ଆସନ୍ତା ସୁଦଶା ବ୍ରତରେ କରନ୍ତୁ ଏହି 5 ଟି ଉପାୟ, ମିଳିଥାଏ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ, ଧନ ଦୌଲତରେ ପୁରିଯାଏ ଭଣ୍ଡାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୧୨ ମାସରେ ୧୩ ପର୍ବ ଆମ ଓଡିଶାରେ ପାଳନ କରାଯାଇଥାଏ । ସେହି ସମସ୍ତ ଓଷା ମାନଙ୍କ ମଧ୍ୟରୁ ସୁଦଶା ବ୍ରତ ଅନ୍ୟତମ ହୋଇଥାଏ । ଏହି ଓଷା ମା ଅର୍ଣ୍ଣପୂର୍ଣ୍ଣାଙ୍କ ଉଦ୍ଧେଶ୍ୟରେ ପାଳନ କରାଯାଇଥାଏ । ଶୁକ୍ଳ ପକ୍ଷର ଦଶମୀ ତିଥି ଯେଉଁ ଗୁରୁବାର ଦିନ ପଡିଥାଏ । ସେହି ଦିନ ସୁଦଶା ବ୍ରତ ପାଳନ କରାଯାଇଥାଏ । ଘରର ଗୃହିଣୀ ମାନେ ମା ଲକ୍ଷ୍ମୀଙ୍କର ନାମରେ ଏହି ପୂଜା କରି ମା’ ଙ୍କର ୧୦ ଟି ନାମରେ ବ୍ରତରେ ୧୦ ଟି ଗଣ୍ଠି ପକାଇ ଏହି ବ୍ରତକୁ ନିଜ ହାତରେ ଡାହାଣ ହାତରେ ପରିଧାନ କରିଥାନ୍ତି ।

ଆଜି ଆପଣ ଆନେ ଜାଣିବାକୁ ପାଇବେ, ଏହି ସୁଦଶା ବ୍ରତରେ କିଛି ଉପାୟମାନ କରିବା ଦ୍ଵାରା ମା ଲକ୍ଷ୍ମୀ ସଦା ସର୍ବଦା ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି । କଥାରେ ଅଛି ସୁଦଶା ବ୍ରତରେ ମା ଲକ୍ଷ୍ମୀ ସମସ୍ତଙ୍କ ଘର ଘର ବୁଲିଥାନ୍ତି । ଯେଉଁ ଘର ମା ଲକ୍ଷ୍ମୀଙ୍କୁ ଭଲ ଲାଗିଥାଏ । ମା ଅର୍ଣ୍ଣପୂର୍ଣ୍ଣା ସେହି ଘରେ ବିରାଜମାନ ହୋଇଥାନ୍ତି ।

ତେଣୁ ସେହି ଦିନ ପ୍ରାତଃ ଭୋରରୁ ଉଠି ଘରକୁ ପରିଷ୍କାର କରିବା ସହ ଓ ଘରକୁ ଲିପି ଚାଉଳକୁ ବାଟି ଘରେ ଚିତା ଆଙ୍କିବା ଉଚିତ । ଏହି ଦିନ ଘରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟ ତଥା ଘରେ କାହା ସହିତ କଳହ କରିବା ଅନୁଚିତ । ଏହି ଦିନ ଘରର ପିଲାଙ୍କୁ ମାରିବା ମଧ୍ୟ ଅନୁଚିତ । ସୁଦଶା ବ୍ରତ ଦିନ ମା ଲକ୍ଷ୍ମୀଙ୍କ ପାଖରେ ୩ ଥର ଭୋଗ ଲଗାଯାଇଥାଏ ।

ଏହି ଭୋଗକୁ ନିଜ ଘର ଲୋକଙ୍କ ଛଡା ବାହାର ଲୋକଙ୍କୁ ଦିଆଯାଇନଥାଏ । ଏହି ଦିନ ବିଳମ୍ବରେ ଉଠୁଥିବା ମହିଳାଙ୍କ ଉପରେ ମା କ୍ରୋଧ ପ୍ରକାଶ କରିଥାନ୍ତି । ସେଥିପାଇଁ ଏହି ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ହଳଦୀ ପାଣିରେ ସ୍ନାନ କରି ଧଳା ଓ ନାଲି କିମ୍ବା ହଳଦୀ ମିଶ୍ରୀତ ଶୁକ୍ଳ ଲୁଗା ପରିଧାନ କରିବା ଉଚିତ ।

ଏହା ସହିତ ମଥାରେ ସିନ୍ଦୁର ଓ ପାଦରେ ଅଳତା ମଧ୍ୟ ଲଗାନ୍ତୁ । ସୁଦଶା ବ୍ରତ ଦିନ ମା ଲକ୍ଷ୍ମୀଙ୍କର ପୂଜା ବ୍ରହ୍ମ ମୂହୁର୍ତ୍ତରୁ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ଵାରରେ ଓ ମା ବୃନ୍ଦାବତୀଙ୍କ ପାଖରେ ଦୀପ ପ୍ରଜ୍ଵଳନ କରିବା ଉଚିତ । ସୁଦଶା ବ୍ରତ ଦିନ ୭ ଟି କଉଡି ନେଇ ତାକୁ ହଳଦୀ ପାଣିରେ ଧୋଇ ପୂଜା କରିବା ସହିତ ତାକୁ ନାଲି କପଡାରେ ବାନ୍ଧନ୍ତୁ ।

ମା ଲକ୍ଷ୍ମୀଙ୍କ ପାଖରେ ଥୋଇ ପୂଜା କରି ଘର ଟଙ୍କା ରଖୁଥିବା ସ୍ଥାନରେ ରଖୀ ଦିଅନ୍ତୁ । ସୁଦଶା ବ୍ରତ ଦିନ ଏହି ସବୁ ନିୟମ ମାନି ପୂଜା କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଠ ରହିଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *