ସୁଦଶା ବ୍ରତ ଗୁରୁବାରରେ ଭୁଲରେ ବି କରନ୍ତୁ ନାହିଁ ଏହି 5 ଟି ଖରାପ କାମ, ପୁରା ପରିବାର ହେଇଯାଏ ବର୍ବାଦ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶୁକ୍ଳ ପକ୍ଷ ଦଶମୀ ତିଥି ଗୁରିବାର ଦିନ ସୁଦଶା ବ୍ରତ ପଡିଥାଏ । ଅନ୍ୟ ସବୁ ଗୁରୁବାର ଅପେକ୍ଷା ଏହି ସୁଦଶା ଗୁରୁବାରଟି ମା ଲକ୍ଷ୍ମୀଙ୍କର ବହୁତ ହିଁ ପ୍ରିୟ ହୋଇଥାଏ । ଏହି ଦିନ ଘରର ଗୃହିଣୀ ମାନେ ମା ଲକ୍ଷ୍ମୀଙ୍କର ମନ ଜାଣି ବିଧିବିଧାନ ସହ କାର୍ଯ୍ୟ କରିବା ଦ୍ଵାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଏହି ଦିନ ଜାଣତରେ ବା ଅଜାଣତେ ଘରର ମହିଳା କିମ୍ବା ଅନ୍ୟ ଲୋକ ମାନେ କିଛି ଭୁଲ୍ କାର୍ଯ୍ୟ କରିଦେଇଥାନ୍ତି ।

ଯାହା ଦ୍ଵାରା ସେହି ଲୋକମାନଙ୍କୁ ମା ଲକ୍ଷ୍ମୀଙ୍କର କୋପର ଶିକାର ହେବା ପାଇଁ ପଡିଥାଏ । ଗୁରୁବାର ଦିନ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହୁଥିବା ବ୍ୟକ୍ତି ମାନଙ୍କୁ ମା ଲକ୍ଷ୍ମୀ ପସନ୍ଦ କରିନଥାନ୍ତି । ତେଣୁ ଏହି ଦିନ ମହିଳା ମାନେ ପ୍ରାତଃ ସକାଳୁ ଶେଯ ତ୍ୟାଗ କରି ଘରକୁ ଲିପା ପୋଛା କରି ଘରକୁ ପରିଷ୍କାର କରି ହଳଦୀ ପାଣିରେ ନିଜେ ସ୍ନାନ କରିନେବା ଉଚିତ ।

ଘରେ ବାସି ଶଯ୍ୟା ପକାଇ ଘରର ଠାକୁରଙ୍କୁ ପୂଜା କରିବା ଅନୁଚିତ । ପ୍ରଥମେ ସୁଦଶା ବ୍ରତ ଦିନ ଘରେ ଥିବା ମା ବୃନ୍ଦାବତୀଙ୍କର ପୂଜା କରିସାରିବା ପରେ ମା ଲକ୍ଷ୍ମୀଙ୍କର ପୂଜା ଅର୍ଚନା କରନ୍ତୁ । ସୁଦଶା ବ୍ରତ ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ ହୋଇଥିବାରୁ ବୃହସ୍ପତିଙ୍କର ପ୍ରିୟ ରଙ୍ଗର ହଳଦିଆ ବସ୍ତ୍ର ଧାରଣ କରିବା ଉଚିତ । ଏହା ସହିତ ଭଗବାନ ନାରାୟଣଙ୍କର ମଧ୍ୟ ହଳଦିଆ ରଙ୍ଗ ପ୍ରିୟ ହୋଇଥାଏ ।

ତେଣୁ ଭଗବାନ ନାରାୟଣ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହି ସୁଦଶା ବ୍ରତ ଦିନ ବୃହସ୍ପତିଙ୍କର ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହା ଦ୍ଵାରା ନିଶ୍ଚୟ ଶୁଭଫଳ ପ୍ରାପ୍ତ ହୋଇବ । ମା ଲକ୍ଷ୍ମୀଙ୍କର ସୁଦଶା ବ୍ରତ ଅତି ପ୍ରିୟ ଓଷା ହୋଇଥିବାରୁ ମା ଲକ୍ଷ୍ମୀଙ୍କର ନିକଟରେ ଏକ ନାଲି ରଙ୍ଗର କପଡା ଉପରେ ଶ୍ଵେତ ଧାନ ବିଛାଇ ମା’ ଙ୍କର ପୂଜା କରନ୍ତୁ ।

ଏହା ସହିତ ମା’ ଙ୍କୁ ବିଭିନ୍ନ ପ୍ରକାର ୧୦ ଟି ପୁଷ୍ପ ଅର୍ପଣ କରନ୍ତୁ । ଗୁରୁବାର ଦିନ ଘରେ ଆମିଷ ଭୋଜନ ରାନ୍ଧନ୍ତୁ ନାହିଁ । ଏହା ସହିତ ଉଷୁନା କିମ୍ବା ପିଆଜ ରଶୁଣ ମଧ୍ୟ ସୁଦଶା ବ୍ରତ ଦିନ ଖାଇବାକୁ ବାରଣ ଥାଏ । ଦଶମୀ ତିଥି ବୁଧବାର ଦିନ ଠାରୁ ଆରମ୍ଭ ହେଉଥିବାରୁ ବୁଧବାର ଦିନ ଠାରୁ ଆମିଷ ଭୋଜନ ଖାଆନ୍ତୁ ନାହିଁ ।

ସୁଦଶା ବ୍ରତ ଦିନ କାହାକୁ ମଧ୍ୟ ଭିକ୍ଷା ଦେବା ଉଚିତ ନୁହେଁ । ଏହା ସହିତ ସେହି ଦିନ କାହାକୁ ମଧ୍ୟ ଟଙ୍କା ପଇସା ଧାର ଦେବା ଅନୁଚିତ । ସୁଦଶା ବ୍ରତ ଦିନ ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି । ଏହି ଦିନ ସନ୍ଧ୍ୟା ସମୟରେ କେଶ କୁଣ୍ଡାଇବା ଓ ଶୋଇବା ମଧ୍ୟ ଅନୁଚିତ । ଘରେ ଏହି ଦିନ କଳହ କରନ୍ତୁ ନାହିଁ । ଏହି ସବୁ ନିୟମର ପାଳନ ଦ୍ଵାରା ଆପଣଙ୍କର ମଙ୍ଗଳ ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *