ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୀପାବଳୀ ସବୁଠାରୁ ବଡ ପ୍ରକାଶ ମୟ ପର୍ବ ହୋଇଥାଏ । ଦୀପାବଳୀ ପାଇଁ ସମସ୍ତଙ୍କୁ ଆଗୁଆ ଶୁଭେଛା ଓ ଶୁଭକାମନା ଜଣାଉଛି । ରାକ୍ଷସ ରାଜା ରାବଣ ଉପରେ ବିଜୟ ପ୍ରାପ୍ତ କରି ରାମ ୧୪ ବର୍ଷ ବନବାସ କରି ଆସିଲା ପରେ ଅଯୋଧ୍ୟା ଗ୍ରାମବାସୀ ତାହାର ଖୁସି ପାଳନ କରିବା ପାଇଁ ଦୀପାବଳୀ ପର୍ବର ଆୟୋଜନ କରିଥିଲେ । ଦୀପାବଳୀ ରାତିରେ ମା ଲକ୍ଷ୍ମୀ ଧରାପୃଷ୍ଟକୁ ଆଗମନ କରିଥାନ୍ତି ।
ସେଥିପାଇଁ ମା ଲକ୍ଷ୍ମୀ ଓ ଶ୍ୟାମା କାଳୀଙ୍କ ଆଗମନ ପାଇଁ ଘରେ ଘରେ ଦୀପ ପ୍ରଜ୍ଵଳନର ବ୍ୟବସ୍ତା କରାଯାଇଥାଏ । ଦୀପାବଳୀ ଦିନ ଘରେ ଦୀପ ପ୍ରଜ୍ଵଳିତ କରିବା ସହିତ ଏପରି କିଛି ବିଶେଷ ୫ ଟି ଜାଗାରେ ଦୀପ ଜାଳିବା ଦ୍ଵାରା ଘରର ଉନ୍ନତି ହୋଇଥାଏ । ପ୍ରଥମ ସ୍ଥାନଟି ହେଉଛି ଓସ୍ତ ଗଛ ପାଖରେ ଦୀପ ପ୍ରଜ୍ଵଳନ କରିବା ଊଚିତ ।
କାରଣ ଓସ୍ତ ଗଛରେ ୩୩ କୋଟି ଦେବାଦେବୀଙ୍କର ବାସ ହୋଇଥାଏ । ତେଣୁ ଏହି ଗଛ ପାଖରେ ଦୀପ ଜଳାଇବା ଦ୍ଵାରା ମା ଲକ୍ଷ୍ମୀ ଖୁସି ହୋଇଯାଇଥାନ୍ତି । ଏହା ଆପଣଙ୍କ ତଥା ଆପଣଙ୍କ ପରିବାର ପାଇଁ ଅତ୍ୟନ୍ତ ମଙ୍ଗଳ ହୋଇଥାଏ । ଦିତୀୟ ସ୍ଥାନଟି ହେଉଛି ଘରର ମୁଖ୍ୟ ଦ୍ଵାରରେ ମା ଲକ୍ଷ୍ମୀଙ୍କର ସ୍ଵାଗତ ପାଇଁ ଡାହାଣ ଓ ବାମ ପାଖରେ ନିଶ୍ଚୟ ଦୀପ ଲଗାନ୍ତୁ ।
ମା ଲକ୍ଷ୍ମୀ ସେହି ଘରେ ହିଁ ପ୍ରବେଶ କରିଥାନ୍ତି । ଯେଉଁ ଘରେ ଅନ୍ଧକାର ନଥାଇ ବଂର ଆଲୋକ ରହିଥାଏ । ଏହା ସହିତ ଘରର ଅଗଣାରେ ମଧ୍ୟ ଦୀପ ନିହାତି ଜଳାଇବା ଊଚିତ । ତୃତୀୟ ସ୍ଥାନଟି ହେଉଛି ଯଦି ଆପଣଙ୍କ ଘର ଆଖ ପାଖରେ କୌଣସି ମନ୍ଦିର ରହିଥାଏ । ତେବେ ସେହି ମନ୍ଦିରରେ ମଧ୍ୟ ଦୀପ ଜାଳି ସଜ୍ଜିତ କରି ଦିଅନ୍ତୁ ।
ପ୍ରଭୁଙ୍କର ବାସ ସ୍ଥାନକୁ ଦୀପ ଜାଳି ସଜ୍ଜିତ କରିବା ଓ ପ୍ରଭୁଙ୍କର ସେବା କରିବାର ସୁଯୋଗ ଠାରୁ ଦୁନିଆରେ ବଡ କିଛି ହୋଇନଥାଏ । ଏପରି ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ଚିତ୍ତ ହୋଇଥାନ୍ତି । ଚତୁର୍ଥ ସ୍ଥାନଟି ହେଉଛି ଘରର ବୃନ୍ଦାବତୀଙ୍କର ରହୁଥିବା ଜାଗା ଅର୍ଥାତ ତୁଳସୀ ଚଉରା ମୂଳରେ ଦୀପ ଜାଳିବାକୁ ଜମାରୁ ଭୁଲିବେ ନାହିଁ ।
ସେଠାରେ ଦୀପ ଜାଳିବା ଦ୍ଵାରା ମା ଲକ୍ଷ୍ମୀ ଓ ଭଗବାନ ନାରାୟଣ ଉଭୟ ପ୍ରସନ୍ନ ହୋଇଥାନ୍ତି । ଘର ଆଖ ପାଖରେ ରହିଥିବା ଶୁନଶାନ ଶିବ ମନ୍ଦିର ପାଖରେ ମଧ୍ୟ ଦୀପ ଜାଳିବା ଊଚିତ । ଏପରି କରିବା ଦ୍ଵାରା ଆପଣଙ୍କର ଅଧୁରା ରହିଯାଇଥିବା କାର୍ଯ୍ୟ ପୂରଣ ହୋଇବା ସହିତ ମନସ୍କାମନା ପୂରଣ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ