Vastu Shastra- ଦୀପାବଳୀ ଦିନ ଭୁଲ୍ ରେ ମଧ୍ୟ କରନ୍ତୁ ନାହିଁ ଏହି 5 ଟି କାମ, ସାରା ଜୀବନ ଭିକାରି ଭଳି ବଞ୍ଚିବେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହିନ୍ଦୁ ଧର୍ମ ଅନୁସାରେ ଅନେକ ପର୍ବପର୍ବାଣୀ ପାଳିତ ହୋଇଥାଏ । ସେଥି ମଧ୍ୟରୁ ଦୀପାବଳୀ ପର୍ବ ମଧ୍ୟ ଅନ୍ୟତମ ହୋଇଥାଏ । ଏହି ଦିନ ବହୁତ ଶୁଭ ଓ ମଙ୍ଗଳର ଦିନ ହୋଇଥାଏ । ତେଣୁ ଏହି ଦିନରେ କିଛି କାର୍ଯ୍ୟକୁ କରିବା ପାଇଁ ବାରଣ କରାଯାଇଥାଏ । କାରଣ ଯଦି ଆପଣ ଜାଣତରେ କିମ୍ବା ଅଜାଣତରେ ଏହି ସବୁ କାର୍ଯ୍ୟ କରିଥାନ୍ତି । ତେବେ ମା ଲକ୍ଷ୍ମୀ ରୁଷ୍ଠ ହୋଇଯାଇଥାନ୍ତି । ପ୍ରଥମ କଥା ହେଉଛି ଦୀପାବଳୀ ଦିନ ଘରକୁ ପରିଷ୍କାର ଓ ପରିଚ୍ଛନ ରଖନ୍ତୁ ।

ଦୀପାବଳୀ ଦିନ ଘରେ ପରିବାର ସଦସ୍ୟ ସହ କଳି ଝଗଡା କରନ୍ତୁ ନାହିଁ । କାହା ପ୍ରତି ମଧ୍ୟ ବାଧିଲା ପରି କଟୁ କଥାର ପ୍ରୟୋଗ କରନ୍ତୁ ନାହିଁ । ଗୁରୁଜନ ମାନଙ୍କର କଥାବୋଲ ମାନିବା ସହ ତାଙ୍କର ସମ୍ମାନ କରିବା ଉଚିତ । ଏପରି ହେଉଥିବା ଘରେ ମା ଲକ୍ଷ୍ମୀ ପ୍ରବେଶ କରିନଥାନ୍ତି । ମନରୁ ସମସ୍ତ ଗର୍ବ ଅଂହ ଭାବନାକୁ ଦୂର କରି ନିଷ୍ଟାର ସହ ମା ଲକ୍ଷ୍ମୀଙ୍କୁ ପୂଜା ଆରାଧନା କରନ୍ତୁ ।

ଦୀପାବଳୀ ଦିନ ମଦ୍ୟପାନ, ଆମିଷ ଦ୍ରବ୍ୟର ସେବନ ଆଦି କରନ୍ତୁ ନାହିଁ । ଏପରି କରୁଥିବା ବ୍ୟକ୍ତି ମାନଙ୍କର ସାଥ୍ ମା ଲକ୍ଷ୍ମୀ ଛାଡି ଦେଇଥାନ୍ତି । ଏହା ସହିତ ସେହି ଲୋକ ମାନଙ୍କୁ ଲକ୍ଷ୍ମୀଛଡା ହୋଇ ଦରିଦ୍ରତାର ଶିକାର ହେବା ପାଇଁ ପଡିଥାଏ । ଦୀପାବଳୀ ଦିନ ଘର ଓଳାଉ ଥିବା ଝାଡୁକୁ ଲୁଚାଇ ରଖନ୍ତୁ । କାହାର ନଜର ସେହି ଝାଡୁ ଉପରେ ଦିଅନ୍ତୁ ନାହିଁ ।

କାରଣ ଝାଡୁ ହେଉଛି ମା ଲକ୍ଷ୍ମୀଙ୍କର ପ୍ରତୀକର ଚିହ୍ନ । ଝାଡୁକୁ ଗୋଇଠା ମାରିବା କିମ୍ବା କୌଣସି ପ୍ରକାର ଅନାଦର କରିବା ଉଚିତ ନୁହେଁ । ଦୀପାବଳୀ ଦିନ ସନ୍ଧ୍ୟା ସମୟରେ ଶୋଇବା ଉଛୋଟ ନୁହେଁ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ସେହି ଗୃହ ତ୍ୟାଗ କରିଥାନ୍ତି । ଯାହା ଫଳରେ ଆପଣ ସେହି ବର୍ଷ ସାରା ଦୁଃଖ କଷ୍ଟରେ ପୀଡିତ ହେବାକୁ ପଡିବ ।

ଦୀପାବଳୀ ଦିନ ଘରର କୌଣସି ସ୍ଥାନକୁ ଅନ୍ଧକାର କରି ରଖନ୍ତୁ ନାହିଁ । ଘରର ପ୍ରତ୍ଯେକ ସ୍ଥାନକୁ ଆଲୋକିତ କରି ରଖନ୍ତୁ । ଦୀପାବଳୀ ଦିନ ଘରେ କିମ୍ବା କୌଣସି ଜାଗାରେ ଜୁଆ ଖେଳନ୍ତୁ ନାହିଁ । ଏପରି ଖେଳ ଖେଳୁଥିବା ଲୋକଙ୍କର ପସନ୍ଦ କେବେ ମଧ୍ୟ କରନ୍ତି ନାହିଁ । ସେହି ଲୋକ ସବୁବେଳେ ଦରିଦ୍ର ହୋଇ ରହିଜାଇଥାଏ ।

ଦୀପାବଳୀ ଦିନ ନିଜକୁ ମା ଲକ୍ଷ୍ମୀଙ୍କର ପୂଜା ଓ ଘରକୁ ଆଲୋକରେ ସଜ୍ଜିତ କରିବାରେ ନିଜକୁ ବ୍ୟସ୍ତ ରଖନ୍ତୁ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ରହି ଆପଣଙ୍କ ଘରକୁ ଆଗମନ କରିବେ । ଯାହା ଦ୍ଵାରା ଆପଣଙ୍କ ଘର ସବୁବେଳେ ଲକ୍ଷ୍ମୀମୟ ରହିବ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଅନ୍ୟ ଲୋକଙ୍କ ସହିତ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *