ଶୋଇବାରୁ ଜାଣନ୍ତୁ ନିଜର ଭାଗ୍ୟ ! କିପରି ଓ କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ମିଳିଥାଏ କେଉଁ ଫଳ (Astrologer PragyanTripathy)

ନମସ୍କାର ବନ୍ଧୁଗଣ, ଶୋଇବା ପରେ ତ ମଣିଷର ଚେତା ନଥାଏ । ଏବଂ ଏହି ସମୟଟି ମଣିଷ ପାଇଁ ସବୁଠାରୁ ଶାନ୍ତିର ସମୟ ହୋଇଥାଏ । ଯାହାଫଳରେ ବ୍ୟକ୍ତି ନିଜର ସୁବିଧା ଏବଂ ଶାନ୍ତି ପାଇଁ ନିଜ ଢଙ୍ଗରେ ଶୋଇବା ପସନ୍ଦ କରିଥାଏ । ଆପଣଙ୍କ ଶୋଇବା ଶୈଳୀ ମଧ୍ୟ ଆପଣଙ୍କ ଜୀବନ ଉପରେ କୁପ୍ରଭାବ ପକାଇଥାଏ । ତେଣୁ ଉଚିତ ଦିଗରେ ଏବଂ ଠିକ ଢଙ୍ଗରେ ମଧ୍ୟ ଶୋଇବା ମଣିଷ ପାଇଁ ନିତାନ୍ତ ଆବଶ୍ୟକ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛି ଆପଣଙ୍କ ଶୋଇବା ଶୈଳୀ ଅନୁଯାୟୀ ଆପଣଙ୍କ ଭାଗ୍ୟ ।

ଶୋଇବା ସମୟରେ ଆପଣଙ୍କ ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବକୁ ହେବା ହେବା ନିହାତି ଜାରୁରୀ ହୋଇଥାଏ । ପଶ୍ଚିମ ଏବଂ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଅନୁଚିତ । ଯେଉଁ ବ୍ୟକ୍ତି ସିଧା ଶୋଇଥାନ୍ତି ଏବଂ ତାଙ୍କ ମୁହଁ ଉପରକୁ ଥାଏ ତଥା ଚିତ ହୋଇ ଶୋଇବା ସହ ନିଜର ଗୋଟିଏ ଗୋଡ ଉପରେ ଆଉ ଗୋଟିଏ ଗୋଡ ପକାଇ ଯେଉଁମାନେ ଶୋଇଥାନ୍ତି ସେମାନେ ତାଙ୍କ ଜୀବନରେ ମନ ଇଛା କାର୍ଯ୍ୟ କରିଥାନ୍ତି ।

ସେମାନଙ୍କ ମନରେ ଅହଂକାର ଭରି ହୋଇ ରହିଥାଏ । ସେମାନେ କାହାକୁ ମଧ୍ୟ ଡରି ନଥାନ୍ତି । କାହାକୁ ମଧ୍ୟ ଏମାନେ ଭୟ କରିନଥାନ୍ତି । ସବୁବେଳେ ଅନ୍ୟକୁ ନିଜ ହିସାବରେ ପରିଚାଳିତ କରିବା ପାଇଁ ଚାହିଁଥାନ୍ତି । ସେହିପରି ଯେଉଁ ବ୍ୟକ୍ତି ସିଧା ଶୋଇଥାଏ ବା ଚିତ ହୋଇ ଶୋଇଥାଏ ଏବଂ ଗୋଡ ଉପରେ ଗୋଡ ପକାଇ ନଥାଏ ସେହି ବ୍ୟକ୍ତି ବହୁତ ଶାନ୍ତ ଏବଂ ସରଳ ହୋଇଥାନ୍ତି ।

ଏମାନେ ସର୍ବଦା ଅନ୍ୟର ଆଇନ କାନୁନକୁ ମାନି ଚଳିଥାନ୍ତି । ଯେଉଁ ବ୍ୟକ୍ତି ଗୋଟିଏ କଡକୁ ଶୋଇବା ସହ ଆଣ୍ଠୁ ଭାଙ୍ଗି ଶୋଇଥାଏ ଏବଂ ଆଣ୍ଠୁ ମୁହଁ ପାଖକୁ ଲାଗିଥାଏ ବା ବହୁତ ଜାକି ହୋଇ ଶୋଇଥାନ୍ତି ସେହି ବ୍ୟକ୍ତିଙ୍କ ଜୀବନରେ ଆଗକୁ ବଢିବା ପାଇଁ ସୁଯୋଗ ଆସିନଥାଏ । ଯେତେ ପରିଶ୍ରମ କଲେ ମଧ୍ୟ ସେମାନଙ୍କ ପାଖକୁ କୌଣସି ସୁବିଧା ସୁଯୋଗ ଆସିନଥାଏ ।

ଯେଉଁବ୍ୟକ୍ତି କଡେଇ ହୋଇ ଗୋଡ ସିଧା କରି ଶୋଇଥାନ୍ତି ସେମାନେ ନିଜ ଜୀବନକୁ ବହୁତ ଉପଭୋଗ କରିଥାନ୍ତି । ତାଙ୍କ ପାଖକୁ ଅନେକ ସୁଯୋଗ ମାନ ଆସିଥାଏ । ସେମାନଙ୍କର ଇଛା ଶକ୍ତି ବହୁତ ଅଧିକ ଥାଏ ।  ପ୍ରତ୍ୟକ କାର୍ଯ୍ୟରେ ସେମାନଙ୍କୁ ସଫଳତା ମିଳିଥାଏ ।

ଯେଉଁ ବ୍ୟକ୍ତି ଶୋଇବା ସମୟରେ ତ ଶୋଇଥାଏ ଗୋଟିଏ ସ୍ଥାନରେ କିନ୍ତୁ ନିଦ ହେବା ପରେ ବେଡର ସବୁଆଡେ ଘୁଞ୍ଚି ଶୋଇଥାନ୍ତି ନିର୍ଦ୍ଧିଷ୍ଟ ସ୍ଥାନରେ ଶୋଇନଥାନ୍ତି ସେହିଭଳି ବ୍ୟକ୍ତି ସେମାନଙ୍କୁ କୌଣସି ନକରାତ୍ମକ କଥାର ପ୍ରଭାବ ପଡିନଥାଏ । ସେମାନେ ବହୁତ ଖୋଲା ହୃଦୟରେ ହୋଇଥାନ୍ତି । କୌଣସି ବନ୍ଧନ ଭିତରେ ଏମାନେ ରହିପାରନ୍ତି ନାହିଁ । ଏବଂ କାହାକୁ ମଧ୍ୟ ବନ୍ଧନରେ ରଖିବାକୁ ଚାହାନ୍ତିନି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କାରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *