହୁତ ପ୍ରଭାବ ପକେଇଥାଏ । ନାମ ଦ୍ଵାରା ବ୍ୟକ୍ତିର ସ୍ଵଭାବ , ଗୁଣ , ବ୍ୟକ୍ତିତ୍ଵ ର ଧାରଣା ମିଳିଥାଏ ।
ଆଜି ଆମେ କଥା ହେବା ବିଷୟ ହେଉଛି ଇଂରାଜୀ ଅକ୍ଷର ର ୧୯ ନମ୍ବର ଅକ୍ଷର s ବିଷୟରେ । s ଅକ୍ଷର ଥିବା ବ୍ୟକ୍ତି ବିଶେଷମାନଙ୍କ ବିଷୟରେ ପ୍ରଥମେ ଆମେ ଜାଣିବା ଏହି ଲୋକମାନଙ୍କ ସ୍ଵାଭାବ ବିଷୟରେ । ସାଧାରଣତ ସିଂହ ଯେପରି ଦୁଇ ପାଦ ପଛ କୁ ନେଇ ହଠାତ ଆଗକୁ ଜାମ୍ପ ମାରିଥାଏ ଏମାନଙ୍କ ସ୍ଵଭାବ ମଧ୍ୟ ଠିକ ସେହି ପରି ହୋଇଥାଏ । ଯେକୋଣସି ପରିସ୍ଥିତିରେ ହେଉ ନା ପଛେ ପଛ ଗୁଞ୍ଚା ନ ହୋଇ ଆଗ କୁ ବଢିଥାନ୍ତି ।
ଆପଣମାନେ ଶୁଣିଥିବେ ଯେ ଜ୍ଞାନୀ ଲୋକ କଠିନ ପରିସ୍ଥିତିରେ ନିଜର ଜ୍ଞାନ ରେ ବାହାର କୁ ଆସିଥାଏ । s ଅକ୍ଷର ଥିବା ବ୍ୟକ୍ତିମାନେ ମଧ୍ୟ କଠିନ ପରିସ୍ଥିତି ବୁଦ୍ଧି ବଳରେ ବାହାର କୁ ଆସିଥାନ୍ତି । ଏହି ଅକ୍ଷର ବ୍ୟକ୍ତିମାନେ କଠିନ ସମୟରେ ରାସ୍ତା ଖୋଜିବା ବଦଳ ରେ ନିଜର ଏକ ନୂତନ ରାସ୍ତା ତିଆରି କରିଥାନ୍ତି । ଏହି ଅକ୍ଷର ବ୍ୟକ୍ତି ସିଂହ ସମ୍ମାନ ହୋଇଥାନ୍ତି , ଏମାନେ କାହା ସହିତ ଶତ୍ରୁତା ରଖନ୍ତି ନାହି ।
ମାତ୍ର କେହି ଏମାନଙ୍କୁ ବାରମ୍ବାର ଶତ୍ରୁତା ଆଚରଣ କରନ୍ତି ତେବେ ଏମାନଙ୍କ ର ଭିତରେ ଥିବା ସିଂହ ସ୍ଵଭାବ ବାହାର କୁ ଆସିଥାଏ । ଏହି ଅକ୍ଷର ଥିବା ବ୍ୟକ୍ତି ନିଜର ପରିଚୟ କୁ ନିଜେ ସୃଷ୍ଟି କରିଥାନ୍ତି ଯେ ଏମାନେ ଯେକୋଣସି ସ୍ଥାନ କୁ ଯାଇଥାନ୍ତି ସେଠାରେ ନିଜର ଛବି କୁ ଛାଡିଥାଆନ୍ତି । ଏମାନେ ନିଜର ଜୀବନ ରେ ଏମିତି କିଛି କାମ କରିଥାନ୍ତି ଯେ ଲୋକମାନେ ତାହାକୁ କେବେ ବି ଭୁଲି ନ ଥାନ୍ତି ।
ଅନେକ ଲୋକମାନେ ସ୍ଵପ୍ନ ଦେଖିଥାନ୍ତି , କିନ୍ତୁ s ନାମ ଥିବା ବ୍ୟକ୍ତି ଏହାକୁ ସଫଳ କରିଥାନ୍ତି , ଯଥା ସାରୁକ ଖାନ , ସଲମାନ ଖାନ , ଶିଳ୍ପା ଶେଟି ଆଦି କଳାକାର ମାନେ ଏହାର ଉଦାହରଣ ଅଟନ୍ତି । s ନାମ ଥିବା ବ୍ୟକ୍ତିମାନଙ୍କୁ ଜଗତ ତାଙ୍କ ର ସଫଳତା ଦ୍ଵାରା ଜାଣିଥାନ୍ତି । ଏମାନଙ୍କ ସ୍ଵଭାବ ବହୁତ ଭଲ ପ୍ରକୃତିର ହୋଇଥାଏ ।
s ନାମ ର ବ୍ୟକ୍ତି ରଚନାତ୍ମକ ହୋଇଥାନ୍ତି ଯେ କୋଣସି କାର୍ଯ୍ୟ କୁ ଏମାନେ ଭନ୍ନ ଧାରଣ ରେ କରିବାକୁ ଇଛା ପ୍ରକାଶ କରିଥାନ୍ତି । s ନାମ ଥିବା ବ୍ୟକ୍ତି ଯାହା କୁ ବି ଭଲ ପାଇଥାନ୍ତି ତାଙ୍କ ପ୍ରତି ସମର୍ପଣ ହୋଇ ରହିଥାନ୍ତି , ବିବାହ ପରେ ଏମାନଙ୍କ ବୈବାହିକ ଜୀବନ ବହୁତ ସୁଖ ସମବୃଦ୍ଧି ରେ ଗତି କରିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କୁ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।