କଟକ ଚଣ୍ଡୀ ମନ୍ଦିରରେ କାହିଁକି ଆମିଷ ଭୋଗରେ ବେଲପତ୍ର ଲାଗି ହୁଏ ? ଜାଣନ୍ତୁ ରହସ୍ୟ (Manoj Panda)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶା ଜିଲ୍ଲାର ବହୁ ପୁରାତନ ସହର କଟକ । କଟକ ସହର ଅନେକ ଐତିହାସିକ ସ୍ଥାପତ୍ୟ ଓ ମନ୍ଦିରରେ ପରିପୂର୍ଣ୍ଣ । ଏଥି ମଧ୍ୟରୁ କଟକର କଟକ ଚଣ୍ଡୀ ମନ୍ଦିର ଅନ୍ୟତମ । ଏଠାରେ ମା କଟକ ଚଣ୍ଡୀଙ୍କର ନିଷ୍ଟାର ସହ ପୂଜା ଆରାଧନା କରାଯାଇଥାଏ । ଆଜି ଆପଣ ମାନେ ମା କଟକ ଚଣ୍ଡୀଙ୍କର ସମସ୍ତ ନୀତି କାନ୍ତି ବିଷୟରେ ପୁଙ୍ଖାନୁପୁଙ୍ଖ ତଥ୍ୟ ପୋଷ୍ଟ ମାଧ୍ୟମରେ ଜାଣିବାକୁ  ପାଇବେ ।

ମା ଚଣ୍ଡୀଙ୍କର ପ୍ରାତଃ ସକାଳ ୫ ଟା ୧୦ ମିନିଟରେ ପହଡ ଖୋଲି ମଙ୍ଗଳ ଆଳତୀ କରାଯାଇଥାଏ । ଏହି ପବିତ୍ର ମଙ୍ଗଳ ଆଳତୀ ଦେଖିବା ପାଇଁ ବହୁ ମାତ୍ରାରେ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଥାଏ । ମଙ୍ଗଳ ଆଳତୀ କାର୍ଯ୍ୟ ସାରିଲା ପରେ ମା’ ଚଣ୍ଡୀଙ୍କର ରାତ୍ରିର ପ୍ରସାଦକୁ ଭକ୍ତ ମାନଙ୍କ ମଧ୍ୟରେ ବିତରଣ କରାଯାଇଥାଏ । ଏହା ପରେ ମା’ ଙ୍କର ସ୍ନାନାଦି କାର୍ଯ୍ୟକର୍ମ ଆରମ୍ଭ ହୋଇଯାଇଥାଏ ।

ମା’ ଙ୍କର ଶରୀରରେ ପରିଧାନ କରାଯାଇଥିବା ଗହଣାକୁ ଖୋଲାଯାଇଥାଏ । ତାପରେ ମାଙ୍କର ଦାନ୍ତ ମଞ୍ଜନ କ୍ରିୟା ବେଲଗଛର କାଠି ସାହାଜ୍ଯରେ କରାଯାଇଥାଏ । ମା’ ଙ୍କର ଶରୀରରୁ ବସ୍ତ୍ର ଖୋଲି ଅନ୍ୟ ଏକ ବସ୍ତ୍ର ପିନ୍ଧାଇ ଶୁଦ୍ଧ ଚୁଆ ଦ୍ଵାରା ମାଳିଶ କାର୍ଯ୍ୟ କରାଯାଇଥାଏ । ପାଣିରେ ମହୁ ମିଶାଇ ମା’ ଙ୍କୁ ଗାଧୋଇ ଦିଆଯାଇଥାଏ । ତାପରେ ମଥା ଘଷା, ପଇଡ, ଚନ୍ଦନ ଏହି ସବୁ ସାମଗ୍ରୀକୁ ବ୍ୟବହାର କରି ମା’ ଙ୍କୁ ଅତି ଶୁଦ୍ଧପୁତ୍ତ ଭାବରେ ସ୍ନାନ କାର୍ଯ୍ୟ ସମାପନ କରାଯାଇଥାଏ ।

ତାପରେ ମା’ ଙ୍କୁ ଶାଢୀ ଓ ଅଳଙ୍କାର ପିନ୍ଧାଇ ସୁସଜ୍ଜିତ କରାଯାଇଥାଏ । ଏହା ସହିତ ଫୁଲ ଓ ଚନ୍ଦନ ଦେଇସାରିଲା ପରେ ମା’ ଙ୍କର ପହଡ ଖୋଲାଯାଇଥାଏ । ମା’ ଙ୍କର ୯ ଟା ବେଳକୁ ଅନ୍ୟ ଏକ ପୂଜା କରାଯାଇଥାଏ । ଏହି ପୂଜାରେ ୫ ପ୍ରକାରର ଫଳ ଯେପରି ପଇଡ, ଦହି, କ୍ଷୀର ଏହି ସବୁ ଦ୍ଵାରା ପ୍ରସାଦ ଲାଗି ହୋଇଥାଏ । ଏହା ପରେ ଅପରାହ୍ନ ୧ ଟା ବେଳକୁ ଅର୍ଣ୍ଣ ଭୋଗ କରାଯାଇଥାଏ ।

ସେଥିରେ ଅର୍ଣ୍ଣ ରୂପେ ଖେଚୁଡି, କୋଠ ଭୋଗ ଅନ୍ୟାନ୍ୟ ଖାଦ୍ୟ ରନ୍ଧନ କରି ମା; ଙ୍କ ପାଖରେ ଭୋଗ ଲଗାଯାଇଥାଏ । ଏହା ସହିତ ସବୁଠାରୁ ମହତ୍ଵପୂର୍ଣ୍ଣ କଥା ହେଉଛି ମା’ ଙ୍କ ଖରାବେଳ ଭୋଗ ପ୍ରସ୍ତୁତ କରିବା ସମୟରେ ଆମିଷ ବ୍ୟଞ୍ଜନ ଭୋଗ କରାଯାଇଥାଏ । ସେଥିରେ ପିଆଜ, ରଶୁଣର ବ୍ୟବହାର କରାଯାଇନଥାଏ କିନ୍ତୁ ନୀତିକାନ୍ତି ଅନୁସାରେ ସେଥିରେ ବେଲପତ୍ରର ପ୍ରୟୋଗ କରାଯାଇଥାଏ ।

ଏହାପରେ ପହଡ ପଡି ପୁନଶ୍ଚ ୪ ଟା ବେଳକୁ ପହଡ ଖୋଲାଯାଇଥାଏ । ସନ୍ଧ୍ୟା ହେବା ପୂର୍ବରୁ ମା’ ଙ୍କୁ ଦିଆଯାଇଥିବା ସକାଳର ଫୁଲକୁ କଢା ଯାଇ ସଜ ଫୁଲ ଦେଇ ମା’ କଟକ ଚଣ୍ଡୀଙ୍କର ସନ୍ଧ୍ୟା ଆଳତୀ  କରିବା ସହିତ ପ୍ରସାଦ ଲାଗି ମଧ୍ୟ ହୋଇଥାଏ । ସେହିପରି ରାତିରେ ମଧ୍ୟ ମା’ ଙ୍କ ପାଖରେ ଅନ୍ନ ଭୋଗ ଲାଗି ହୋଇସାରିଲା ପରେ ପହଡ ପକାଇଯାଇଥାଏ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *