Garuda Purana- ବିଷ ଖାଇ ଆତ୍ମହ-ତ୍ୟାଆ କଲେ, ମିଳିଥାଏ କେଉଁ ଜନ୍ମ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ମନୁଷ୍ୟ ଇଶ୍ଵରଙ୍କର ସନ୍ତାନ ହୋଇଥାନ୍ତି । ତେଣୁ ଇଶ୍ଵର ସବୁ ମନୁଷ୍ୟଙ୍କୁ ସମାନ ଦୃଷ୍ଟିରେ ରଖିଥାନ୍ତି। ଯେଉଁ ବ୍ୟକ୍ତି ଏହି ଜନ୍ମରେ ସୁଖ କିମ୍ବା ଦୁଃଖ ଯାହା ବି ଭୋଗ କରିଥାଏ । ତାହା ସବୁ ତା’ ର କର୍ମର ଫଳ ଅନୁସାରେ ହିଁ ସେ ଭୋଗ କରିଥାଏ । ଏହା ସହିତ ଏହି ଧରା ପୃଷ୍ଠରେ ଯେଉଁ ବ୍ୟକ୍ତି ଯାହା ଜନ୍ମ ଗ୍ରହଣ କରିଥାଏ । ତାହା ମଧ୍ୟ ସେ ନିଜ ନିଜର କର୍ମ ଅନୁସାରେ ହିଁ ପ୍ରାପ୍ତ କରିଥାଏ ।

ତେବେ କେଉଁ କର୍ମ କଲେ କେଉଁ ଜନ୍ମ ମିଳିଥାଏ । ସେହି ବିଷୟରେ ଆଲୋଚନା କରିବା । ବହୁତ ସନ୍ତାନ ମା’ ଗର୍ଭରେ ହିଁ ମୃତ୍ୟୁବରଣ କରିଥାଏ । ଲୋକମାନେ କହିଥାନ୍ତି ପିଲାଟି ଦୁନିଆ ଦେଖିବା ପୂର୍ବରୁ ହିଁ ଦୁନିଆ ଛାଡି ଚାଲିଗଲା । ତେଣୁ ସେହି ପିଲା ତା’ ର ପୂର୍ବ ଜନ୍ମରେ ଏପରି କିଛି ପାପ କରିଥିଲା। ଯେଉଁ କାରଣରୁ ଏହି ସୁନ୍ଦର ଦୁନିଆ ଦେଖିବା ଆଗରୁ ସେ ଆଖି ବୁଝିଦେଲା । ଯେଉଁ ପିଲା ମା’ ଗର୍ଭରେ ହିଁ ମୃ-ତ୍ୟୁ କରିଥାଏ ।

ସେହି ପିଲା ପୂର୍ବ ଜନ୍ମରେ ନିଜର ଘର ପରିବାର ସଦସ୍ୟଙ୍କର ଭଲ ପାଇବାକୁ ଅବମାନନା କରିଥାଏ ବା ନିଜ ଘର ସଦସ୍ୟଙ୍କୁ ଖାତିର କରିନଥାଏ । ଯେଉଁ ମହିଳା ନିଜ ସ୍ଵାମୀର କଥାକୁ ଖାତିର କରିନଥାଏ । ସ୍ଵାମୀଙ୍କୁ ସମ୍ମାନ ଦେଇନଥାଏ । ସେହି ମହିଳା ମାନେ ଆର ଜନ୍ମରେ ମୁଣ୍ଡରେ ଉଙ୍କୁଣୀ ହୋଇ ଜନ୍ମଲାଭ କରିଥାନ୍ତି । ଏହା ସହିତ ଅନ୍ୟର ନଖ ସାହାଜ୍ଯରେ ତାଙ୍କର ମୃତ୍ୟୁ ହୋଇଥାଏ ।

ଯେଉଁ ମହିଳା ମହିଳା ମାନେ ନିଜର ସ୍ଵାମୀକୁ ଛାଡି ଅନ୍ୟ ପୁରୁଷ ସହିତ ଖରାପ ସମ୍ପର୍କ ରଖିଥାନ୍ତି । ସେମାନେ ଆର ଜନ୍ମରେ ଝିଟିପିଟି, ବାଦୁଡି, ଓ ଦୋମୁଣ୍ଡିଆ ସାପ ହୋଇ ଜନ୍ମ ହୋଇଥାନ୍ତି । ଯେଉଁ ବ୍ୟକ୍ତି ଧରା ପୃଷ୍ଠରେ ଥିବା ସମୟରେ ବହୁତ ସାରା ପାପ କାର୍ଯ୍ୟରେ ଲିପ୍ତ ରହିଥାଏ । ସେମାନେ ଯେତେ ଅର୍ଜନ କରିଲେ ମଧ୍ୟ ତାକୁ ଭୋଗ କରିପାରିନଥାନ୍ତି ।

ସବୁବେଳେ ରୋଗଗ୍ରସ୍ତ ରହିଥିବାରୁ ନିଜ ଜୀବନରେ ଶାନ୍ତିରେ ମଧ୍ୟ ରହିପାରିନଥାନ୍ତି । ସେହି ବ୍ୟକ୍ତି ମାନେ ମରିବା ପରେ ଛୋଟ ଛୋଟ ଗଛ ବା ତୃଣ ହୋଇ ଜନ୍ମ ଲାଭ କରିଥାନ୍ତି । ଏହା ପରେ ୪ ଥର ପଶୁ, ୭ ଥର ପକ୍ଷୀ ଜନ୍ମ ଲାଭ କରିଥାନ୍ତି । ପଶୁ ଓ ପକ୍ଷୀ ହୋଇ ଖରା, ବର୍ଷା ଓ ଶୀତ କାକରରେ ବାହାରେ ପଡି ରହିଥାନ୍ତି । ଖାଇବା, ପିଇବାକୁ ବହୁତ ଅସୁବିଧା ଭୋଗ କରିଥାନ୍ତି ।

ସେଥିପାଇଁ କୁହାଯାଇଛି ଯେ ମନୁଷ୍ୟ ଜନ୍ମ ସବୁଠାରୁ ଦୁର୍ଲଭ ଜନ୍ମ ହୋଇଥାଏ । ଯେଉଁ ମାନେ ମନୁଷ୍ୟ ଜନ୍ମ ପାଇ ମଧ୍ୟ କୌଣସି କାରଣ ବଶତଃ ନିଜର ଆତ୍ମ ହତୟଆ କରିଦେଇଥାନ୍ତି । ସେମାନେ ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳ ୩ ପୁରରେ କେଉଁ ଠାରେ ମଧ୍ୟ ସ୍ଥାନ ପାଇପାରିନଥାନ୍ତି । ତାପରେ ଯଦି ସେହି ମନୁଷ୍ୟର କିଛି ଭଲ କର୍ମ ବଳରେ ତାକୁ ମନୁଷ୍ୟ ଜନ୍ମ ମିଳିଯାଇଥାଏ ।

ତେବେ ସେ ଜୀବନ ସାରା ରୋଗଗ୍ରସ୍ତ ହୋଇ ରହିଥାଏ । ତେବେ କୌଣସି ପରିସ୍ଥିତିରେ ମଧ୍ୟ ଆତ୍ମହତୟଆ କରିବା କେବେବି ଉଚିତ ହୋଇନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *