ମା’ ଲକ୍ଷ୍ମୀ କାହିଁକି କାଟିଥିଲେ ନିଜର ସ୍ତନ, ଏହା ପଛର ରହସ୍ୟ କ’ ଣ ? (ଏକ ପୁରାଣିକ କାହାଣୀ)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଧନ, ଜନ, ଗୋପାଲକ୍ଷ୍ମୀ ହେଉଛନ୍ତି ସ୍ଵୟଂ ମା ଅର୍ଣ୍ଣପୂର୍ଣ୍ଣା । ଲକ୍ଷ୍ମୀ ମା’ ଙ୍କୁ ଯେଉଁ ମାନେ ଅତ୍ୟନ୍ତ ନିଷ୍ଟାର ସହ ଅନ୍ତରରୁ ପୂଜା କରୁଥିବା କରିଥାନ୍ତି । ସେ ମନୁଷ୍ୟ ପାଖରେ କେବେ ମଧ୍ୟ ଅନ୍ନ, ବସ୍ତ୍ରର ଅଭାବ ରହିନଥାଏ । ଆଜି ଆପଣ ଶାସ୍ତ୍ରରେ ବର୍ଣ୍ଣିତ ମା ଲକ୍ଷ୍ମୀ କ’ ଣ ପାଇଁ ସ୍ତନ ଯୁଗଳ କଟିଥିଲେ । ସେହି ବିଷୟରେ ଆଲୋଚନା କରିବା । ଥରେ ମା ଲକ୍ଷ୍ମୀ ଓ ଭଗବାନ ନାରାୟଣ ପ୍ରସନ୍ନ ଚିତ୍ତରେ ବସି ବାର୍ତ୍ତାଳାପ କରୁଥାନ୍ତି ।

ଭଗବାନଙ୍କୁ ପ୍ରସନ୍ନ ଥିବା ଦେଖି ମା ଲକ୍ଷ୍ମୀ ନାରାୟଣଙ୍କର ସବୁଠାରୁ ପ୍ରିୟ ମଣିଷ କିଏ ବୋଲି ଜାଣିବାକୁ ଇଛା ପ୍ରକାଶ କରିଥିଲେ । ଭଗବାନ ଏହି ପ୍ରଶ୍ନ ଶୁଣି ତାହାର ଉତ୍ତର ଦେବା ପାଇଁ ଯାଇ କହିଥିଲେ । ମୋର ସବୁଠାରୁ ପ୍ରିୟ ବ୍ୟକ୍ତି ହେଉଛନ୍ତି ମୋର ଭକ୍ତ । ଯେଉଁ ମାନେ ଭଗବାନ ଭୋଳା ଶଙ୍କରକୁ ନିଷ୍ଟାର ସହ ପୂଜା କରୁଥିବେ । ସେହି ଭକ୍ତ ମାନେ ମୋର ପ୍ରିୟ ।

କାରଣ ହରହରୀ ଏକ । ହର ହେଉଛନ୍ତି ଭଗବାନ ଶଙ୍କର ଓ ହରୀ ହେଉଛନ୍ତି ସ୍ଵୟଂ ନାରାୟଣ । ଏହି କଥା ଶୁଣି ମା ଲକ୍ଷ୍ମୀ ଅତ୍ୟନ୍ତ ଦୁଃଖୀ ହୋଇଗଲେ । କାରଣ ମା ଲକ୍ଷ୍ମୀ କେବେ ମଧ୍ୟ ପ୍ରଭୁ ଶଙ୍କରକୁ ପୂଜା କରିନଥିଲେ । ମା’ ଙ୍କୁ ଉଦାସ ହେବାର ଦେଖି ଭଗବାନ ନାରାୟଣ କହିଲେ । ତୁମେ କାଇଁ ମନ ଊଣା କରୁଛ । ହରହରୀ ଏକ ହୋଇଥିବାରୁ ତୁମେ ହରୀଙ୍କୁ ପୂଜା ଓ ସେବା କରୁଛ । ତେଣୁ ପ୍ରତ୍ଯେକ୍ଷ ଭାବରେ ହର ଅର୍ଥାତ ଶଙ୍କରଙ୍କୁ ମଧ୍ୟ ପୂଜା କରୁଛ ।

ଏହାପରେ ନାରାୟଣ ମା ଲକ୍ଷ୍ମୀଙ୍କର ମନ ରଖିବା ପାଇଁ ଯାଇ କହିଲେ । ତୁମେ ଯଦି ଭଗବାନ ଶିବଙ୍କର ପୂଜା କରିବା ପାଇଁ ମନ ବଲେଇଛ । ତେବେ ତୁମେ ସଂକଳ୍ପ କରି ଅତି ନିଷ୍ଟାର ସହ ୩ ଦିନ ୩୦୦ ଟି ପଦ୍ମ ଫୁଲ ଭଗବାନ ଶିବଙ୍କୁ ଅର୍ପଣ କରି ତାଙ୍କର ପୂଜା କର । ତାପରେ ମା’ ସଂକଳ୍ପ କରି ପୂଜା କାର୍ଯ୍ୟ ଆରମ୍ଭ କରିଲେ ।

୨ ଦିନ ୧୦୦ ଟି ଲେଖାଏଁ ୨୦୦ ଟି ଫୁଲ ଅର୍ପଣ କରି ପ୍ରଭୁ ଶିବଙ୍କ ପୂଜା ଭଲ ଭାବରେ ହୋଇଗଲା । ଶେଷ ଅର୍ଥାତ ତୃତୀୟ ଦିନ ୧୦୦ ଫୁଲ ଅର୍ପଣ କରି ପୂଜା କରିବା ଦ୍ଵାରା ପୂଜାର ସଂକଳ୍ପ ସଂପୂର୍ଣ୍ଣହୋଇଥାନ୍ତା । ସେହି ଦିନ ମା ଲକ୍ଷ୍ମୀ ପୂଜା ପାଇଁ ୧୦୦ ଟି ପଦ୍ମ ଫୁଲ ଯୋଗାଡ କରି ପୂଜାରେ ବସି ପୂଜା ଆରମ୍ଭ କରି ମନ୍ତ୍ର ପାଠ କରୁଥିବା ସମୟରେ ଫୁଲ ଦେଖିଲା ବେଳକୁ ୧୦୦ ରୁ ୨ ଟି କମ୍ ପଡିଲା।

ତାପରେ ମା’ ଅତ୍ୟନ୍ତ ଦୁଃଖୀ ହେଲେ, କାରଣ ଫୁଲ କମ୍ ପଡିଥିବାରୁ ପୂଜାର ସଂକଳ୍ପ ପୂରଣ ହୋଇପାରିବ ନାହିଁ । ପାଖରେ ମଧ୍ୟ କୌଣସି ଦାସ ଦାସୀ ନଥିଲେ । ମା’ ମଧ୍ୟ ଅଧା ପୂଜା ଛାଡି ସ୍ଥାନରୁ ଯାଇପାରିବେ ନାହିଁ । ତାପରେ ମା’ ଙ୍କର ହଟାତ ଏକ କଥା ମାନେ ପଡିଗଲା । ମା’ ଙ୍କୁ ଭଗବାନ ନାରାୟଣ ଥରେ ପୋଖରୀ ସହିତ ତୁଳନା କରିଥିଲେ ।

ଏହା ସହିତ ତାଙ୍କ ସ୍ତନ ଯୁଗଳକୁ ପଦ୍ମ ଫୁଲ ସହିତ ତୁଳନା କରିଥିଲେ ।ତେଣୁ ପୂଜାରେ ଅଭାବ ପଡିଥିବା ୨ ଟି ପଦ୍ମ ଫୁଲର ଅଭାବକୁ ପୂରଣ କରିବା ପାଇଁ ମା’ ତାଙ୍କ ୨ ଟି ସ୍ତନ ଯୁଗଳ କାଟିବା ପାଇଁ ପ୍ରସ୍ତୁତ ହୋଇଲେ । ପ୍ରକୃତରେ ମା ଲକ୍ଷ୍ମୀଙ୍କର ପୂଜାର ପରୀକ୍ଷା ନେବା ପାଇଁ ଭଗବାନ ଶିବ ଲକ୍ଷ୍ମୀ ମା’ ଙ୍କର ପରୀକ୍ଷା ନେଉଥିଲେ ।

ଯେତେବେଳେ ମା’ ଏକ ସ୍ତନ ଯୁଗଳକୁ କାଟି ଭଗବାନଙ୍କୁ ପଦ୍ମ ଫୁଲ ଭାବେ ଅର୍ପଣ କରିସାରିଛନ୍ତି । ଅନ୍ୟ ଏକ ସ୍ତନ ଯୁଗଳ କାଟିବାକୁ ଯାଉଥିବା ସମୟରେ ଭଗବାନ ଶିବ ମା’ ଙ୍କର ହାତରୁ ଛୁରୀଟି ଛଡାଇ ନେଇଯିବା ସହିତ ମା’ ଙ୍କର ପୂଜାରେ ଭଗବାନ ଶିବ ପ୍ରସନ୍ନ ଅଛନ୍ତି ବୋଲି କହିଲେ । ଏହା ସହିତ ଲକ୍ଷ୍ମୀ ମା’ ଙ୍କୁ ଭଗବାନ ଶିବ ବର ମଧ୍ୟ ପ୍ରଦାନ କରିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *