ନିଜ ଦୁଃଖିତ ମନକୁ କିପରି ଆୟତ୍ତ କରିବେ, ଜାଣନ୍ତୁ ସନ୍ୟାସୀ ଓ ବିଲେଇ ର ଏହି ହୃଦୟସ୍ପର୍ଶୀ କାହାଣୀ ! (Motivational Story)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟର ସବୁଠାରୁ ବଡ ମିତ୍ର ଓ ଶତ୍ରୁ ହେଉଛି ମନ । କାରଣ ଯଦି ନିଜ ମନ ଆୟତ୍ତରେ ରଖିପାରିବ । ତେବେ ସେ ଆପଣଙ୍କର ମିତ୍ର ଓ ଯଦି ମନକୁ ନିଜ ଆୟତ୍ତରେ ରଖୀପାରିବେ ନାହିଁ । ମନ ତା ଇଛା ମୁଖୀ କାର୍ଯ୍ୟ ଆପଣଙ୍କୁ କରିବାକୁ ବାଧ୍ୟ କରିଦେବ । ତାହାଲେ ସେ ଆପଣଙ୍କ ଶତ୍ରୁ ହୋଇଯିବ । ଆଜି ଏହି କଥାର ଅର୍ଥ ବୁଝିବା ପାଇଁ ଆପଣଙ୍କୁ ଏକ ସୁନ୍ଦର ଗପ କହିବା ପାଇଁ ଯାଉଛୁ ।

ଏକଦା ଜଣେ ରୁଷି ଓ ତାଙ୍କର କେତେ ଜଣ ଶିଷ୍ୟ ଥିଲେ । ଶିଷ୍ୟ ଜଣଙ୍କ ଥରେ ରୁଷିଙ୍କୁ ଜୀବନରେ ଭଲରେ ଚଳିବା ପାଇଁ କେତେକ ଭଲ ଉପଦେଶ ମାଗିଲେ । ଗୁରୁ କହିଲେ ତେବେ ତୁମେ ଯଦି ଜୀବନରେ ଭଲରେ ରହିବା ପାଇଁ ଚାହୁଛ । ତେବେ ଜୀବନରେ କେବେ ମଧ୍ୟ ବିଲେଇ ପାଳିବ ନାହିଁ । ଶିଷ୍ୟ ଜଣଙ୍କ ଏହି କଥାର ଅର୍ଥ ବୁଝିଲେ ପାରିଲେ ନାହିଁ । ସେ ଆସି ଅନ୍ୟ ଏକ ଶିଷ୍ୟଙ୍କୁ ସବୁ କଥା ଜଣାଇ ପଚାରିଲେ ।

ଗୁରୁ ମୋତେ ବିଲେଇ ପାଳିବାକୁ କଣ ପାଇଁ ବାରଣ କଲେ । ଶିଷ୍ୟ ଜଣଙ୍କ କହିବାକୁ ଆରମ୍ଭ କଲେ। ଏହି ଯେଉଁ ଆମ ଗୁରୁ ଅଛନ୍ତି ସେ କିଛି ବର୍ଷ ତଳେ ତାଙ୍କ ଜୀବନରେ ଏକ ଘଟଣା ଘଟିଥିଲା, ମୁଁ ତମକୁ ସେହି ବିଷୟରେ କହିବି ତମେ ବିଲେଇ ନପାଳିବାର ଅର୍ଥ ବୁଝିପାରିବ । ଗୁରୁ ତାଙ୍କ ଯୌବନ ଅବସ୍ତାରେ ସ୍ତ୍ରୀ, ଘର ସଂସାର ଛାଡି ଅନ୍ୟ ସ୍ଥାନକୁ ସାଧନା କରିବା ପାଇଁ ଆସିଥିଲେ ।

ସେଠାରେ ରହି ସାଧନା କରୁଥିବା ସମୟରେ ତାଙ୍କ ପୋଷାକକୁ ମୂଷା କାଟି ଦେଉଥାଏ । ତେଣୁ ମୂଷାରୁ ବର୍ତ୍ତିବା ପାଇଁ ସେ ପାଖ ଗାଁ ଲୋକ ମାନଙ୍କୁ ଏହାର ଉପାୟ ପଚାରିଲେ । ସେହି ଗାଁର ଲୋକ ମାନେ କହିଲେ । ତୁମେ ଏକ ବିଲେଇ ଘରେ ରଖ, ତେବେ ତୁମ ଘରେ ମୂଷାର ପାଦୁର୍ଭାବ ଦେଖିବାକୁ ମିଳିବ ନାହିଁ । ତାପରେ ସେ ବିଲେଇ ରଖିବାରୁ ବିଲେଇ ପାଇଁ କ୍ଷୀର ଯୋଗାଡ କରିବାକୁ ପଡିଲା ।

ତାପରେ ସେ ବ୍ୟସ୍ତ ହୋଇ ଗାଁ ଲୋକଙ୍କୁ ପଚାରିଲେ ମୁ ମୂଷାରୁ ରକ୍ଷା ପାଇବା ପାଇଁ ବିଲେଇ ପାଳିଲି । ବିଲେଇ ପାଳିଲାରୁ ତାର କ୍ଷୀର ଗୋଗାଡ କରିବାରୁ ସମୟ ବିଳମ୍ବ ହୋଇଯାଉଛି ।ମୁ ଯୋଗ ସାଧନାରେ ଅଧିକ ସମୟ ଦେଇ ପାରୁନାହିଁ । ତାପରେ ଲୋକମାନେ କହିଲେ ତୁମେ ଏକ ଗାଈ ରଖ, ତାପରେ କ୍ଷୀର ପାଇଁ ଏତେ ବାଟ ଗାଁ ଭିତରକୁ ଆସିବାକୁ ପଡିବ ନାହିଁ ।

ତାପରେ ଗାଈ ରଖିବାରୁ ଗାଈର ଖାଇବାରୁ ଆରମ୍ଭ କରି ସେବା କରିବା ପର୍ଯ୍ୟନ୍ତ ସମୟ ନଷ୍ଟ ହେଲା । ତାପରେ ରୁଷି କହିଲେ ଗାଈ ରଖିବାରୁ ସମୟ ନଷ୍ଟ ହୋଇଯାଉଛି।  ତାପରେ ଗାଁ ଲୋକମାନେ କହିଲେ ତୁମେ ଆମ ଗାଁରେ ଏକ ବିଧବା ମହିଳା ଅଛି । ତାକୁ ନେଇ ଘରେ ରଖ ସେ ତୁମର ଗାଈର ସେବା ଯତ୍ନ କରିବ । ଯାହା ଦ୍ଵାରା ତୁମ ସାଧନାରେ ପାଇଁ କୌଣସି ଅସୁବିଧା ହେବ ନାହିଁ ।

ତାପରେ ସେହି ମହିଳା କିଛି ଦିନ ରହିବା ପରେ ଯୁବକ ରୁଷି ସହିତ ଯୁବତୀ ମହିଳାଙ୍କର ଆକର୍ଷଣ ଶକ୍ତି ବଢିଲା । ତାପରେ ସେମାନଙ୍କର ସମ୍ପର୍କ ବଢି ଏକ ସନ୍ତାନ ଜାତ ହୋଇଲା । ତାପରେ ସେହି ରାସ୍ତାରେ ଏକ ବୃଦ୍ଧ ବାବାଜୀ ଯାଉଥିଲେ । ସେ ଜଙ୍ଗଲ ମଧ୍ୟରେ ଏକ କୁଡିଆ ଘର ଓ ସେଠାରେ ଏମାନେ ବାସ କରୁଥିବାର ଦେଖିଲେ । ତାପରେ ସେହି ଯୁବ ରୁଷିଙ୍କୁ ପଚାରିଲେ । ତମେ ଏଠାକୁ କଣ ପାଇଁ ଆସିଛ ।

ଯୁବ ରୁଷି ଜଣଙ୍କ କହିଲେ ମୁ ଏହି ଜଙ୍ଗଲ ମଧ୍ୟକୁ ସାଧନା ସିଧି କରି ଜ୍ଞାନ ପ୍ରାପ୍ତ କରିବାକୁ ଆସିଥିଲି କିନ୍ତୁ ତାହା ନହୋଇ ମୁଁ ଯେଉଁ ସାଂସାରିକ ଜୀବନକୁ ତ୍ୟାଗ କରି ଆସିଥିଲି । ପୁଣି ସମୟର ଚକ୍ର ଘେରରେ ସେହି ସାଂସାରିକ ଜୀବନରେ ଫସିଗଲି । ବୃଦ୍ଧ ବାବାଜୀ ଜଣଙ୍କ କହିଲେ ଏପରି ସ୍ଥିତି କିପରି ହେଲା ? ଯୁବ ରୁଷି ଜଣଙ୍କ କହିଲେ ଏକ ବିଲେଇ ପାଳିବାରୁ ଆଜି ମୋର ଏହି ଅବସ୍ତା ହୋଇଛି । ଏହି ଗପ କହିବାର ଅର୍ଥ ହେଉଛି ।

ଏଠାରେ ବିଲେଇ ହେଉଛି ମନ ଭିତରେ ଏକ ନକରାତ୍ମକ ଚିନ୍ତାଧାରା । ଯଦି ପ୍ରଥମରୁ ଏହି ନକରାତ୍ମକ ଚିନ୍ତା ଧାରାକୁ ମନରୁ କୌଣସି ପ୍ରକାର କାଢି ଫୋପାଡି ଦେଇଥାନ୍ତେ । ତେବେ ଆଜି ଏପରି ପରିସ୍ଥିତି କେବେ ମଧ୍ୟ ହୋଇନଥାନ୍ତା । ତେଣୁ ସବୁବେଳେ ଛୋଟ ଛୋଟ କଥାରୁ ନିଜ ମନକୁ ନିଜ ଆୟତ୍ତରେ ରାଖୀ କାର୍ଯ୍ୟ କରନ୍ତୁ । ତାପରେ ସେହି ମନ ଛୋଟ ଭୁଲ୍ ରୁ ବଡ ଭୁଲ୍ କରିବାକୁ କେବେ ମଧ୍ୟ ବାଧ୍ୟ କରିବ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *