ଶାମ୍ବଦଶମୀରେ (January 1) କରନ୍ତୁ ଏହି 3 ଟି କାମ, ସବୁ ମନୋସ୍କାମନା ହେବ ପୂର୍ଣ୍ଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୌଷମାସ ଶୁକ୍ଳପକ୍ଷ ଦିନ ଦଶମୀ ତିଥିରେ ଶାମ୍ବଦଶମୀ ଓଷା ପାଳିତ କରାଯାଇଥାଏ । ଏହି ଓଷାକୁ ପ୍ରଭୁ ସୂର୍ଯ୍ୟଦେବଙ୍କର ପର୍ବ ବୋଲି କୁହାଯାଇଥାଏ । ଓଡିଶାର ସମସ୍ତ ଘରେ ହିନ୍ଦୁ ମହିଳା ମାନେ ଶାମ୍ବଦଶମୀ ପାଳିତ କରିଥାନ୍ତି । ଅନେକ ଗୃହିଣୀ ମାନେ ଶାମ୍ବଦଶମୀ ଦିନ ୩ ପ୍ରହରରରେ ପୂଜା କରିଥାନ୍ତି । ଅପର ପକ୍ଷରେ ଆଉ କିଛି ଗୃହିଣୀ କେବଳ ଗୋଟିଏ ପ୍ରହରର ହିଁ ସୂର୍ଯ୍ୟଙ୍କର ପୂଜା କରିଥାନ୍ତି ।

ଘରର ଗୃହିଣୀ ମାନେ ନିଜ ସନ୍ତାନ ତଥା ପରିବାର ଲୋକଙ୍କର ମଙ୍ଗଳ କାମନା କରି ଏହି ଓଷା କରିଥାନ୍ତି । ବିଶେଷ କରି ସନ୍ତାନ ମାନଙ୍କର ଶରୀର ନିରୋଗ ତଥା ସନ୍ତାନ ମାନଙ୍କର ଆରୋଗ୍ୟ କାମନା କରି ହିଁ ମହିଳା ମାନେ ଓଷା କରିଥାନ୍ତି । ମାନ୍ୟତା ଅଛି ଏହି ଓଷା କରିବା ଦ୍ଵାରା ଖାସ୍ କରି କୌଣସି ପ୍ରକାର ଚର୍ମ ରୋଗ ହୋଇନଥାଏ ।

ଏହା ସହିତ ସନ୍ତାନ ମାନଙ୍କ ପସନ୍ଦର ଖାଦ୍ୟ ମଧ୍ୟ ସେହି ଓଷାରେ ବାଢିଥାନ୍ତି । ଯେଉଁ ମାନେ ସୂର୍ଯ୍ୟଙ୍କର ୩ ପ୍ରହରରେ ପୂଜା କରିଥାନ୍ତି । ସେମାନେ ସକାଳେ ପୂଜା କରୁଥିବା ଜାଗାକୁ ପାଣି ସାହାଜ୍ଯରେ ଧୁଆ ଓ ଲିପାଲିପି କାର୍ଯ୍ୟ କରିଦେଇଥାନ୍ତି । ତାପରେ ସେଠାରେ ଝୋଟି ଚିଟା ପକାଇ ପୂଜା ସ୍ଥାନଟିକୁ ପ୍ରସ୍ତୁତ କରିଥାନ୍ତି । ତାପରେ ଏକ କଳସ ଉପରେ ନଡିଆ ଥାପନା କରି କଳସ ସ୍ଥାପନା କରାଯାଇଥାଏ ।

ତାପରେ ଫଳ ମୂଳ ଆଦି ଲଗାଇ ପୂଜା କରିଥାନ୍ତି । ତାପରେ ସେହିପରି ଅନ୍ୟ ଏକ ଜାଗାରେ ପୁଣି ଥରେ ଝୋଟି ଚିତା ପକାଇ ପିଠାପଣା ଆଦି ଲଗାଇ ବିଧିବିଧାନ ସହ ପୂଜା କରିଥାନ୍ତି । ମଧ୍ୟାହ୍ନ ସମୟରେ କରାଯାଉଥିବା ପୂଜାକୁ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କର ମୁଖ୍ୟ ପୂଜା ଭାବେ କରାଯାଇଥାଏ । ସେହିପରି ଭାବରେ ସୂର୍ଯ୍ୟ ଅସ୍ତ ହେବା ସମୟରେ ମଧ୍ୟ ତାଙ୍କର ପୂଜା କରାଯାଇଥାଏ ।

ତେବେ ଏହି ୩ ପ୍ରହରରେ ପ୍ରଭୁ ସୂର୍ଯ୍ୟଙ୍କର ଅତି ନିଷ୍ଟା ସହକାରେ ପୂଜା କରିବା ଦ୍ଵାରା ପୂଜାଟି ସଫଳ ହୋଇଥାଏ । ତେବେ ଏହି ପୂଜାରେ କରାଯାଉଥିବା ୩ ଟି ବିଶେଷ କାର୍ଯ୍ୟ ହେଉଛି । ପ୍ରଥମେ ଶାମ୍ବଦଶମୀ ପୂଜାରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ହିଁ ନିଜର ନିତ୍ୟାଦି କାର୍ଯ୍ୟ ସାରିଦେବ।

ତାପରେ ସୂର୍ଯ୍ୟ ଉଦୟ ହେବାର ଠିକ ସମୟରେ ହିଁ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ପାଣିରେ ଅରୁଆ ଚାଉଳ ଓ ନାଲି ମନ୍ଦାର ଫୁଲ ପକାଇ ଜଳ ଅର୍ପଣ କରିବେ।  ଦିତୀୟରେ ସୂର୍ଯ୍ୟ ପୂଜା ପାଇଁ ଯଦି ସମ୍ଭବ ତେବେ ସୋରିଷ ଫୁଲର ନିହାତି ବ୍ୟବହାର କରିବେ ।

ତୃତୀୟରେ ସୂର୍ଯ୍ୟଙ୍କର ଅସ୍ତ ସମୟରେ ପୂଜା କରିବା ବେଳେ ବୁଢାଚକୁଳୀ ନିହାତି ଭାବରେ ପ୍ରସ୍ତୁତ କରି ପୂଜା କରିପାରିବେ । ତେବେ ଏହିପରି ଭାବରେ ସୂର୍ଯ୍ୟ ପୂଜା କରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *