ଗରିବ କିପରି ଧନୀ ହୁଏ ?ଆପଣଙ୍କ ଭାଗ୍ୟ ବଦଳେଇଦେବ ଏହି କାହାଣୀ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୃଥିବୀରେ ଯେତେ ମନୁଷ୍ୟ ଜନ୍ମ ଗ୍ରହଣ କରିଥାନ୍ତି । ସେମାନଙ୍କର ଆର୍ଥିକ ସ୍ଥିତି ସମାନ ହୋଇନଥାଏ । ସେଥିମଧ୍ୟରୁ କିଏ ଧନୀ ହୋଇଥିବା ବେଳେ କିଏ ଗରିବ ହୋଇ ଜନ୍ମ ଲାଭ କରିଥାଏ । ଧନୀ ବ୍ୟକ୍ତି ସବୁବେଳେ ଅଧିକରୁ ଅଧିକ ଧନ କମାଇ ଆହୁରି ଧନ କମାଇବାକୁ ଚେଷ୍ଟା କରିଥାଏ । ଅପର ପକ୍ଷରେ ଗରିବ ଲୋକମାନେ ସର୍ବଦା ନିରାଶ୍ରୟ ହୋଇଥାନ୍ତି ।

ସେମାନେ କିଛି ନା କିଛି କାମ କରି ନିଜର ଘର ପୋଷିବା ସହିତ ଭଗବାନଙ୍କର ଉପରେ ଆସ୍ଥା ଓ ଭରଷା ରଖିଥାନ୍ତି । ଯେପରି ସେ ଆଗାମୀ ସମୟରେ ଏହି ଦରିଦ୍ରତାରୁ ବାହାରି ସୁଖ ସମୃଦ୍ଧି ଜୀବନରେ ପାଇପାରିବେ । ଜଣେ ପିଲାଟି ପାଠ ପଢିଥିବା ସତ୍ବେ ମଧ୍ୟ ଚାକିରି ପାଇପାରୁନଥିଲା । ତେଣୁ ସେ ଏକ ବାବାଜୀ ସହିତ ଦେଖା କରିବାକୁ ଯାଇ ସେଠାରେ ବାବାଙ୍କୁ ପଚାରିଲା ।

ମୁଁ ଏତେ ପଢି ମଧ୍ୟ ଚାକିରି ଖଣ୍ଡେ ପାଇପାରୁନାହିଁ । ସେଠାରେ ବାବା ଜଣଙ୍କ ପିଲାଟିକୁ କହିଲେ ତୁମେ ଯଦି ନିଜ ଜୀବନରେ ରୋଜଗାର କରି ସଫଳତା ପାଇବା ପାଇଁ ଚାହୁଁଛ । ତେବେ ତୁମ ପାଖରେ ଏହି ୬ ଟି ଗୁଣ ରହିବା ନିହାତି ଉଚିତ । ପିଲା ଜଣଙ୍କ ବାବାଙ୍କୁ ସେହି ୬ଟି ଗୁଣ ବିଷୟରେ ପଚାରିଲା । ବାବା ଜଣଙ୍କ ଉତ୍ତରରେ କହିଲେ ଉଦ୍ୟମ, ସାହସ, ଧର୍ଯ୍ୟ, ବୁଦ୍ଧି, ଶକ୍ତି ଓ ପରାକ୍ରମ ।

ତେଣୁ ଏହି ୬ ଟି ଗୁଣ ସମ୍ବଦ୍ଧିତ କଥା କହିବାର ତାତ୍ପର୍ଜ୍ୟ ହେଉଛି । ଯେଉଁ ବ୍ୟକ୍ତି ପାଖରେ ଏହି ସବୁ ବୈଶିଷ୍ଠ ରହୁଛି । ତେବେ ସେହି ବ୍ୟକ୍ତି ଜୀବନରେ ବହୁତ ଶୀଘ୍ର ସଫଳତା ଅର୍ଜନ କରିପାରିଥାଏ । ଏହାର ଅପର ପକ୍ଷରେ ଯେଉଁ ବ୍ୟକ୍ତି ପାଖରେ ଧନ, ଜ୍ଞାନ ଥିବା ସତ୍ବେ ମଧ୍ୟ ଏହି ୬ ଟି ଗୁଣ ରହିନଥାଏ ।

ତେବେ ସେହି ବ୍ୟକ୍ତି ଜୀବନରେ ସବୁବେଳେ ପଛୁଆ ରହିଜାଇଥାଏ କିମ୍ବା ସଫଳ ବ୍ୟକ୍ତିତ୍ବ ହେବାରେ ବହୁତ ବିଳମ୍ବ ଲାଗିଥାଏ । ଜୀବନରେ ସଫଳ ହେବାକୁ ଚାହୁଁଥିଲେ । ପ୍ରଥମେ ସବୁ କାର୍ଯ୍ୟକୁ ଉଦ୍ୟମ କରିବାକୁ ପଡିବ । କାରଣ ବିନା ଉଦ୍ୟମରେ ତୁମେ କେଉଁ କାର୍ଯ୍ୟ କରିପାରିବ ତାହା ଜାଣିପାରିବ ନାହିଁ ।

କାର୍ଯ୍ୟ କରିବାକୁ ସାହସର ସହିତ ଉଦ୍ୟମ କରିବାକୁ ପଡିବ । କାରଣ ପ୍ରତ୍ଯେକଟି ବ୍ୟକ୍ତି ପାଖରେ ସାହସ ରହିବା ନିହାତି ଉଚିତ । ସବୁ କାର୍ଯ୍ୟକୁ ଧର୍ଯ୍ୟ ସହକାରେ କରିବା ଉଚିତ । କାରଣ ପ୍ରଥମରୁ କୌଣସି କାର୍ଯ୍ୟରେ ସଫଳ ମିଳିଯିବ ତାହା ଏତେ ସହଜ ନୁହେଁ । ଏହା ସହିତ ନିଜ କାର୍ଯ୍ୟକୁ ବୁଦ୍ଧି ଖଟାଇ କରିବା ସହ ନିଜ ପାଖରେ ଶାରୀରିକ ଶକ୍ତି ଥିବା ମଧ୍ୟ ଆବଶ୍ୟକ ।

ସର୍ବଶେଷରେ ନିଜ ପାଖରେ ଏହି ସବୁ ଗୁଣ ରଖି କାର୍ଯ୍ୟ  କରି ନିଜର ପରାକ୍ରମ ବଳରେ ସଫଳତା ହାସଲ କରିବାକୁ ପଡିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *