Ajira Upadesha- ଘରେ ବାସ୍ତୁ ଦୋଷ ଅଛି କି ? କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ମନୁଷ୍ୟ ରହିବା ପାଇଁ ବାସଗୃହର ଆବଶ୍ୟକତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତି ନିଜ ଘର ତିଆରି କରିବା ସମୟରେ ଘରର ବାସ୍ତୁ ଅନୁସାରେ ହିଁ ଘର ତିଆରି କରିଥାନ୍ତି । ଯଦି ଘରେ କୌଣସି ପ୍ରକାର ବାସ୍ତୁ ଦୋଷ ରହୁଥାଏ । ତେବେ ଘରେ ସବୁବେଳେ କିଛି ନା କିଛି ଅଭାବ ଅସୁବିଧା ଲାଗି ରହୁଥିବ । ତେଣୁ ଘର ଆଖ ପାଖରେ ଏପରି କିଛି ସଂକେତ ଯଦି ଆପଣ ପାଉଛନ୍ତି ।

ତେବେ ଜାଣି ରଖନ୍ତୁ ନିହାତି ଭାବରେ ଘରେ କିଛି ବାସ୍ତୁ ସମସ୍ଯା ରହୁଅଛି । ନଚେତ ଘରକୁ କିଛି ବିପଦ ଆସୁଅଛି । ଯଦି ଘର ଆଖ ପାଖରେ କୌଣସି ଜାଗାରୁ ନିଆଁ କାର୍ଯ୍ୟ ତଥା କିଛି ନିଆଁ ପୋଡି ହୋଇ ବାୟୁ ପ୍ରଦୂଷଣ ହେଉଛି । ତେବେ ଏହା ଘର ପାଇଁ ଶୁଭ ହୋଇନଥାଏ । ଘରର ଏପଟେ ସେପଟେ ନାଳ, ନର୍ଦ୍ଧମା ରହିଥିବ । ଅଳିଆ ଆବର୍ଜନା ଜମିକି ସେଠାରୁ ଦୁର୍ଗନ୍ଧ ଆସୁଥିବ ।

ତେବେ ଏହା ଘର ପାଇଁ ଜମାରୁ ଭଲ କଥା ହୋଇନଥାଏ । ଏହା ସବୁ ଥିବା ଜାଗାରେ ନକରାତ୍ମକ ଶକ୍ତିର ଊର୍ଜା ସେଠାରେ ଥିବା ଘର ଉପରେ ହିଁ ପ୍ରଭାବ ପକାଇଥାଏ । ଘର ପାଖରେ ବାଉଁଶ ଗଛ ପାଖରେ ନିମ୍ବ ଓ ଓସ୍ତ ଗଛ ରହିଥିବ । ତେବେ ସେଠାରେ ଖରାପ ଶକ୍ତିଙ୍କର ବାସ ହୋଇଥାଏ । ତେବେ ସେହି ସବୁ ଗଛର ଛାଇ ଯଦି ଘର ଉପରେ ପଡିଥାଏ । ତେବେ ଘରର ବହୁତ କ୍ଷତି ହୋଇଥାଏ ।

ଘରେ ବହୁତ ପ୍ରକାର ସମସ୍ଯାମାନ ଆସିଥାଏ । ଘର ଉପରେ ଯଦି କାଉ ସବୁବେଳେ ବାସ କରିଥାଏ । ଖାସ୍ କରି ରାତ୍ର ସମୟରେ ଯଦି କାଉ ଆସି ଘରର ଛାତ ଉପରେ ବସି ରାବ ଛାଡିଥାଏ । ତେବେ ଏହା ଜମାରୁ ଶୁଭ ହୋଇନଥାଏ । ଏହା ଘର ଉପରକୁ ଆସୁଥିବା କିଛି ଆଗାମୀ ବିପଦର ସୂଚନା ଦେଇଥାଏ ।

ଘରର ବରିଷ୍ଟ ସଦସ୍ୟ ଯଦି ରାତି ସମୟରେ କୌଣସି ଭୁତ ପ୍ରେତ ସ୍ଵପ୍ନ ଦେଖନ୍ତି । ତେବେ ତାହା ଅଶୁଭ ହୋଇଥାଏ । ଯଦି ଘର ମୁଖ୍ୟ ଦ୍ଵାର ପାଖରେ ଶଣ୍ଢ ଆସି ବିକଟାଳ ରାବ ରଡୁଥିବେ । ତେବେ ଏହା ଘର ପାଇଁ ଶୁଭତାର ପ୍ରତୀକ ହୋଇନଥାଏ । ଯଦି ଘର ପାଖରେ ରାତି ୧୨ ଟା ପରେ କୁକୁର ମାନେ ଭୟଙ୍କର ଭାବରେ ଭୋକିଥାନ୍ତି ।

ତେବେ ପାଖା ପାଖି ଘର ପାଇଁ କିଛି ଖରାପ ସଂକେତ ଦେଇଥାଏ । ତେବେ ଏହି ସଂକେତ ଘର ପାଖରେ ଦେଖିଲେ । କୌଣସି ପଣ୍ଡିତଙ୍କର ପରାମର୍ଶରେ ନିଜ ଘରର ବାସ୍ତୁ ଦୋଷକୁ ଠିକ କରିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *