ନମସ୍କାର ବନ୍ଧୁଗଣ, ନିଜ ଦେହକୁ ସୁସ୍ଥ ସୁନ୍ଦର ରଖିବା ପାଇଁ ସମସ୍ତଙ୍କର ଆଶା ଥାଏ । କିନ୍ତୁ ଚାହିଁଲେ ମଧ୍ୟ ତାହା କିଛି ଲୋକ ପୁରା କରିପାରନ୍ତି ନାହିଁ ପଇସା ଅଭାବରୁ ହେଉ ବା ସଠିକ ଉପାୟ ନ ମିଳିବା ହେଉ ଯାହାଦ୍ଵାରା ତାଙ୍କ ସମସ୍ୟା ବଢି ବଢି ଚାଲିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ପ୍ରାକୃତିକ ଉପାୟରେ ଗୋଟିଏ ପତ୍ରରୁ ଭିନ୍ନ ଭିନ୍ନ ଉପାୟରେ କିଭଳି ଆପଣ ଅଲଗା ଅଲଗା ଫାଇଦା ଉଠାଇ ପାରିବେ ସହଜ ଏବଂ ମାଗଣାରେ ତାହା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ।
ଅତି ସହଜରେ ମିଳୁଥିବା ଭୃଶଙ୍ଗ ପତ୍ରର ବ୍ୟବହାର ଦ୍ଵାରା ଆପଣଙ୍କ ମୋଟାପଣ କମିଥାଏ । ଏହାସହିତ ଯଦି ଆପଣଙ୍କର ଚୁଟି ଝଡିବା ସମସ୍ୟା ରହିଛି ତେବେ ତାହା ମଧ୍ୟ ଦୂର ହୋଇଥାଏ । ଆପଣଙ୍କ ମୁହଁକୁ ଗୋରା କରିବର କ୍ଷମତା ମଧ୍ୟ ରଖିଥାଏ ଭୃସଙ୍ଗ ପତ୍ର । ମୋଟାପଣ ଘଟାଇବା ପାଇଁ ଏହାର ଅଲଗା ଉପାୟ ଏବଂ କେଶ ଝଡିବା ପାଇଁ ଭୃଶଙ୍ଗ ପତ୍ରର କିଭଳି ଅଲଗା ଉପାୟ କରିବା ସହ ଗୋରା ହେବା ପାଇଁ ମଧ୍ୟ ଏହାର ଅଲଗା ଉପାୟରେ ବ୍ୟବହାର କରିବେ ତାହା ଆସନ୍ତୁ ଜାଣିବା ।
ଭୃସଙ୍ଗ ପତ୍ରରେ ଭିଟାମିନ-A, ଭିଟାମିନ-B, ଭିଟାମିନ-C, ଭିଟାମିନ- E, ଧାତୁସାର, କପର ଏବଂ ଆମିନୋଏସିଡ ଇତ୍ୟାଦି ରହିଛି । ଆପଣ ଏହାକୁ କଞ୍ଚା ଖାଇପାରିବେ କିମ୍ବା ସୁପ ପ୍ରସ୍ତୁତ କରି ସେଥିରେ ପକାଇ ମଧ୍ୟ ଖାଇପାରିବେ । ଆପଣ ଯଦି ନିଜର ଓଜନ କମାଇବା ପାଇଁ ଚାହୁଁଥାନ୍ତି ତେବେ ଆପଣ ଭୃଶଙ୍ଗ ପତ୍ରକୁ ତରକାରୀରେ ପ୍ରତ୍ୟକ ଦିନ ବ୍ୟବହାର କରି ଖାଆନ୍ତୁ ଏହା ଆପଣଙ୍କ ଚର୍ବିକୁ କମାଇବା ପାଇଁ ସାହାର୍ଯ୍ୟ କରିଥାଏ ।
ଏହାର ସେବନ ଦ୍ଵାରା ଖାଇବା ସହଜରେ ହଜମ ମଧ୍ୟ ହୋଇଯାଇଥାଏ । ଆପଣ ଯଦି ପ୍ରତ୍ୟକ ଦିନ ସକାଳି 5ରୁ 7ଟି ଭୃଶଙ୍ଗ ପତ୍ର ଚୋବାଇ ଖାଇବା ପରେ ଗରମ ପାଣି ପିଅନ୍ତି ତେବେ ଏହା ଆପଣଙ୍କ ଓଜନ ବହୁତ କମ ଦିନରେ ଘଟାଇବ । ଆପଣ କଞ୍ଚା ଭୃସଙ୍ଗ ପତ୍ରକୁ ଛେଚି ଯଦି ଆପଣଙ୍କ ମୁହଁରେ ଏହି ପେଷ୍ଟକୁ ଲଗାନ୍ତି ତେବେ ଆପଣଙ୍କ ମୁହଁ ଚିକ୍କଣ ହେବା ସହ ଚେହେରାରେ ଚମକ ମଧ୍ୟ ଆସିଥାଏ ।
ଏହିଭଳି ଭାବରେ ଯଦି ଆପଣ ଏହାକୁ ଛେଚି ଆପଣ ଏହାର ପେଷ୍ଟକୁ ଚୁଟିରେ ଲଗାନ୍ତି ତେବେ ଆପଣଙ୍କ ଚୁଟି ଝଡିବା ସମସ୍ୟା ବି ଗାୟବ ହୋଇଯିବ । ଯଦି ଆପଣ ଏହି ଉପାୟରେ ଏହାର ପ୍ରୟୋଗ କରନ୍ତି ତେବେ ଆପଣଙ୍କୁ ସମସ୍ତ ସମସ୍ୟାର ଫଳ ଏକ ମାସ ମଧ୍ୟରେ ମିଳିଯିବ ।
ତେଣୁ ଆପଣ ଭୃସଙ୍ଗ ପତ୍ରର ଫାଇଦା ଏହିଭଳି ଭାବରେ ନିହାତି ଉଠାନ୍ତୁ । ସହଜ ସରଳ ଏବଂ ଶସ୍ତା ଉପାୟରେ ନିଜେ ସୁସ୍ଥ ରୁହନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।