ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚଳିତ ମାସ ୨୫ ତାରିଖରେ ଦୀପାବଳୀ ଅମାବାସ୍ୟା ଓ ସୂର୍ଯ୍ୟ ପରାଗ ଲାଗୁଅଛି । ଏହା ସହିତ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ଲାଗୁଅଛି । ଗୋଟିଏ ମାସରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ଅନେକଙ୍କ ମତରେ ଏହା ହେବା ପଛରେ କାରଣ କ’ ଣ ରହିଅଛି । ଏହା ପୃଥିବୀ ବାସୀଙ୍କୁ କ’ ଣ ସୂଚନା ଦେବା ପାଇଁ ଯାଉଅଛି । ତାହା ବିଷୟରେ ଆଜି ସବିଶେଷ ତଥ୍ୟ ପୋଷ୍ଟ ମାଧ୍ୟମରେ ଆଲୋଚନା କରିବା ପାଇଁ ଯାଉଅଛୁ ।
ବଡ ବଡ ଜ୍ଯୋତିଷ ଶାସ୍ତ୍ର ବିଦ୍ ଙ୍କର ମତ ଅନୁସାରେ ମାଳିକାରେ ଉଲ୍ଲିଖିତ ଥିବା ସମସ୍ତ କଥା ବସ୍ତୁ ଗୋଟେ ଗୋଟେ ପରେ ସତ୍ୟ ହେବା ପାଇଁ ଯାଉଅଛି । ସେହିପରି ୧୯୧୦ ମସିହାରେ ଛାପିତ ଆଦିତ୍ୟ କଳ୍ପ ନାମକ ପୁସ୍ତକରେ ପୁଙ୍ଖାନୁପୁଙ୍ଖ ଭାବରେ ଲିଖିତ ହୋଇଛି । ୩ ମାସ ଭିତରେ ୭ ଟି ସୂର୍ଯ୍ୟ ଗ୍ରହଣ ଓ ଚନ୍ଦ୍ର ପରାଗ ପଡୁଥିବ ।
ଏହା ସହିତ ମଝି ମାସଟିର ସମୟ ଅବଧି ହେଉଛି ୨୭ ଦିନ । ସେହି ମାସରେ ୨ ଟି ପକ୍ଷ ଛିଡୁଥିବ । ଏହି ମଝି ମାସଟି ଅଶ୍ଵିନୀ ନକ୍ଷତ୍ର ରେ ଆରମ୍ଭ ହୋଇ ରେବତୀ ନକ୍ଷତ୍ରରେ ସମାପ୍ତ ହେଉଛି । ୧ ପକ୍ଷ ୧୩ ଦିନଯୁକ୍ତ ହୋଇଥିବ । ଯେପରିକି ଗୋଟିଏ ମାସରେ ୨ ଟି ପକ୍ଷ ଆସିଯାଉଥିବ । ଏହି ସମୟ ମଧ୍ୟରେ ୨ ଭାଇ ରାହୁ ଓ କେତୁଙ୍କର ଲୀଳା ଦେଖିବାକୁ ମିଳିବ ।
ଏହି ସମୟ ଯେତେବେଳେ ବ୍ୟକ୍ତିବିଶେଷ ଦେଖିବାକୁ ପାଇବେ । ସେତେବେଳେ ଜାଣି ରଖିବା ଉଚିତ ଏହି ଠାରୁ ଯୁଗ ପ୍ରଳୟ ଆରମ୍ଭ ହୋଇବାକୁ ଯାଉଛି । ମାଳିକା ପୃଥିବୀ ବାସୀଙ୍କୁ ଆଗାମୀ ପ୍ରଳୟର ସୂଚନା ସଂକେତ ମାଧ୍ୟମରେ ଦେଇଯାଉଛି । ମହାପୁରୁଷଙ୍କର ଦ୍ଵାରା ଲିଖିତ ପୁସ୍ତିକାରେ ଅତି ସୁନ୍ଦର ଭାବେ ଉଲିଖିତ ହୋଇଅଛି । ଯେବେ ଦେଖିବ ଗୋଟିଏ ମାସରେ ୨ ଟି ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣ ପଡୁଅଛି ।
ସେବେ ଠାରୁ ପୃଥିବୀରେ ପରିବର୍ତ୍ତନ ହୋଇ ବିପଦ ମୁହାଁ ହେବା ପାଇଁ ଯାଉଅଛି । କାରଣ ଗୋଟିଏ ମାସରେ ୨ ଟି କିମ୍ବା ୩ ଟି ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ପଡିଯାଇଥାଏ । ତେବେ ରାଷ୍ଟ୍ର ପାଇଁ ଅତ୍ୟନ୍ତ ବିପଦ ଆଣିଥାଏ ବୋଲି ମାଳିକା ପୁସ୍ତିକା ମାନଙ୍କରେ ସୁସ୍ପଷ୍ଟ ଭାବେ ଲିପିବଦ୍ଧ ହୋଇରହିଛି । ସମସ୍ତ ପୃଥିବୀ ବାସୀ ମାନଙ୍କୁ ମାଳିକା ତାର ଲେଖା ମାଧ୍ୟମରେ କହିଛି ।
ମାଳିକାକୁ ପ୍ରଚାର ଓ ପ୍ରସାର କରୁଥିବା ମାଳିକା ଗବେଷକ ମାନଙ୍କ ଦ୍ଵାରା ଯେଉଁ ସବୁ ସୂଚନା ପୃଥିବୀର ସମସ୍ତ ମାନବ ଜାତିଙ୍କୁ ଦେଉଅଛି । ଯଦି ବର୍ତ୍ତମାନ ଠାରୁ ଜଣେ ଜଣେ କରି ସବୁ ମଣିଷ ନିଜ ଭିତରେ କିଛି ମାତ୍ରାରେ ସୁଧାର ଆଣି ନିଜକୁ ଇଶ୍ଵରଙ୍କର ମାର୍ଗରେ ପରିଚାଳିତ କରିବା ସହିତ ଧର୍ମ ପଥକୁ ଅନୁସରଣ କରିବ । ସେହି ମାନବ ମାନେ କଳିଯୁଗରେ ଶ୍ରେଷ୍ଟ ମାନବ ରୂପେ ବିବେଚିତ ହୋଇପାରିବେ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ