ସୁଦଶା ବ୍ରତ କିପରି ମାରା ହୁଏ ? ବ୍ରତ ମାରା ହେଲେ କ’ ଣ କରିବେ ? ହଜିଗଲେ କଣ କରିବେ ? ପୁରୁଣା ବ୍ରତ କଣ କରିବେ ? ଜାଣନ୍ତୁ ସମସ୍ତ ନିୟମ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିବାହିତ ମହିଳା ମାନେ ହାତରେ ବ୍ରତ ପିନ୍ଧିବା ବିଧି ରହିଥାଏ । ମା ଲକ୍ଷ୍ମୀଙ୍କ ପାଖରୁ ପୂଜା ବ୍ରତ କରି ଯେଉଁ ବ୍ରତ ପିନ୍ଧା ଯାଇଥାଏ । ତାହାକୁ ଆମେ ସୁଦଶା ବ୍ରତ କହିଥାଉ । ସୁଦଶା ବ୍ରତକୁ ସବୁବେଳେ ହାତରେ ପରିଧାନ କରିବା ଉଚିତ । ଆଜି ଆପଣ ମାନେ ସୁଦଶା ବ୍ରତ କେତେବେଳେ ମାରା ହୋଇଥାଏ । ସେହି ବିଷୟରେ ସବିଶେଷ ତଥ୍ୟ ଆମ ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇବେ । ଯେତେବେଳେ ଜଣେ ସୁଦଶା ବ୍ରତ ପିନ୍ଧିଥିବା ମହିଳା କୌଣସି ମୃତ ବ୍ୟକ୍ତିକୁ ଛୁଇଁ ଦେଇଥାଏ ।

ସେତେବେଳେ ତା’ ର ବ୍ରତ ମାରା ହୋଇଥାଏ । ତେଣୁ ସେ ବ୍ରତକୁ ନପିନ୍ଧି ଜଳରେ ପକାଇ ଦେବା ଉଚିତ । ଏହା ସହିତ ଯଦି କୌଣସି ମହିଳା ମୃତ ବ୍ୟକ୍ତିକୁ ଛୁଇଁ ଥାଏ । ଯଦି ସେହି ମହିଳାକୁ ଅନ୍ୟ କୌଣସି ମହିଳା ଛୁଇଁବେ । ତେବେ ସେ ବ୍ରତ ମାରା ହୋଇନଥାଏ । ସେ ବ୍ରତକୁ କ୍ଷୀରରେ ଧୋଇ ହଳଦୀ ଲଗାଇ ପିନ୍ଧିପାରିବେ । ଯଦି କୁଟୁମ୍ବରେ ଅଣଶୁଧିଆ ଚାଲିଥାଏ ।

ଯେଉଁ ମହିଳା ମାନେ ଅଣଶୁଧିଆ ପାଳନ କରିଥାନ୍ତି । ସେହି ମହିଳା ମାନଙ୍କର ବ୍ରତ ମାରା ହୋଇଯାଇଥାଏ । ସେମାନେ ଅଣଶୁଧିଆର ୧୦ କିମ୍ବା ୧୧ ଦିନ ନଖ କାଟିବା ସମୟରେ ହାତରେ ବ୍ରତ ରଖୀ ନଖ କାଟି ଶୁଦ୍ଧି ହେବା ଉଚିତ ନୁହେଁ । ତା’ ପୂର୍ବରୁ ମହିଳା ମାନେ ହାତରୁ ବ୍ରତ ଖୋଲି ଦେଇ ସଫା କରିଦେଇଥାନ୍ତି । ୧୧ ଦିନ ଘିଅ ମହୁ ପାଇବା ସମୟରେ ସେହି ବ୍ରତକୁ କ୍ଷୀରରେ ଧୋଇ ତାହାକୁ ପଚିଷ୍ଟା କରି ହାତରେ ପ୍ରଥମେ ପିନ୍ଧନ୍ତି ।

ଯେଉଁ ବିବାହିତ ମହିଳା ମାନେ ନିଜ ପରିବାର ସହିତ ବାହାରେ ରହିଥାନ୍ତି । ଯଦି ନିଜ ଗାଁ କିମ୍ବା ଘର ପାଖ କୁଟୁମ୍ବରେ ଅଣସୁଧିଆ ହୋଇଥାଏ । ତେବେ ଯେଉଁ ମାନେ ତାହାକୁ ଦୂରରେ ଥାଇ ମଧ୍ୟ ଅଣସୁଧିଆ ପାଳିଥାନ୍ତି । ସେମାନେ ମଧ୍ୟ ୧୧ ଦିନ କ୍ଷୀରରେ ବ୍ରତକୁ ଧୋଇ ତାପରେ ହଳଦୀ ଲଗାଇ ପରିଧାନ କରିବା ଉଚିତ । ଯେଉଁ ମହିଳା ପିଲା ଜନ୍ମ କରିଥାଏ । ସେ ଏନ୍ତୁଡି ଛୁଆଁ ହୋଇଥାଏ ।

ଏହା ସହିତ ସେହି ମହିଳା ପାଖରେ ଯିଏ ରହି ତାକୁ ଛୁଇଁ ଥାଏ । ସେ ମଧ୍ୟ ଏନ୍ତୁଡି ଛୁଆଁ ହୋଇଯାଇଥାଏ । ଯେଉଁ ମାନେ ଏନ୍ତୁଡି ଛୁଆଁ ହୋଇଥାନ୍ତି । ସେମାନଙ୍କ ବ୍ରତ ମାରା ହୋଇଯାଇଥାଏ । ସେ ବ୍ରତକୁ ନ ପିନ୍ଧି ତାହାକୁ ଜଳରେ ଭସାଇ ଦେବା ଉଚିତ । ସେଥିପାଇଁ ଗର୍ଭବତୀ ମହିଳା ମାନେ ପ୍ରସବ କରିବାକୁ ଯିବା ସମୟରେ ହାତରୁ ବ୍ରତ ଖୋଲି ଦେଇଯାଇଥାନ୍ତି ।

ଯାହା ଦ୍ଵାରା ବ୍ରତ ମାରା ହୋଇନଥାଏ । ଛୁତିକିଆ କର୍ମ ସରିଲା ପରେ ଯେତେବେଳେ ସେମାନେ ଶୁଦ୍ଧି ହୋଇଯାଇଥାନ୍ତି । ସେତେବେଳେ ହାତରେ ବ୍ରତ ପରିଧାନ କରିପାରିବେ । ଯେଉଁ ମାନେ କୌଣସି କାରଣରୁ ବ୍ରତ ପରିଧାନ କରିପାରିନଥାନ୍ତି । ସେମାନେ ତୁଳସୀ ପତ୍ର କିମ୍ବା କାଠି ନିଜ ପାଖରେ ରଖିପାରିବେ କିମ୍ବା କାନୀରେ ବାନ୍ଧି ପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *